Posted inଖେଳ

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ ଦ୍ରାବିଡ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୫ ବର୍ଷ ପୂର୍ବେ ଭାରତର ଅଣ୍ଡର ୧୯ ଏବଂ ଇଣ୍ଡିଆ ଏ ଟିମ୍‌ର କୋଚ୍‌ ଭାବେ ସେ ଯେଉଁ ଚାରା ଲଗାଇଥିଲେ ତାହା ଏବେ ଫଳିବାରେ ଲାଗିଛି ବୋଲି କୁହାଯାଉଛି। ଭାରତର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା ଅଧିକାଂଶ ଖେଳାଳି ରାହୁଲଙ୍କ ପାଠଶାଳାର ଛାତ୍ର ଥିଲେ। ତେବେ ସିଡନୀ ଟେଷ୍ଟରେ ଭାରତୀୟ ଟିମ୍‌ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ର ହନୁମା ବିହାରୀଙ୍କୁ ଦ୍ରାବିଡ ମେସେଜ୍‌ କରି ପ୍ରଶଂସା କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ଭଲ ଖେଳିଲ ବୋଲି ସେ କହିଥିବା ଜଣାପଡ଼ିଛି।

ଇଣ୍ଡିଆ ଏ’ର ଟୁର୍‌ ପ୍ରୋଗ୍ରାମରେ ରାହୁଲଙ୍କ ସହ କାମ କରିଛନ୍ତି ହନୁମା। ତାଙ୍କ ଛଡ଼ା ଶୁଭମନ ଗିଲ, ମହମ୍ମଦ ସିରାଜ, ନବଦୀପ ସାଇନି, ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ତାଙ୍କ ମାର୍ଗଦର୍ଶନରେ ଭାରତ ପାଇଁ ଖେଳିବାର ସ୍ବପ୍ନ ପୂରଣ କରିଛନ୍ତି। ଏନେଇ ବିହାରୀ କହିଥିଲେ, ଯୁବ ଖେଳାଳି ଭାବେ ଦ୍ରାବିଡଙ୍କୁ ଶ୍ରେୟ ଦେବାକୁ ଚାହିଁବୁ। କାରଣ ସେ ପଡ଼ିଆରେ କିଭଳି ଖେଳିବା ଉଚିତ ତାହା ଶିଖାଇଥିଲେ। ସେଥିପାଇଁ ସଫଳତା ମିଳିପାରିଛି। ତାଙ୍କ ମାର୍ଗଦର୍ଶନରେ ଆମେ କ୍ରିକେଟ ଖେଳିଛୁ। ଦରକାର ସମୟରେ ସେ ଉପଲବ୍ଧ ରହିଥାନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଡେବ୍ୟୁ କରୁଛି ବୋଲି ସେ ଦ୍ରାବିଡଙ୍କୁ ଜଣାଇଥିଲେ। ଏହାର ଜବାବରେ ରଣଜୀ ଏବଂ ଇଣ୍ଡିଆ ଏ ପାଇଁ ଭଲ ଖେଳିଛ, ଭାରତ ପାଇଁ ମଧ୍ୟ ଖେଳିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଏଭଳି ଭାବେ ସେ ଆତ୍ମବିଶ୍ୱାସ ବଢ଼ାଇଥିଲେ ବୋଲି ବିହାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ...

୬ ଓଭର ତିଷ୍ଠି ପାରିଲେନି ଦୁଇ ଓପନର

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର ଫେଲ୍‌ ମାରିଛନ୍ତି। ଏପରି କି ଦୁହେଁ ୬...

ବାହାରିନ୍‌ ଗ୍ରାଁ ପ୍ରି: ଅଳ୍ପକେ ବର୍ତ୍ତିଗଲେ ଗ୍ରସ୍‌ଜେଁ

ସାଖିର (ବାହାରିନ୍‌), ୩୦ା୧୧ (ଏପି)-ରବିବାର ଅନୁଷ୍ଠିତ ବାହାରିନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟରରେସିଂ ଆରମ୍ଭରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହାସ୍‌ ଟିମ୍‌ର ରୋମେନ ଗ୍ରସ୍‌ଜେଁ।...

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ...

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ଚର୍ଚ୍ଚାରେ ଥିଲା ରୋହିତଙ୍କ ଏହି ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୩।୭: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ତଥା ସେତେବେଳେ ବିରାଟଙ୍କ ପ୍ରେମିକା ଥିବା ଅନୁଷ୍କା ଶର୍ମା। ଟିମ୍‌...

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ପୂଜାରା ୬ଷ୍ଠ ସ୍ଥାନକୁ ଉନ୍ନୀତ

ଦୁବାଇ, ୩୧ା୧ (ପି.ଟି.)-ଶନିବାର ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନ ତାଲିକାରେ ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି। ଚେତେଶ୍ୱର...

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର...

Advertisement
Archives

Model This Week