୪ ସୁଦ୍ଧା ରତ୍ନଭଣ୍ଡାର ଚାବି ହାଇକୋର୍ଟଙ୍କୁ ହସ୍ତାନ୍ତର କର

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୨୮ା୫(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳୁନାହିଁ। ତଦନ୍ତ ରିପୋର୍ଟ ଚାପିଦିଆଯାଇଛି। ମୋର ସନ୍ଦେହ ହେଉଛି ଯେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ହିଁ ଲୁଚାଇ ରଖିଛନ୍ତି। ଆସନ୍ତା ୪ ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ସେହି ସମୟ ସୁଦ୍ଧା ସେ ହାଇକୋର୍ଟଙ୍କୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରନ୍ତୁ। ନଚେତ ୧୦ ତାରିଖରେ ଓଡ଼ିଶାରେ ଭାଜପା ସରକାର ଶପଥ ନେବା ପରେ ଏହାର ହିସାବ କରାଯିବ। ପାତାଳରେ ଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ଖୋଜି ବାହାର କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ରଙ୍କାଳରେ ସୋମବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ବିଶ୍ୱଶର୍ମା ଏଭଳି ଭାବେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଅକ୍ତିଆରକୁ ନେଇ ସାରିଥିବାରୁ ଏଠାରେ ଦୁର୍ନୀତି ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କବଳରୁ ଉଦ୍ଧାର କରିବାକୁ ସେ ଆହ୍ବାନ ଦେଇଛନ୍ତି। ଓଡ଼ିଶାର ସ୍ବାଭିମାନ ରକ୍ଷା କରିବାକୁ ହେଲେ ପାଣ୍ଡିଆନ ଶାସନକୁ ହଟାଇବାକୁ ପଡ଼ିବ ବୋଲି ବିଶ୍ୱଶର୍ମା କହିଛନ୍ତି। ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶ୍ୱଶର୍ମା କହିଛନ୍ତି, ରାଜ୍ୟରେ ୫-ଟି ସରକାର ଚାଲିଥିବା କୁହାଯାଉଛି। ତେବେ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୁଲିବା ପରେ ଜଣାପଡ଼ିଲା ଯେ, ଏହା ୫-ଟି ନୁହେଁ, ଗୋଟିଏ ଟି, ଯାହା ତାମିଲନାଡୁକୁ ବୁଝାଉଛି। ୫-ଟିର ଟିମ୍‌ୱାର୍କ ନାମରେ କାର୍ତ୍ତିକ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀ ଏହି ରାଜ୍ୟକୁ ଚଳାଉଛନ୍ତି। ଏଠାରେ ଥିବା ଖଣିଜ ସମ୍ପଦ ଓ ରାଜସ୍ବକୁ ୫ ଜଣ ତାମିଲ ବ୍ୟକ୍ତି ଖାଉଛନ୍ତି। ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ଫାଙ୍କା ଥିବା ବେଳେ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ। କର୍ମନିଯୁକ୍ତି ପାଇଁ ଓଡ଼ିଶାର ବିଭିନ୍ନ ଜିଲାରୁ ଲୋକେ ସୁରଟ ଯାଉଛନ୍ତି। ହେଲେ ଏଠାରେ ଖଣିଜ ସମ୍ପଦର ଲୁଟ୍‌ ଚାଲିଛି। ତାମିଲନାଡୁ ଠିକାଦାର ଏଠାରେ କାମ କରୁଛନ୍ତି। ଆରାଧ୍ୟଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ୪ ଦ୍ୱାର ବଦଳରେ ଗୋଟିଏ ଦ୍ୱାର ଖୋଲାଯାଇଛି, ଯାହା ଶ୍ରଦ୍ଧାଳୁଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଆସନ୍ତା ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ ନେବାପରେ ଏହିସବୁ ସମସ୍ୟାର ସମାଧାନ ହେବ ବୋଲି ବିଶ୍ୱଶର୍ମା କହିଛନ୍ତି। ୧୧ ତାରିଖରେ ପାଣ୍ଡିଆନଙ୍କୁ ତାମିଲନାଡୁ ବିଦା କରାଯିବ। ଏଥିପାଇଁ ୧ ଟଙ୍କା ଲେଖାଏ ସଂଗ୍ରହ କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହ ବିଶ୍ୱଶର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩୦୦ ସିଟ୍‌ ମିଳିଲା ପରେ ଶ୍ରୀରାମ ଜନ୍ମଭୂମିର ୫୦୦ବର୍ଷର ସମସ୍ୟାର ସମାଧାନ ହୋଇ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିଲା। ଚଳିତ ଥର ଏନ୍‌ଡିଏକୁ ୪୦୦ ସିଟ୍‌ ମିଳିଲେ କୃଷ୍ଣ ଜନ୍ମଭୂମି ଓ ଜ୍ଞାନବ୍ୟାପି ସମସ୍ୟାର ସମାଧାନ ହୋଇପାରିବ। ସେହିପରି ପାକିସ୍ତାନ ଅଧିକୃତ କଶ୍ମୀର ଭାରତରେ ମିଶ୍ରଣ ହୋଇପାରିବ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଦାଦନ ସମସ୍ୟା, ଖଣିଜ ସମ୍ପଦ ଲୁଟ, ଯୁବବର୍ଗଙ୍କୁ କର୍ମନିଯୁକ୍ତି ଆଦି ସମସ୍ୟାର ସମାଧାନ ହେବ। ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ବିଶ୍ୱଶର୍ମା ଅନୁରୋଧ କରିଛନ୍ତି।
ଭାଜପାର ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକ ଅଭିଯୋଗ ସମ୍ପର୍କରେ ଉତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବେ ବି ତାମିଲନାଡୁର ରିମୋର୍ଟରଙ୍କ କବ୍‌ଜାରେ ଅଛନ୍ତି ବୋଲି ବୈଜୟନ୍ତ କହିଛନ୍ତି। ସଭାରେ କେନ୍ଦ୍ରମନ୍ତ୍ରୀ ବାବୁ ସିଂ ଚୌହାନ, ପାଟକୁରା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା, ମହାକାଳପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥତ୍ନୀ ଗୀତାଞ୍ଜଳି ସେଠୀ, ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ, ସାଲେପୁର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅରନ୍ଦିମ ରାୟ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri