ଖୁସି ଓ ଅବସାଦ

ରିତେଶ କୁମାର ଶିଶୁ

ଆଜିକାଲି ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆମତ୍ହତ୍ୟା ହାର ୨୦.୨୦ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ମଧ୍ୟ ଏହି ହାର କମ୍‌ ନୁହେଁ। କ୍ରମବର୍ଦ୍ଧିଷ୍ଣୁ ଆମତ୍ହତ୍ୟା ପ୍ରବଣତାର କାରଣ ଅନୁଶୀଳନ କରିବା ନିତାନ୍ତ ଆବଶ୍ୟକ। ଲକ୍ଷ୍ୟକଲେ ଜଣାପଡ଼ିବ, ଆଜିକାଲି ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ସହିତ ଏହାର ଅପବ୍ୟବହାର ଅନେକ ହେଉଛି। ଏହା ନ ଥିଲା ବେଳେ କୌଣସି ବ୍ୟକ୍ତିର ଅନୁପସ୍ଥିତିରେ ତାଙ୍କ ପ୍ରତି ଆମ ଭିତରେ ଜାଗ୍ରତ ପ୍ରେମ, ଅଭିମାନ, କ୍ରୋଧ, ଘୃଣା ଆଦି ତୁରନ୍ତ ପରିପ୍ରକାଶ କରିବା ପାଇଁ ସେ ସାକ୍ଷାତ୍‌ରେ ଦେଖା ନ ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ମାଧ୍ୟମ ନ ଥିଲା। ଫଳସ୍ବରୂପ ସେହି ଭାବନାଗୁଡ଼ିକ ଅଧିକ କୁହୁଳୁ ନ ଥିଲା ଓ ଧୀରେ ଧୀରେ ପାସୋରି ହୋଇଯାଉଥିଲା । କିନ୍ତୁ ଏବେ ସେ ପାଖରେ ନ ଥିଲେ ମଧ୍ୟ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଆଉ ଭିଡିଓ କଲ୍‌ ଚାଲିଛି। ଏହା ଦ୍ୱାରା ଅଳ୍ପକିଛି ମାନ ଅଭିମାନ ଭୀଷଣ ରୂପ ଧାରଣ କରି ଅନେକ ପରିବାର ଉଜାଡ଼ିବାର ମାଧ୍ୟମ ହେଉଛି। କଲେଜ ପଢୁଆ ଯୁବତୀଯୁବକମାନେ ମୋବାଇଲର ଅଧିକ ବ୍ୟବହାର କରି ମାନସିକ ଅଶାନ୍ତି ଓ ଅବସାଦକୁ ଡାକିଆଣୁଛନ୍ତି। ଏପରି କି ନବବିବାହିତ ଦମ୍ପତି ମୋବାଇଲ ମାୟାଜାଲରେ ପଡ଼ି ପରସ୍ପରକୁ ସନ୍ଦେହ କରି ଆମତ୍ହତ୍ୟା କରୁଛନ୍ତି। ବ୍ୟକ୍ତି ଓ ବସ୍ତୁ ପ୍ରତି ଅଧିକ ଆସକ୍ତି ଆମକୁ ଏହାର ବିଚ୍ଛେଦକୁ ସହ୍ୟକରି ସମସ୍ୟାକୁ ସମ୍ମୁଖୀନ ହୋଇ ଆଗକୁ ବଢ଼ିବାର ଶକ୍ତି ଦେଉନାହିଁ। ତେଣୁ ମାନସିକ ଚାପ ଓ ଅବସାଦ ଆମକୁ ସହଜରେ କବଳିତ କରିନେଉଛି ଏବଂ ପରିଶେଷରେ ଆମତ୍ହତ୍ୟା ଆଡ଼କୁ ବାଟ କଢ଼ାଇ ନେଉଛି।
