ବିଶ୍ୱର ସବୁଠୁ ଖୁସିର ଦେଶ ଫିନଲାଣ୍ଡ: ଭାରତକୁ ପଛରେ ପକାଇଲା ପାକିସ୍ତାନ

ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ବିଶେଷ କରି ୨୦୨୦ ଚିନ୍ତା, ଉଦାସୀନତା, ଏକାକୀ, ଅସୁସ୍ଥତା ଏବଂ ମୃତ୍ୟୁର ବର୍ଷ ଥିଲା କହିଲେ କିଛି ଭୁଲ ହେବ ନାହିଁ। ଏହାରି ମଧ୍ୟରେ ୧୪୯ ଦେଶକୁ ନେଇ ହୋଇଥିବା ‘ଓ୍ବାଲ୍ଡ ହାପିନେସ୍‌ ରିପୋର୍ଟ-୨୦୨୧’ ର ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, କରୋନା ମଧ୍ୟ ଲେକଙ୍କ ଖୁସିର ଜୀବନରେ ସେତେଟା ପ୍ରଭାବ ପକାଇପାରି ନାହିଁ।
ୟୁନିୟନ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଣ୍ଟ ଏବଂ ସଲ୍ୟୁଶନ ନେଟ୍‌ଓ୍ବାର୍କ ଦ୍ୱାରା ପ୍ରଯୋଜିତ ୧୪୯ ଦେଶକୁ ନେଇ ପ୍ରସ୍ତୁତ ଏହା ହେଉଛି ବାର୍ଷିକ ରିପୋର୍ଟ । ମୁଣ୍ଡପିଛା ଜିଡିପି, ସୁସ୍ଥ ଜୀବନ ଏବଂ ନାଗରିକଙ୍କ ମତ ଉପରେ ଏହା ଆଧାରିତ। ଏହି ସର୍ଭେରେ ଲୋକଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା। ଏହି ଆଧାରରେ ୟୁରୋପୀୟ ଦେଶଗୁଡିକ ଦୁନିଆର ସବୁଠାରୁ ଖୁସି ଦେଶ ତାଲିକାରେ ପ୍ରଥମ ୯ଟି ସ୍ଥାନରେ ରହିଛି। ଏହି ତାଲିକାରେ ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ଖୁସିର ଦେଶ ବୋଲି ବିବେଚିତ ହୋଇଛି। ସେହିପରି ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ବିଜରଲାଣ୍ଡ, ଚତୁର୍ଥରେ ଆଇସଲ୍ୟାଣ୍ଡ, ପଞ୍ଚମରେ ନେଦରଲାଣ୍ଡ, ଷଷ୍ଠରେ ଆଇସଲ୍ୟାଣ୍ଡ, ସପ୍ତମରେ ନରଓ୍ବେ, ଅଷ୍ଟମରେ ସ୍ବିଡେନ ଏବଂ ନବମରେ ଲଗଜମବର୍ଗ ରହିଛି। ନ୍ୟୁଜଲାଣ୍ଡ ଏକମାତ୍ର ଅଣୟୁରୋପୀୟ ଦେଶ ଯିଏକି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇଛି।
ଓ୍ବାଲ୍ଡ ହାପିନେସ୍‌ ରିପୋର୍ଟରେ ଫିନଲାଣ୍ଡ କ୍ରମାଗତ ୪ଥର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ୧୪୯ ଦେଶର ଏହି ତାଲିକାରେ ଭାରତ ୧୩୯ତମ ସ୍ଥାରେ ରହିଛି। ଗତ ବର୍ଷ ଭାରତ ଏହି ତାଲିକାରେ ୧୪୦ତମ ସ୍ଥାନ ଅଧିକାର କରିଥିଲା। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନ ଏହି ତାଲିକାରେ ୧୦୫ତମ ସ୍ଥାନରେ ରହିଛି। ଭାରତଠାରୁ ପାକିସ୍ତାନ ୩୪ ସ୍ଥାନ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ: ଚିଠା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଓ୍ବାଶିଂଟନ, ୭ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିଥିବାବେଳେ ଏନେଇ ଚିଠା ପ୍ରସ୍ତୁତ କରିବା ଲାଗି ତାଙ୍କ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନଙ୍କୁ...

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ...

ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ...

ୟୁକ୍ରେନ୍‌ ଛାଡ଼ିଲେଣି ୩୫ ଲକ୍ଷ

ଜେନେଭା, ୨୩ା୩: ରୁଷିଆ ଆକ୍ରମଣ ପରଠାରୁ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ୟୁକ୍ରେନ ଛାଡ଼ି ଶରଣାର୍ଥୀ ପାଲଟିଥିବା ଜାତିସଂଘ କହିଛି। ଏଥିଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ...

ଜାପାନରେ ବଡ଼ ଭୂକମ୍ପ

ଟୋକିଓ,୨୧।୩ : ଜାପାନର ଉତ୍ତର-ପୂର୍ବ ଭାଗରେ ଶନିବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଭୂକମ୍ପ...

ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ

କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର...

ରୁଷିଆ ସ୍କୁଲରେ ଗୁଳି, ୧୫ ମୃତ,୨୪ ଗୁରୁତର: ନିଜ ଗୁଳିରେ ଟଳିଲେ ଆତତାୟୀ

ମସ୍କୋ, ୨୬ା୯: ରୁଷିଆର ଇଜେଭ୍‌ସ୍କ ସହରରେ ଥିବା ଏକ ସ୍କୁଲରେ ଜଣେ ଆତତାୟୀ ସୋମବାର ଆଖିବୁଜା ଗୁଳି ଚଳାଇଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

Advertisement
Archives

Model This Week