Posted inଖେଳ

ଆଇପିଏଲ୍‌ ନିଲାମ ପାଇଁ ମନୋନୀତ ହେଲେ ୬ ଓଡ଼ିଆ କ୍ରିକେଟର୍‌

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଚଳିତ ବର୍ଷ ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଉଛି। ଏହା ପୂର୍ବରୁ ଏବେ ବିଭିନ୍ନ ଦଳ ପକ୍ଷରୁ ଖେଳାଳିଙ୍କୁ ଛାଡିବା ଏବଂ ରଖିବା ପ୍ରକ୍ରିୟା ଚାଲିଛି। ଏଥର ଆଇପିଏଲ୍‌ରେ ନିଲାମ ପାଇଁ ୬ ଓଡ଼ିଆ କ୍ରିକେଟର୍‌ ମନୋନୀତ ହୋଇଥିବା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ନିଲାମରେ ସାମିଲ ଖେଳାଳିମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଏବଂ ତାରିଣୀ ଶ’। ତେଣୁ ଏଥର ଆଇପିଏଲ୍‌ରେ ଓଡ଼ିଶାର କିଛି ଖେଳାଳି ସ୍ଥାନ ପାଇବାର ଆଶା କରାଯାଉଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଗତବର୍ଷ ଆଇପିଏଲ୍‌ ଯୁଏଇରେ ଆୟୋଜନ କରାଯାଇଥିଲା। ଚଳିତବର୍ଷ କିନ୍ତୁ ଭାରତରେ ଆୟୋଜନ କରାଯିବ ବୋଲି ବିସିସିଆଇ ପକ୍ଷରୁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ ସେଇ ‘ସିଏସ୍‌କେ ଗର୍ଲ’; ଧୋନୀଙ୍କ ଛକା ଦେଖି ଯିଏ…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ଓଭରରେ...

କଳା ଚଷମା ଗୀତରେ ନାଚିଲେ ଭାରତୀୟ ଖେଳାଳି

ହରାରେ,୨୩।୮: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜକୁ ୩-୦ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଅଧିନାୟକ ଲୋକେଶ ରାହୁଲଙ୍କ ଠାରୁ...

ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ, ୭ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ...

ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଲେ ନାହିଁ ଡୁପ୍ଲେସି, ତାହିର

ଜୋହାନ୍ସବର୍ଗ,୯।୯: ଆସନ୍ତା ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକା ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସି।...

ସେହ୍ବାଗଙ୍କ ସ୍କୁଲରେ ଟ୍ରେନିଂ ନେଉଛନ୍ତି ପୁଲଓ୍ବାମା ଶହୀଦଙ୍କ ପୁଅ

ନୂଆଦିଲ୍ଲୀ,୧୭।୧୦- ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପୁଅ କ୍ରିକେଟ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ...

ଉଗାଣ୍ଡା ଅଲିମ୍ପିକ ଟିମ୍‌ର ଜଣେ ସଦସ୍ୟଙ୍କୁ କରୋନା

ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍‌ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ...

କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର...

Advertisement
Archives

Model This Week