ରାମ ଗୋପାଳ ବର୍ମାଙ୍କ ପ୍ରେମରେ ପାଗଳ ହୋଇ ଉର୍ମିଳା ବିବାହ କରିଥିଲେ ୧୦ ବର୍ଷ ସାନ ଯୁବକଙ୍କୁ

ମୁମ୍ବାଇ: ବଲିଉଡ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫେବୃୟାରୀ ୪, ୧୯୭୪ରେ ମୁମ୍ବାଇରେ ଜନ୍ମ ନେଇଥିବା ଉର୍ମିଳା ଅଭିନୟ ସହ ରାଜନୀତିରେ ବି ନିଜର ଜଲୱା ଦେଖାଇ ଦେଇଛନ୍ତି । ଜଣେ ଶିଶୁ କଳାକାର ଭାବେ ପ୍ରଥମେ ଉର୍ମିଳା ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ‘ମାସୁମ’ରେ ସେ ଶିଶୁ କଳାବାର ଭାବେ ନଜର ଆସିଥିଲେ । ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ଥିବା ଗୀତ ‘ଲକଡି କି କାଡି କାଠି ପେ ଘୋଡା’ ହିଟ୍ ହେବା ପରେ ସେ ଷ୍ଟାର ପାଲଟି ଯାଇଥିଲେ ।
ଏହାପରେ ଉର୍ମିଳା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରଙ୍ଗିଲା’ରେ ନଜର ଆସିଥିଲେ । ଏହା ବି ସୁପର ହିଟ୍ ହୋଇଥିଲା । ଏହାପରେ ସେ ପଡିଯାଇଥିଲେ ରାମ ଗୋପାଳ ବର୍ମାଙ୍କ ପ୍ରେମରେ । ତାଙ୍କ ନିର୍ଦ୍ଦେଶନାରେ ଅଭିନେତ୍ରୀ ସତ୍ୟା, ଭୁତ ଓ କୌନ ଭଳି ଫିଲ୍ମ କରିଥିଲେ ବି ତାହା ହିଟ୍ ହୋଇ ନ ଥିଲା । ଏପଟେ ପ୍ରେମରେ ପଡି ଉର୍ମିଳା ଧିରେ ଧିରେ ତାଙ୍କ କ୍ୟାରିୟରକୁ ନଷ୍ଟ କରି ଦେଇଥିଲେ ବୋଲି କୁହାଯାଏ । କାରଣ ରାମ ଗୋପାଳ ବର୍ମାଙ୍କ ସହ ରିଲେସନକୁ ନେଇ କେହି ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ପଛଘୁଞ୍ଚା ଦେଇଥିଲେ । ତେବେ ଉଭୟ ନିଜର ରିଲେସନଶିପକୁ ନେଇ କେବେ ମୁହଁ ଖୋଲି ନାହାନ୍ତି । ଏମିତିକି କିଛିଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ । ଏହାପରେ ଉର୍ମିଳା କଶ୍ମୀର ମଡେଲ ତଥା ବିଜନେସ ମ୍ୟାନ ମୋହସିନ ଅଖତର ମିରଙ୍କୁ ୨୦୧୬ରେ ବିବାହ କରିଥିଲେ । ଏବେ ଉର୍ମିଳା ବଲିଉଡଠାରୁ ଦୂରେଇ ଯାଇଥିବା ବେଳେ ସକ୍ରିୟ ରାଜନୀତିରେ ପାଦ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri