ଗୋଟିଏ ଆଇଟମ୍‌ ନମ୍ବର ପାଇଁ କେତେ ଟଙ୍କା ନିଅନ୍ତି ସନ୍ନି ଲିଓନି

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସନ୍ନି ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ। ସେ ଅନେକ ଆଇଟମ ନମ୍ବର ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସଲମାନ ଖାନଙ୍କ ଶୋ’ ବିଗ ବସ ରେ ଅଂଶଗ୍ରହଣ କରିବା ପରେ ସନ୍ନିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା। ଏହାପରେ ସେ ଆଉ ପଛକୁ ପେରି ନାହାନ୍ତି। ଫିଲ୍ମ ‘ଜିସ୍ମ-୨’ ଜରିଆରେ ସେ ବଲିଉଡ୍‌ ଜଗତରେ ଡେବ୍ୟୁ କରିଥିଲେ। ଖୁବ କମ ଲୋକ ଜାଣନ୍ତି ଯେ ସନ୍ନି ଏହି ଆଇଟମ ନମ୍ବର ପାଇଁ ନିର୍ମାତାମାନଙ୍କ ଠାରୁ କୋଟି ଟଙ୍କା ଚାର୍ଜ କରନ୍ତି। ଲୈଲା ମେଁ ଲୈଲା, ବେବି ଡଲ, ଲୈଲା ତେରି ଲେ ଲେଗି ଭଳି ଅନେକ ସୁପରହିଟ ଆଇଟମ ନମ୍ବର କରି ସନ୍ନି ପ୍ରଶଂସା ସାଉଁଟିଛନ୍ତି। ସେ ଗୋଟିଏ ଆଇଟମ ନମ୍ବର ୩ ରୁ ୪ କୋଟି ଟଙ୍କା ନିଅନ୍ତି।
ବିଗ ବସ ସମୟରେ ସନ୍ନି ଲିଓନିଙ୍କୁ ଜିସ୍ମ-୨ ଅଫର୍‌ ଦେଇଥିଲେ ମହେଶ ଭଟ୍ଟ । ଏହା ପରେ ସେ ୱାନ ନାଇଟ ଷ୍ଟାଣ୍ଡ, କୁଛ କୁଛ ଲୋଚା ହୈ, ରାଗିଣୀ ଏମଏମଏସ ୨, ଜ୍ୟାକପଟ ଏବଂ ଏକ ପହେଲି ଲୀଲା ଭଳି ଫିଲ୍ମରେ ଅଭିନୟ କରିଥିଲେ। ଖୁବ ଶୀଘ୍ର ତାଙ୍କୁ ଫିଲ୍ମ ପତ୍ତାରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କ ହାତରେ ଓଃ ମାଇଁ ଘୋଷ୍ଟ, ଅନାମିକା ଏବଂ ରଙ୍ଗୀଲା ଭଳି ଫିଲ୍ମ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ବୋମା ତିଆରି ପାଇଁ ଏଆଇ ପ୍ଲାଟ୍‌ଫର୍ମ ବ୍ୟବହାର କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍‌ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri