Posted inଖେଳ

ସିଡନୀ ଟେଷ୍ଟ ପରେ ଏହି ଖେଳାଳିଙ୍କୁ ମେସେଜ୍‌ କରି ଏଭଳି କହିଥିଲେ ଦ୍ରାବିଡ୍‌

ହାଇଦ୍ରାବାଦ,୨୨।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି। ଏହି ଜିତ୍‌କୁ ନେଇ ଭାରତର ପୂର୍ବ ଅଧିନାୟକ ରାହୁଲ ଦ୍ରାବିଡ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୫ ବର୍ଷ ପୂର୍ବେ ଭାରତର ଅଣ୍ଡର ୧୯ ଏବଂ ଇଣ୍ଡିଆ ଏ ଟିମ୍‌ର କୋଚ୍‌ ଭାବେ ସେ ଯେଉଁ ଚାରା ଲଗାଇଥିଲେ ତାହା ଏବେ ଫଳିବାରେ ଲାଗିଛି ବୋଲି କୁହାଯାଉଛି। ଭାରତର ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା ଅଧିକାଂଶ ଖେଳାଳି ରାହୁଲଙ୍କ ପାଠଶାଳାର ଛାତ୍ର ଥିଲେ। ତେବେ ସିଡନୀ ଟେଷ୍ଟରେ ଭାରତୀୟ ଟିମ୍‌ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ର ହନୁମା ବିହାରୀଙ୍କୁ ଦ୍ରାବିଡ ମେସେଜ୍‌ କରି ପ୍ରଶଂସା କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ଭଲ ଖେଳିଲ ବୋଲି ସେ କହିଥିବା ଜଣାପଡ଼ିଛି।

ଇଣ୍ଡିଆ ଏ’ର ଟୁର୍‌ ପ୍ରୋଗ୍ରାମରେ ରାହୁଲଙ୍କ ସହ କାମ କରିଛନ୍ତି ହନୁମା। ତାଙ୍କ ଛଡ଼ା ଶୁଭମନ ଗିଲ, ମହମ୍ମଦ ସିରାଜ, ନବଦୀପ ସାଇନି, ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ତାଙ୍କ ମାର୍ଗଦର୍ଶନରେ ଭାରତ ପାଇଁ ଖେଳିବାର ସ୍ବପ୍ନ ପୂରଣ କରିଛନ୍ତି। ଏନେଇ ବିହାରୀ କହିଥିଲେ, ଯୁବ ଖେଳାଳି ଭାବେ ଦ୍ରାବିଡଙ୍କୁ ଶ୍ରେୟ ଦେବାକୁ ଚାହିଁବୁ। କାରଣ ସେ ପଡ଼ିଆରେ କିଭଳି ଖେଳିବା ଉଚିତ ତାହା ଶିଖାଇଥିଲେ। ସେଥିପାଇଁ ସଫଳତା ମିଳିପାରିଛି। ତାଙ୍କ ମାର୍ଗଦର୍ଶନରେ ଆମେ କ୍ରିକେଟ ଖେଳିଛୁ। ଦରକାର ସମୟରେ ସେ ଉପଲବ୍ଧ ରହିଥାନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଡେବ୍ୟୁ କରୁଛି ବୋଲି ସେ ଦ୍ରାବିଡଙ୍କୁ ଜଣାଇଥିଲେ। ଏହାର ଜବାବରେ ରଣଜୀ ଏବଂ ଇଣ୍ଡିଆ ଏ ପାଇଁ ଭଲ ଖେଳିଛ, ଭାରତ ପାଇଁ ମଧ୍ୟ ଖେଳିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଏଭଳି ଭାବେ ସେ ଆତ୍ମବିଶ୍ୱାସ ବଢ଼ାଇଥିଲେ ବୋଲି ବିହାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri