Posted inଜାତୀୟ

କର୍ନାଟକରେ ‘ହନୁମାନ’ ନାଟକ

ବେଙ୍ଗାଲୁରୁ,୩ା୫: ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ଇସ୍ତାହାରରେ ବଜରଙ୍ଗ ଦଳ ଏବଂ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ନିଷିଦ୍ଧାଦେଶ ଜାରି ସମ୍ପର୍କରେ ଘୋଷଣା କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋସ୍‌ପେଟ୍‌ରେ ମଙ୍ଗଳବାର ଭାଜପାର ଏକ ଦଳୀୟ ସଭାରେ କହିଛନ୍ତି, ମୁଁ ହନୁମାନଙ୍କ ଜନ୍ମସ୍ଥାନକୁ ଆସି ନିଜକୁ ଧନ୍ୟ ମନେକରୁଛି। କିନ୍ତୁ ହନୁମାନଙ୍କ ଭକ୍ତ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବା ନେଇ କଂଗ୍ରେସର ଘୋଷଣା ଶୁଣି ମର୍ମାହତ। କଂଗ୍ରେସ ପୂର୍ବରୁ ପ୍ରଭୁ ରାମଙ୍କୁ ତାଲା ପକାଇ ରଖିଥିଲା। କର୍ନାଟକରେ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ। ହନୁମାନଙ୍କ ଜନ୍ମସ୍ଥାନ କୁହାଯାଉଥିବା ଅଞ୍ଜନାଦ୍ରୀ ହିଲ୍ସ ଥିବା ଜିଲାରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। କଂଗ୍ରେସର ଏହି ଘୋଷଣାକୁ ନେଇ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବଜରଙ୍ଗ ଦଳକୁ ମୌଳବାଦୀ ମୁସଲଲିମ୍‌ ସଙ୍ଗଠନ ପିଏଫ୍‌ଆଇ ସହ ତୁଳନା କରିବା ଦୁର୍ଭାଗ୍ୟଜନକ। ଅତୀତରେ ସିଦ୍ଦାରାମାୟା ସରକାର ପିଏଫ୍‌ଆଇ ବିରୋଧରେ ଥିବ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିଥିଲେ। ମୁସଲମାନ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ସେମାନେ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବାକୁ ବାହାରିଛନ୍ତି। କଂଗ୍ରେସ ଏକ ଜାତୀୟତାବାଦୀ ସଙ୍ଗଠନକୁ ବଦ୍‌ନାମ କରିଥିବା କହି ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ମଧ୍ୟ ସମାଲୋଚନା କରିଛି। ଭିଏଚ୍‌ପି ଯୁଗ୍ମ ମହାସଚିବ ସୁରେନ୍ଦ୍ର ଜୈନ ଏକ ଭିଡିଓ ମେସେଜ୍‌ରେ କହିଛନ୍ତି, ବଜରଙ୍ଗ ଦଳ କଂଗ୍ରେସକୁ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦେବ। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି ଭଗବାନ ହନୁମାନଙ୍କୁ ଅପମାନିତ କରିଛି। ଏହାର ଜବାବରେ କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବଜରଙ୍ଗ ଦଳକୁ ଭଗବାନ ହନୁମାନ ସହ ତୁଳନା କରିବା ଲଜ୍ଜାଜନକ ବିଷୟ। ସେ ଆମ ଧର୍ମୀୟ ଭାବାବେଗକୁ କୁଠାରାଘାତ କରି ଅନେକ କୋଟି ହନୁମାନ ଭକ୍ତଙ୍କୁ ଅପମାନିତ କରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri