ଆନନ୍ଦ ପ୍ରାପ୍ତି

ଅନ୍ତର୍ଯ୍ୟାମୀ ପଟ୍ଟନାୟକ
ଜୀବିତ ରହିବା ଜୀବନର ଅନ୍ୟତମ ଧର୍ମ। ଏହି ଶରୀରରେ ଜୀବନ ଚିରକାଳ ରହିପାରେ ନାହିଁ, କାରଣ ଶରୀର କ୍ଷୟଶୀଳ। ଶରୀର ନଷ୍ଟ ହେବା ପୂର୍ବରୁ ଜୀବଠାରେ ନୂତନ ଜୀବ ସୃଷ୍ଟିର ପ୍ରବୃତ୍ତି ଦେଖାଦେଇଥାଏ। ଜ୍ଞାନୀଜନ ଏହା ଉପଲବ୍ଧି କରିଥା’ନ୍ତି। ତେଣୁ ନାଶଶୀଳ ଶରୀରର ସୁଖ ତଥା ଇନ୍ଦ୍ରିୟ ଲାଳସାକୁ ଅବଦମିତ କରିରଖିଥା’ନ୍ତି ।
ଶରୀର ବିନଷ୍ଟ ହେବା ପୂର୍ବରୁ ନୂତନ ସୃଷ୍ଟିର ଯେଉଁ ପ୍ରବୃତ୍ତି ଦେଖାଦେଇଥାଏ, ସେହି ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜୀବ ନୂତନ ଜୀବକୁ ଜନ୍ମ ଦେଇଥାଏ, କାରଣ ଏହାଦ୍ୱାରା ଜୀବନର ଧାରା ଅବ୍ୟାହତ ରହିବା ସମ୍ଭବ ହୋଇଥାଏ। ସୂକ୍ଷ୍ମ ଭାବରେ ବିଚାରକଲେ ଜଣାପଡ଼ିବ ଯେ ନୂତନ ଶରୀର ସିନା ସୃଷ୍ଟି ହୁଏ, କିନ୍ତୁ ନୂତନ ଜୀବନ ସୃଷ୍ଟି ହୁଏନାହିଁ। ସବୁ ଜୀବନ୍ତ ଶରୀର ମଧ୍ୟରେ ଏକ ଜୀବନ ସ୍ରୋତ ପ୍ରବାହିତ, ଯେପରି ଏକ ପ୍ରଦୀପରୁ ଅସଂଖ୍ୟ ପ୍ରଦୀପ ଜଳାଯାଇପାରେ। ପ୍ରଦୀପ ଭିନ୍ନ ଭିନ୍ନ ହେଲେ ମଧ୍ୟ ଅଗ୍ନି ଏକ। ପ୍ରତ୍ୟେକ ଜୀବନର ପୂର୍ବଜମାନଙ୍କଠାରେ ତା’ର ଅଂଶ ଥିଲା। ବଂଶଜମାନଙ୍କଠାରେ ତା’ର ଅଂଶ ଅଛି ଓ ପରବର୍ତ୍ତୀ ବଂଶଧରଙ୍କଠାରେ ତା’ର ଅଂଶ ରହିବ । ତା’ର ମୃତ୍ୟୁ ହେଲେ ସନ୍ତାନସନ୍ତିତଙ୍କ ମଧ୍ୟରେ ଓ ନିଃସନ୍ତାନ ହୋଇଥିଲେ ବଂଶଜ ମଧ୍ୟରେ ସେ ବଞ୍ଚତ୍ରହିବ। ପ୍ରତ୍ୟେକଙ୍କ ବଂଶ ବୃକ୍ଷର ମୂଳ ତଥା ବିସ୍ତାର ଖୋଜିଲେ ଜଣାପଡ଼ିବ ସେ ସମସ୍ତେ ନାନା ଭାବରେ ପରସ୍ପର ସହ ସମ୍ପର୍କ ସୂତ୍ରରେ ଆବଦ୍ଧ, ଯଦିବା ବାହାରକୁ ଏହା ଭିନ୍ନ ଜଣାପଡ଼ିଥାଏ। ଏହାଛଡ଼ା ମନୁଷ୍ୟ ସାମାଜିକ ପ୍ରାଣୀ ହୋଇଥିବାରୁ କୌଣସି ବ୍ୟକ୍ତି ସ୍ବତନ୍ତ୍ର ନୁହନ୍ତି । କର୍ମ ବଣ୍ଟନ ଦ୍ୱାରା ଜଣେ ଚାଷ କରୁଛନ୍ତି, ଜଣେ ଲୁଗା ବୁଣୁଛନ୍ତି, ଜଣେ ରୋଗୀସେବା କରୁଛନ୍ତି ତ ଜଣେ ଶିକ୍ଷାଦାନ କରୁଛନ୍ତି। ଏହିପରି ପ୍ରତ୍ୟେକ ବ୍ୟକ୍ତି ବଞ୍ଚତ୍ବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ। ସେଇଥିପାଇଁ କୁହାଯାଇଥାଏ ‘ବସୁଧୈବ କୁଟୁମ୍ବକମ୍‌’- ସମଗ୍ର ବିଶ୍ୱ ଗୋଟିଏ ପରିବାର।
ମନୁଷ୍ୟ ଏ ଜଗତକୁ ଆସେ, ପୁଣି ଚାଲିଯାଏ। ଯେଉଁଥିରେ ତା’ର ବିକାଶ ହୋଇ ପରିଶେଷରେ ବିନାଶ ହୋଇଥାଏ । ଗୀତା ଅନୁସାରେ ମନୁଷ୍ୟର ଏହି ଶରୀର ଧାରଣ କରିବା ଓ ଶରୀର ନାଶଯିବା ପର୍ଯ୍ୟାୟକୁ କ୍ଷେତ୍ର ବୋଲି କୁହାଯାଏ। ତେଣୁ ଶରୀରକୁ ସିଧାସଳଖ ଭାବରେ ଭଗବାନ୍‌ ଏକ କ୍ଷେତ୍ର ସହିତ ତୁଳନା କରିଛନ୍ତି। ମନୁଷ୍ୟ ଶରୀର ପଞ୍ଚଭୂତରେ ତିଆରି। ହେଲେ ଆମତ୍ା ଏକ ଏବଂ ଏହାର ବିଚାରଧାରା ଭିନ୍ନ। ତା’ର ଚେତନାରେ ଗୋଟିଏ ବହିର୍ଜଗତ ପ୍ରତିଫଳିତ ହେଉଛି ଓ ତାକୁ ଅବଲମ୍ବନ କରି କେତେକ ଈଷ୍ଟାର୍ଥ ସୃଷ୍ଟି ହେଉଛି, ଯାହା ନିଜସ୍ବ। ତେଣୁ ସେ ଇଷ୍ଟାର୍ଥଗୁଡ଼ିକୁ ସେ ପୁଷ୍ଟ କରି ଚାଲୁଛି । ସେଥିନିମିତ୍ତ ଅନ୍ୟର ସହଯୋଗିତା ଏବଂ ବିରୋଧ ଦୁଇଟା ତା’ର ପ୍ରୟୋଜନ ହୋଇଥାଏ । ଏହିଠାରେ କେଉଁଠି ଖାପଛଡ଼ାଭାବ ବା ମନକୁ ଚକ୍ଷୁଠାରି ଅନ୍ୟର ସହିତ ମିଳାମିଶା କରୁଛି। କେତେବେଳେ ଅନ୍ୟକୁ ପ୍ରଭାବିତ କରିବାର ଚେଷ୍ଟା କରୁଛି ତ ଅନ୍ୟ ସମୟରେ ଅନ୍ୟଦ୍ୱାରା ପ୍ରଭାବିତ ହେଉଛି । ମୋଟ କଥା ଏ ଜଗତଟା ଗୋଟିଏ କୁରୁକ୍ଷେତ୍ର । ଏ କୁରୁକ୍ଷେତ୍ର ମନୁଷ୍ୟ ଭିତରେ ଓ ବାହାରେ ମଧ୍ୟ କ୍ରିୟାଶୀଳ। ଅନିଶ୍ଚିତ ଭବିଷ୍ୟତ ଦିଗକୁ ମନୁଷ୍ୟ ଆପେ ଆପେ ଅଗ୍ରସର ହେଉଛି। ଏହିଭଳି ପରିସ୍ଥିତିରେ ସେ ଥାଇ ଗୁରୁଗ୍ରହଣ କରି ମଧ୍ୟ ତା’ର ଆଧ୍ୟାମତ୍ିକ ଉନ୍ନତି ହେଉନାହିଁ। ତେଣୁ ଆଦିଶଙ୍କରାଚାର୍ଯ୍ୟ କହିଛନ୍ତି- ‘ଦୁର୍ଲଭ ତ୍ରୟମୈବତତ୍‌ ଦୈବାନୁଗ୍ରହ ହୈତୁକମ୍‌ ମନୁଷ୍ୟତ୍ୱ ମୁମୁକ୍ଷୁତ୍ୱ ମହାପୁରୁଷ ସଂଶ୍ରୟମ୍‌’ । ତେବେ ମନୁଷ୍ୟ ଆଜି ଉନ୍ନତିର ଶୀର୍ଷରେ ପହଞ୍ଚତ୍ ମଧ୍ୟ ସମାଜରେ ପ୍ରକୃତ ମନୁଷ୍ୟର ଅଭାବ ରହିବା ବାସ୍ତବରେ ଦୁରୂହ ବ୍ୟାପାର। ତେବେ ଆମ ଭିତରେ ଆମେ କାହାକୁ ମନୁଷ୍ୟ ବୋଲି ବୁଝିବା? ଯେଉଁ ବ୍ୟକ୍ତି ନିଜ ଭିତରେ ଥିବା ଅନ୍ତର୍ଯ୍ୟାମୀଙ୍କ ପ୍ରେରଣା ବା ବିବେକ ଅନୁଗାମୀ ହୋଇ ପରିଚାଳିତ ହୋଇଥାଆନ୍ତି। ମନୁଷ୍ୟ ବିବେକୀ ହୋଇଗଲେ ତା’ର ଚିନ୍ତା, ବାଣୀ ଓ କାର୍ଯ୍ୟ ମଧ୍ୟରେ ସାମ୍ୟତା ପରିଲକ୍ଷିତ ହୋଇଥାଏ। ଏହି ଅବସ୍ଥାର ନାମ ହିଁ ମନୁଷ୍ୟତ୍ୱ। ଏହି ଅବସ୍ଥାରେ ମନୁଷ୍ୟ ଆଉ ବିଷୟ ଭୋଗ କରିବାକୁ ଚାହେଁନା। ସଂସାର ତାକୁ ବନ୍ଧନ ପରି ବୋଧହୁଏ। କିନ୍ତୁ ଯେଉଁମାନେ ମନ ଇନ୍ଦ୍ରିୟଙ୍କ ଦ୍ୱାରା ସଂସାରରେ ଜଡ଼ିତ ହୋଇଥାଆନ୍ତି, ସେମାନଙ୍କୁ ଏହି ବନ୍ଧନ ଆନନ୍ଦ ଲାଗେ।
ଛୋଟ ଉଦାହରଣଟିଏ। ଜଣେ ଲୋକ ଛୋଟ ଶୁଆଟିକୁ ଧରି ପଞ୍ଜୁରି ଭିତରେ ରଖିଲେ। ଅତି ଆଦରରେ ତାକୁ ପାଳନ କଲେ। ଶୁଆଟି ବାରଣ୍ଡାରେ ଟଙ୍ଗା ହୋଇଥିତ୍ବା ପଞ୍ଜୁରି ଭିତରେ ଥାଏ । ନାନାଦି କଥା କହିଚାଲିଥାଏ । ଶୁଆଟି ଦେଖେ ତା’ ପରି ଅନ୍ୟ ଶୁଆମାନେ ମଧ୍ୟ ବାହାରେ ମୁକ୍ତ ଆକାଶରେ ଉଡ଼ିବୁଲୁଛନ୍ତି ।
ହେଲେ ସେ ପଞ୍ଜୁରି ଭିତରେ କେବଳ ଫଡ଼ଫଡ଼ କରୁଥାଏ। ଦିନେ ଲୋକଟି ଶୁଆକୁ ଖାଦ୍ୟ ଦେଲାବେଳେ ପଞ୍ଜୁରି ମୁକୁଳା କରିଦେଇଥିଲେ ଆଉ ବନ୍ଦ କରିବାକୁ ମନେନଥିଲା । ଏହି ଅବସରରେ ଶୁଆଟି ଉଡ଼ି ଚାଲିଗଲା ଅନ୍ୟ ମୁକ୍ତ ସାଥୀ ଶୁଆମାନଙ୍କ ନିକଟକୁ । କିନ୍ତୁ ସଞ୍ଜ ନଇଁ ଆସିଲାବେଳକୁ ପୁଣି ଆପଣାଛାଏଁ ଶୁଆଟି ପଞ୍ଜୁରିରେ ପ୍ରବେଶକଲା। ସେହିପରି ମନୁଷ୍ୟ ଆଜି ଯେଉଁ ବନ୍ଧନରେ ବାନ୍ଧି ହୋଇଛି, ତାକୁ ତାହା ବନ୍ଧନ ପରି ବୋଧ ହେଉନାହିଁ ।
ଯେଉଁ ଚିରାଚରିତ ରୀତିରେ ମନୁଷ୍ୟ ଚଳିଆସିଛି ତାକୁ ତାହା ଆନନ୍ଦ ଦିଏ। ଦୁଃଖ ପାଇଲେ ମଧ୍ୟ ସେଥିପ୍ରତି ତା’ର ଶୋଚନା ନଥାଏ। ମନୁଷ୍ୟତ୍ୱ ଆସିବା ଏବଂ ଏହି ବନ୍ଧନରୁ ମୁକ୍ତ ହେବା ପାଇଁ ସେ କେବେବି ଚେଷ୍ଟା କରେନାହିଁ। ବନ୍ଧନରୁ ମୁକ୍ତି ପାଇଁ ସେହିପରି ଗୁରୁଙ୍କର ଆବଶ୍ୟକତା ଅଛି ।
ଆଜି ଗୁରୁଙ୍କ ନିକଟକୁ ଯାଇ ମଧ୍ୟ ଶିଷ୍ୟ ପୁଣି ବନ୍ଧନରେ ପଡ଼ିବାକୁ ଇଚ୍ଛା କରୁଛି। ହେଲେ ମନୁଷ୍ୟତ୍ୱ ଜାଗ୍ରତ ହେବା ଦ୍ୱାରା ହିଁ ମନୁଷ୍ୟ ଭିତରେ ମୁକ୍ତ ହେବା ପାଇଁ ତା’ର ପ୍ରବଳ ଇଚ୍ଛା ହୁଏ କିପରି ଏ ବନ୍ଧନରୁ ସେ ମୁକ୍ତ ହେବ, ସେଥିପାଇଁ ସେ ପ୍ରକୃତରେ ଗୁରୁଙ୍କୁ ଖୋଜିଥାଏ। ଆମ୍ଭେମାନେ ଅନ୍ୟ ଜଣକୁ ସାହାଯ୍ୟ କରି ନ ପାରିଲେ ବି ଅନ୍ତତଃ ତା’ର କ୍ଷତି କରିବା ବା ତାକୁ କଷ୍ଟ ଦେବାରୁ ନିବୃତ୍ତ ରହିବା। ଏହା ଏକ ବଡ଼ ସେବା। ଅନ୍ୟର ଦୋଷ ଦେଖିବା ବା ତା’ର ନିନ୍ଦା କରିବାର କି ଅଧିକାର ଆମର ଅଛି? ତାଙ୍କ ଇଚ୍ଛା ବିନା ପୃଥିବୀରେ କଦାପି କିଛି ଘଟିପାରିବ ନାହିଁ ବୋଲି ଆମେ କହୁଥିବା ବେଳେ କାହିଁକି ବିରକ୍ତ ବା କ୍ରୋଧାନ୍ବିତ ହେଉଛେ? ଆମର କର୍ତ୍ତବ୍ୟ ହେଉଛି ନିଜକୁ ନିର୍ମଳ କରିବା ଏବଂ ଆମେ ନିଜର ଅନ୍ତଃଶୁଚିତାରେ ନିୟୋଜିତ ହେବା। ସେହି ପ୍ରୟାସ ଆମକୁ ସବୁ ସଜ୍ଜନମାନଙ୍କର ସହଯୋଗ ଆଣିଦେବ ଏବଂ ଆମ ଭିତରେ ଆମେ ଶାନ୍ତି ଓ ଆନନ୍ଦର ନିର୍ଝର ପାଇପାରିବା।
– ପାରାଦୀପ, ମୋ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri