୪ ସୁଦ୍ଧା ରତ୍ନଭଣ୍ଡାର ଚାବି ହାଇକୋର୍ଟଙ୍କୁ ହସ୍ତାନ୍ତର କର

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୨୮ା୫(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳୁନାହିଁ। ତଦନ୍ତ ରିପୋର୍ଟ ଚାପିଦିଆଯାଇଛି। ମୋର ସନ୍ଦେହ ହେଉଛି ଯେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ହିଁ ଲୁଚାଇ ରଖିଛନ୍ତି। ଆସନ୍ତା ୪ ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ସେହି ସମୟ ସୁଦ୍ଧା ସେ ହାଇକୋର୍ଟଙ୍କୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରନ୍ତୁ। ନଚେତ ୧୦ ତାରିଖରେ ଓଡ଼ିଶାରେ ଭାଜପା ସରକାର ଶପଥ ନେବା ପରେ ଏହାର ହିସାବ କରାଯିବ। ପାତାଳରେ ଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ଖୋଜି ବାହାର କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ରଙ୍କାଳରେ ସୋମବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ବିଶ୍ୱଶର୍ମା ଏଭଳି ଭାବେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଅକ୍ତିଆରକୁ ନେଇ ସାରିଥିବାରୁ ଏଠାରେ ଦୁର୍ନୀତି ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କବଳରୁ ଉଦ୍ଧାର କରିବାକୁ ସେ ଆହ୍ବାନ ଦେଇଛନ୍ତି। ଓଡ଼ିଶାର ସ୍ବାଭିମାନ ରକ୍ଷା କରିବାକୁ ହେଲେ ପାଣ୍ଡିଆନ ଶାସନକୁ ହଟାଇବାକୁ ପଡ଼ିବ ବୋଲି ବିଶ୍ୱଶର୍ମା କହିଛନ୍ତି। ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶ୍ୱଶର୍ମା କହିଛନ୍ତି, ରାଜ୍ୟରେ ୫-ଟି ସରକାର ଚାଲିଥିବା କୁହାଯାଉଛି। ତେବେ ଓଡ଼ିଶା ଆସି ବିଭିନ୍ନ ଜିଲାରେ ବୁଲିବା ପରେ ଜଣାପଡ଼ିଲା ଯେ, ଏହା ୫-ଟି ନୁହେଁ, ଗୋଟିଏ ଟି, ଯାହା ତାମିଲନାଡୁକୁ ବୁଝାଉଛି। ୫-ଟିର ଟିମ୍‌ୱାର୍କ ନାମରେ କାର୍ତ୍ତିକ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀ ଏହି ରାଜ୍ୟକୁ ଚଳାଉଛନ୍ତି। ଏଠାରେ ଥିବା ଖଣିଜ ସମ୍ପଦ ଓ ରାଜସ୍ବକୁ ୫ ଜଣ ତାମିଲ ବ୍ୟକ୍ତି ଖାଉଛନ୍ତି। ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ଫାଙ୍କା ଥିବା ବେଳେ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ। କର୍ମନିଯୁକ୍ତି ପାଇଁ ଓଡ଼ିଶାର ବିଭିନ୍ନ ଜିଲାରୁ ଲୋକେ ସୁରଟ ଯାଉଛନ୍ତି। ହେଲେ ଏଠାରେ ଖଣିଜ ସମ୍ପଦର ଲୁଟ୍‌ ଚାଲିଛି। ତାମିଲନାଡୁ ଠିକାଦାର ଏଠାରେ କାମ କରୁଛନ୍ତି। ଆରାଧ୍ୟଦେବ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ୪ ଦ୍ୱାର ବଦଳରେ ଗୋଟିଏ ଦ୍ୱାର ଖୋଲାଯାଇଛି, ଯାହା ଶ୍ରଦ୍ଧାଳୁଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ବାଧା ସୃଷ୍ଟି ହେଉଛି। ଆସନ୍ତା ୧୦ ତାରିଖରେ ରାଜ୍ୟରେ ଭାଜପା ସରକାର ଶପଥ ନେବାପରେ ଏହିସବୁ ସମସ୍ୟାର ସମାଧାନ ହେବ ବୋଲି ବିଶ୍ୱଶର୍ମା କହିଛନ୍ତି। ୧୧ ତାରିଖରେ ପାଣ୍ଡିଆନଙ୍କୁ ତାମିଲନାଡୁ ବିଦା କରାଯିବ। ଏଥିପାଇଁ ୧ ଟଙ୍କା ଲେଖାଏ ସଂଗ୍ରହ କରିବା ପାଇଁ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହ ବିଶ୍ୱଶର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩୦୦ ସିଟ୍‌ ମିଳିଲା ପରେ ଶ୍ରୀରାମ ଜନ୍ମଭୂମିର ୫୦୦ବର୍ଷର ସମସ୍ୟାର ସମାଧାନ ହୋଇ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିଲା। ଚଳିତ ଥର ଏନ୍‌ଡିଏକୁ ୪୦୦ ସିଟ୍‌ ମିଳିଲେ କୃଷ୍ଣ ଜନ୍ମଭୂମି ଓ ଜ୍ଞାନବ୍ୟାପି ସମସ୍ୟାର ସମାଧାନ ହୋଇପାରିବ। ସେହିପରି ପାକିସ୍ତାନ ଅଧିକୃତ କଶ୍ମୀର ଭାରତରେ ମିଶ୍ରଣ ହୋଇପାରିବ। ଓଡ଼ିଶାରେ ଭାଜପା ସରକାର ଗଠନ ହେଲେ ଦାଦନ ସମସ୍ୟା, ଖଣିଜ ସମ୍ପଦ ଲୁଟ, ଯୁବବର୍ଗଙ୍କୁ କର୍ମନିଯୁକ୍ତି ଆଦି ସମସ୍ୟାର ସମାଧାନ ହେବ। ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ବିଶ୍ୱଶର୍ମା ଅନୁରୋଧ କରିଛନ୍ତି।
ଭାଜପାର ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକ ଅଭିଯୋଗ ସମ୍ପର୍କରେ ଉତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏବେ ବି ତାମିଲନାଡୁର ରିମୋର୍ଟରଙ୍କ କବ୍‌ଜାରେ ଅଛନ୍ତି ବୋଲି ବୈଜୟନ୍ତ କହିଛନ୍ତି। ସଭାରେ କେନ୍ଦ୍ରମନ୍ତ୍ରୀ ବାବୁ ସିଂ ଚୌହାନ, ପାଟକୁରା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା, ମହାକାଳପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥତ୍ନୀ ଗୀତାଞ୍ଜଳି ସେଠୀ, ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ, ସାଲେପୁର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅରନ୍ଦିମ ରାୟ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?