ଆମ ଶରୀର ଏକ ରାସାୟନିକ ପ୍ରକ୍ରିୟା ସାଧନ କରୁଥିବା ଯନ୍ତ୍ର ସଦୃଶ। ବୟସର ବୃଦ୍ଧି ସହିତ ବିଭିନ୍ନ ପ୍ରକାର ହରମୋନ୍‌ ଓ ରସାୟନର କ୍ଷରଣ ହେତୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ହୁଏ। ଏହି ହରମୋନ୍‌ ଓ ରସାୟନର ସନ୍ତୁଳନ ହିଁ ଆମକୁ ଶାରୀରିକ ଓ ମାନସିକ ସୁସ୍ଥତା ଦିଏ। ଏହି ରସାୟନିକ ଉପାଦାନମାନଙ୍କ ମଧ୍ୟରେ କେତେକ ହରମୋନ୍‌ର ଠିକ୍‌ ପରିମାଣର କ୍ଷରଣ ଆମ ମାନସିକ ସ୍ଥିତିକୁ ସୁସ୍ଥ ଓ ଖୁସି ରଖିବାରେ ସାହାଯ୍ୟ କରନ୍ତି। ଯେପରି କି ଡୋପାମିନ୍‌, ଅକ୍ସିଟୋସିନ୍‌, ଏଣ୍ଡୋର୍ଫିନ୍‌ ଓ ସେରୋଟୋନିନ୍‌ ଆଦି ହରମୋନ୍‌। କିନ୍ତୁ ଏହିସବୁ ରସାୟନିକ ଉପାଦାନର ସନ୍ତୁଳନ ବ୍ୟାହତ ହେଲେ ଆମେ ଅବସାଦଗ୍ରସ୍ତ ହେଉ ଓ ଏହା ଅଧିକ ଦିନ ଲାଗିରହିଲେ ଆମତ୍ହତ୍ୟା କଥା ଚିନ୍ତାକରୁ। କିନ୍ତୁ ଆମର ଆଳସ୍ୟମୟ ଜୀବନଶୈଳୀ, ଅଧିକ ତେଲମସଲା ଓ ଜଙ୍କ୍‌ ଫୁଡ୍‌ ଖାଦ୍ୟ ସେବନ ଦ୍ୱାରା ମୋଟାପଣ, ଅପପୁଷ୍ଟି ଆଦିର ଶିକାର ହୋଇ ଏହିସବୁ ହରମୋନ୍‌ର କ୍ଷରଣକୁ ବାଧାପ୍ରାପ୍ତ କରନ୍ତି। ଏହାସହିତ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା, କୌଣସି ସମସ୍ୟାକୁ ନେଇ ଦୀର୍ଘଦିନ ଦୁଃଖରେ ରହିବା ଆଦି ଆମକୁ ମାନସିକ ଚାପଗ୍ରସ୍ତ କରିବା ସହିତ ଧୀରେ ଧୀରେ ଦୀର୍ଘ ଅବସାଦ ଆଡ଼କୁ ଟାଣିନିଅନ୍ତି। ଏହି ମାନସିକ ଚାପ, ଦୁଃଖ ଆଦି ନକାରାମତ୍କ ପ୍ରଭାବ ଆମ ଶରୀରରେ ବିଭିନ୍ନ ପ୍ରକାର ହରମୋନ୍‌ର ସ୍ତରକୁ ଅସନ୍ତୁଳିତ କରି ଅବସାଦଗ୍ରସ୍ତ ମାନସିକ ରୋଗର କାରଣ ହୁଅନ୍ତି। ଅବସାଦ ଜନିତ ମାନସିକ ସମସ୍ୟା ଥିବା ବ୍ୟକ୍ତିମାନଙ୍କର ରାତିରେ ନିଦ ନ ହେବା, ଅବସ ଲାଗିବା, ଭୋକ କମିଯିବା ବା ଅଧିକ ଭୋକ ଲାଗିବା, ଏକାଗ୍ରତା ହରାଇବା, ନିଜ ପ୍ରତି ହୀନମନ୍ୟତା ବା ଘୃଣାଭାବ, ଆମତ୍ହତ୍ୟା ପ୍ରବଣତା ଆଦି ଲକ୍ଷଣ ଦେଖାଦିଏ। ଏପରି ମାନସିକ ରୋଗର ଫଳପ୍ରଦ ଚିକିତ୍ସା ସମ୍ଭବ।
ବାସ୍ତବରେ କହିବାକୁ ଗଲେ ଅଧିକାଂଶ କ୍ଷେତ୍ରରେ ଜଣେ ଶାରୀରିକ ଭାବେ ସୁସ୍ଥ ବ୍ୟକ୍ତି ଚାହିଁଲେ କିଛି ପଦକ୍ଷେପ ନେଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଠାରେ ପ୍ରଥମେ ଆମକୁ ସକାରାମତ୍କ ଭାବନା ଜାଗ୍ରତ ସ୍ବରୂପ ଖୁସି ରହିବାର ମାଧ୍ୟମ ଖୋଜିବାକୁ ପଡ଼ିବ। ଯେପରି କି ନିଜର ଲକ୍ଷ୍ୟ ପୂରଣ କରିବା, ନିଜର ଯତ୍ନ ନେବା, କିଛି ଲେଖାଲେଖି କରିବା, ପରିବାର ସହିତ ବସି ଭୋଜନ କରିବା, ସାଙ୍ଗସାଥୀମାନଙ୍କ ସହିତ ଖୁସିଗପ କରିବା ଆଦି ଦ୍ୱାରା ଡୋପାମିନ୍‌ ହରମୋନ୍‌ କ୍ଷରଣରେ ସାହାଯ୍ୟ କରେ। ସାମାଜିକ କାର୍ଯ୍ୟରେ ସାମିଲ ହେବା, ଗୃହପାଳିତ ପଶୁ ସହ ସମୟ ବିତାଇବା, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଆଦି ଦ୍ୱାରା ଅକ୍ସିଟୋସିନ ହରମୋନ୍‌ କ୍ଷରଣକୁ ସୁଗମ କରେ। କର୍ମଠ ରହିବା, ଶାରୀରିକ ପରିଶ୍ରମ କରିବା, ଗୀତ ଶୁଣିବା, ମନ ଖୋଲି ହସିବା ଆଦି ଏଣ୍ଡୋର୍ଫିନ୍‌ ହରମୋନ୍‌ର କ୍ଷରଣରେ ସହାୟକ ହୁଏ। କିଅଁଳ ସୂର୍ଯ୍ୟାଲୋକରେ ବସିବା, ପ୍ରାକୃତିକ ଦୃଶ୍ୟ ବୁଲି ଦେଖିବା, ଧ୍ୟାନ କରିବା ଆଦି ସେରୋଟୋନିନ୍‌ ହରମୋନ୍‌ର କ୍ଷରଣକୁ ସୁଗମ କରେ। ଏହିସବୁ ହରମୋନ୍‌ର ସନ୍ତୁଳିତ କ୍ଷରଣ ଦ୍ୱାରା ଆମ ମନକୁ ଖୁସି ରଖିବା ସହିତ ମାନସିକ ଚାପ ଓ ଅବସାଦକୁ ଦୂରେଇ ମାନସିକ ସ୍ବାସ୍ଥ୍ୟ ଭଲ ରଖେ।
ନିଜ ଜୀବନ ଜିଇବାର କୌଶଳ ଓ ଖୁସି ନିଜ ଅଧୀନରେ ଅଛି। କାରଣ ନିଜ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ବ୍ୟକ୍ତି ବା ବସ୍ତୁକୁ ସଦାସର୍ବଦା ଆମ ଅଧୀନରେ ରଖିବା କ୍ଷମତା ଆମର ନାହିଁ। ଏତେବଡ଼ ବିଶ୍ୱରେ ମଣିଷ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବଟିଏ ଓ ଏହି ଜୀବନ ଦୁର୍ମୂଲ୍ୟ। ତେଣୁ ମଣିଷ ଜୀବନ ପାଇ ଏହାକୁ ସୁବିନିଯୋଗ କରିବା ସହିତ କିଛି ମହତ୍‌ ଉଦ୍ଦେଶ୍ୟରେ କାମ କରିବା ଓ ଜୀବନରେ ଆସୁଥିବା ସୁଖଦୁଃଖ, ମିଳନବିଚ୍ଛେଦ, ମାନଅପମାନ ଆଦିକୁ ସମାନ ଦୃଷ୍ଟିରେ ଦେଖି ସର୍ବଦା ସକାରାମତ୍କ କାର୍ଯ୍ୟରେ ଲିପ୍ତ ରହିବା।
ଦଧିବାବନପୁର, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri