କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର

ଜଳେଶ୍ୱର, ୭।୯(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ଏଥିରେ ଆପଦକାଳୀନ ସହାୟତା ଲାଗି ୨୦ କୋଟି ଟଙ୍କା ମଗାଯାଇଥିବା ପ୍ରାଥମିକ ସ୍ତରରେ ଜଣାଯାଇଛି।
ବର୍ଷା ଓ ବନ୍ୟା ଯୋଗୁ କ୍ଷୟକ୍ଷତି ରିପୋର୍ଟ ବ୍ଲକ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ବ୍ୟାପକ କ୍ଷତି ଘଟିଥିଲେ ମଧ୍ୟ ଜରୁରୀ ପରିସ୍ଥିତିରେ ଆର୍ଥତ୍କ ସହାୟତା ଯୋଗାଇବାକୁ ବିଭିନ୍ନ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଦର୍ଶାଯାଇଛି। ଜଳେଶ୍ୱର ବ୍ଲକ ଅଧୀନରେ ମୋଟ ୧୮୯ଟି ରାସ୍ତା ବନ୍ୟାରେ କ୍ଷତି ଘଟିଛି। ଏଥିପାଇଁ ୫କୋଟି ୬୯ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଦର୍ଶାଯାଇଛି। ଏବେ ବି ବହୁ ଅଞ୍ଚଳର ଲୋକେ ପାଣି କାଦୁଅରେ ଯାତାୟାତ କରୁଥିବାରୁ ଏହି ଅର୍ଥ ତୁରନ୍ତ ମଞ୍ଜୁର କରିବାକୁ କୁହାଯାଇଛି। କୃଷି ବିଭାଗ ପକ୍ଷରୁ ୧୨୪୦ ହେକ୍ଟର ଜମିର ଧାନଚାଷ ନଷ୍ଟ ହୋଇଥିବା ଦର୍ଶାଇ ସେମାନଙ୍କୁ ବିଭିନ୍ନ ଆପଦ କାଳୀନ ସହାୟତା ଲାଗି ୮୪ଲକ୍ଷ ୩୨ହଜାର ଟଙ୍କା ଯୋଗାଇବାକୁ କୁହାଯାଇଛି। ସେହିପରି ଉଦ୍ୟାନ ବିଭାଗକୁ ୨୦ଲକ୍ଷ ଟଙ୍କାର ଇନପୁଟ ସହାୟତା ମଗାଯାଇଛି। ବ୍ଲକ ସ୍ତରୀୟ ୩୦ଟି ପୋଖରୀରେ ମାଛଚାଷ ହେଉଥିବାରୁ ସେମାନଙ୍କ ପୋଖରୀ ମରାମତି ଲାଗି ୪୦ହଜାର ଟଙ୍କା ସହାୟତା ଲାଗି ଦର୍ଶାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଜଳେଶ୍ୱର ବ୍ଲକରେ ୨୩ଟି ରାସ୍ତା ୧୭ କି.ମି., ଭୋଗରାଇ ବ୍ଲକର ୩୫ଟି ରାସ୍ତାର ୩୫.୫ କି.ମି. ଓ ବାଲିଆପାଳ ବ୍ଲକର ୨୦ଟି ରାସ୍ତାର ୩୫ କି.ମି. କ୍ଷୟକ୍ଷତି ଘଟିଛି। ଏଥିଲାଗି ୨କୋଟି ଟଙ୍କା ଜରୁରୀ ଭାବେ ଯୋଗାଇବାକୁ କୁହାଯାଇଥିବା ବେଳେ ପ୍ରକୃତ ମରାମତି ଲାଗି ୭ କୋଟି ଟଙ୍କା ଆବଶ୍ୟକ ବୋଲି ଦର୍ଶାଯାଇଛି। ସେହି ବିଭାଗ ଅଧୀନରେ ଜଳେଶ୍ୱରର ୧୩ଟି ପୋଲ, ଭୋଗରାଇର ୨୨ଟି ପୋଲ ଓ ବାଲିଆପାଳର ୪ଟି ପୋଲ ମରାମତି ଲାଗି ୪୭ଲକ୍ଷ ଟଙ୍କା ଏବଂ ସମ୍ପୂର୍ଣ୍ଣ ମରାମତି ଲାଗି ୩କୋଟି ୭୮ଲକ୍ଷ ଟଙ୍କା ଆବଶ୍ୟକ ବୋଲି କ୍ଷୟକ୍ଷତି ରିପୋର୍ଟରେ ଦର୍ଶାଯାଇଛି। ବର୍ଷା ଓ ବନ୍ୟାରେ ୮ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨୩୦ ଘର ଉଣାଅଧିକେ କ୍ଷତି ହୋଇଥିବାରୁ ଏଥିଲାଗି ୧୫ଲକ୍ଷ ଟଙ୍କା ସହାୟତା ମଗାଯାଇଛି। ପୂର୍ତ୍ତ ବିଭାଗକୁ ୨୫ଲକ୍ଷ ଟଙ୍କା ରାସ୍ତା ମରାମତି ଲାଗି ମଗାଯାଇଥିବା ବେଳେ ଜଳ ସମ୍ପଦ ବିଭାଗ ଏହାର ବିଷଦ ବିବରଣୀ ପ୍ରଦାନ କରିପାରି ନ ଥିବା ଜଣାଯାଇଛି। କିନ୍ତୁ ଜଳ ସମ୍ପଦ ବିଭାଗର ବିଭିନ୍ନ ସ୍ଥାନରେ ସ୍ପରଗୁଡିକର ନାକ ଭାଙ୍ଗିବା, ବାଲି ବସ୍ତା ପକାଯିବା, କେତେକ ସ୍ଥାନରେ ଅତଡା ଖସିଥିବା ଦେଖିବାକୁ ମିଳିଛି। ଏହି ବନ୍ୟାରେ ଜଳେଶ୍ୱରର ୨୮ଟି ପଞ୍ଚାୟତର ୧୩୪ ଗାଁର ୧୦୫୪ଜଣ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବେଳେ ୬୦ କୁଇଣ୍ଟାଲ ଚାଉଳ, ୯୭ କୁଇଣ୍ଟାଲ ଚୂଡା, ୧୦ କୁଇଣ୍ଟାଲ ଗୁଡ, ୨୫୦ କୁଇଣ୍ଟାଲ ଗୋଖାଦ୍ୟ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri