Posted inଜାତୀୟ

ଫାଶୀ ଦେଲେ ମହିଳା ବିଚାରପତି, ଏବେ ଏସବୁ ନେଇ ଉଠୁଛି ପ୍ରଶ୍ନ…

ଲକ୍ଷ୍ନୌ,୩।୨ : ଉତ୍ତରପ୍ରଦେଶର ବାଦାଉ୍‌ଁ ଜିଲାରେ ସରକାରୀ ବାସଭବନରୁ ଜଣେ ମହିଳା ବିଚାରପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି ବିଚାରପତି ଆତ୍ମହତ୍ୟା କରିଛନ୍ତି। ଶନିବାର ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ଥିଲେ, କାର୍ଯ୍ୟାଳୟର କିଛି ଲୋକ ଘରକୁ ଆସିଥିଲେ। ଯେତେବେଳେ ତାଙ୍କର କବାଟ ଖୋଲିଲା ନାହିଁ, ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ଜଣେ ମହିଳା ବିଚାରପତି ବିଚାର ବ୍ୟବସ୍ଥାରେ ବିରକ୍ତ ହୋଇ ଆତ୍ମହତ୍ୟା କରିବାକୁ ଅନୁମତି ମାଗିଥିଲେ।

ମହିଳା ବିଚାରପତିଙ୍କ ନାମ ଜ୍ୟୋତ୍ସ୍ନା ରାୟ ବୋଲି କୁହାଯାଉଛି। ସେ ମାଉ ଜିଲାର ବାସିନ୍ଦା ଥିଲେ। ୨୯ ବର୍ଷିୟା ଜ୍ୟୋତ୍ସ୍ନାଙ୍କୁ ବାଦାଉଁ ଜିଲାର ଜୁନିୟର ଡିଭିଜନ ମାଜିଷ୍ଟ୍ରେଟ ଭାବରେ ପୋଷ୍ଟିଂ କରାଯାଇଥିଲା। ଏହାପୂର୍ବରୁ ତାଙ୍କୁ ଅଯୋଧ୍ୟା ଜିଲାରେ ପୋଷ୍ଟିଂ କରାଯାଇଥିଲା। ବର୍ତ୍ତମାନ ବିଚାରପତିଙ୍କ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ପ୍ରଶ୍ନ ଉଠାଉଛନ୍ତି।

ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି ବିଚାର ବ୍ୟବସ୍ଥାରେ ସନ୍ତୁଷ୍ଟ ନ ହୋଇ ଜଣେ ବିଚାରପତି ଆତ୍ମହତ୍ୟା କରିବାକୁ ଅନୁମତି ମାଗିଥିଲେ ଏବଂ ବର୍ତ୍ତମାନ ଜଣେ ବିଚାରପତି ଆତ୍ମହତ୍ୟା କରିଛନ୍ତି, ଦେଶ କେଉଁ ଆଡେ ଯାଉଛି? ଜଣେ ଲେଖିଛନ୍ତି ପିଲାମାନେ ଆତ୍ମହତ୍ୟା କରୁଛନ୍ତି, କୃଷକମାନେ ନିଜ ଜୀବନ ଦେଉଛନ୍ତି, ବର୍ତ୍ତମାନ ବିଚାରପତିମାନେ ମଧ୍ୟ ଆତ୍ମହତ୍ୟା କରୁଛନ୍ତି ଏବଂ ସରକାର ତଥା ଅନୁଷ୍ଠାନଗୁଡ଼ିକ କେବଳ ନିଷ୍କ୍ରିୟ ହୋଇ ବସିଛନ୍ତି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ବିଚାରପତିଙ୍କ ଆତ୍ମହତ୍ୟା ପ୍ରକୃତରେ ଅତ୍ୟନ୍ତ ଚିନ୍ତାଜନକ, ଏହି ଦିଗରେ ପଦକ୍ଷେପ ନିଆଯିବା ଉଚିତ ଏବଂ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ।

ମିଳିଥିବା ସୂଚନା ଅନୁଯାୟୀ, ବିଚାରପତିଙ୍କ ସହ ଯୋଗାଯୋଗ ନ କରି କର୍ମଚାରୀମାନେ ଘରେ ପହଞ୍ଚିଥିଲେ। ଯେତେବେଳେ କବାଟ ଖୋଲିଲା ନାହିଁ, ପୋଲିସକୁ ସୂଚନା ଦିଆଯାଇଥିଲା। କବାଟ ଭାଙ୍ଗିବା ପରେ ଜଜଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି ଘରେ କିଛି ଡକ୍ୟୁମେଣ୍ଟ ମଧ୍ୟ ମିଳିଛି। ତେବେ ଏଥିରେ କ’ଣ ଅଛି ସେ ସମ୍ବନ୍ଧରେ ସୂଚନା ପ୍ରକାଶ କରାଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri