କେଉଁ ଅବସ୍ଥାରେ ଅଛନ୍ତି ଇସ୍ରାଏଲର ଅପହୃତ, ଭିଡିଓ ଜାରି କଲା ହମାସ; ଦେଖନ୍ତୁ…

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଗତ ୧୦ ଦିନ ଧରି ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ହଜାର ହଜାର ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏସବୁ ମଧ୍ୟରେ ହମାସ ଶହ ଶହ ଲୋକଙ୍କୁ ଅପହରଣ କରି ଗାଜା ଷ୍ଟ୍ରିପର ଗୁପ୍ତ ଟନେଲ୍‌ରେ ଲୁଚାଇ ରଖିଛି ବୋଲି କୁହାଯାଉଛି। ଅପରପକ୍ଷେ ଇସ୍ରାଏଲ ପଛକୁ ହଟିଲେ ସମସ୍ତଙ୍କୁ ମୁକ୍ତ କରାଯିବ ବୋଲି ହମାସ କହିଛି। ଏଭଳି ସ୍ଥିତିରେ ହମାସ ଏକ ଫ୍ରାନ୍ସ-ଇସ୍ରାଏଲ ମହିଳାଙ୍କର ଏକ ଭିଡିଓ ରିଲିଜ କରିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉକ୍ତ ମହିଳାଙ୍କ ନାମ ମିଆ ଶେମ ଏବଂ ସେ ରେଭ୍‌ ପାର୍ଟି ପାଇଁ ଆସିଥିଲେ। କିନ୍ତୁ ହମାସ ଆକ୍ରମଣ ପରେ ସବୁକିଛି ବଦଳିଯାଇଛି। ଏବେ ସେ ଅପହୃତା ହୋଇଥିବା ବେଳେ ତାଙ୍କର ଭିଡିଓ ରିଲିଜ କରି ସେମାନେ ପ୍ରଥମ ଦିନରେ ଏହି ଝିଅଙ୍କୁ ବନ୍ଧକ ରଖିଥିବା ହମାସ କହିଛି। ମିଆ ଆହତ ହୋଇ ଖଟ ଉପରେ ପଡ଼ିଥିବା ବେଳେ ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ କରାଯାଉଥିବା ଭିଡିଓରେ ଦେଖାଯାଇଛି।

ଭିଡିଓରେ ମିଆ କହିଛନ୍ତି, ଏହି ଲୋକମାନେ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। ମୋତେ ଔଷଧ ଦେଉଛନ୍ତି। ଏଠାରେ ସବୁକିଛି ଠିକ ଅଛି। ହେଲେ ଯଥାଶୀଘ୍ର ମୁଁ ମୋ ପିତାମାତା ଏବଂ ଭାଇଭଉଣୀଙ୍କ ନିକଟକୁ ଯିବାକୁ ଚାହୁଁଛି। ଯଥାଶୀଘ୍ର ମୋତେ ଏଠାରୁ ବାହାର କରନ୍ତୁ ବୋଲି ସେ କହିଛନ୍ତି।

ଭିଡିଓ ଦେଖିବା ପରେ ଇସ୍ରାଏଲ କହିଛି ଯେ ହାମାସ ଏପରି ଭିଡିଓ ଶେୟାର କରି ନିଜକୁ ମାନବିକ ସଂଗଠନ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି। ଯେତେବେଳେ କି ଏହା ଏକ ହତ୍ୟାକାରୀ ଆତଙ୍କବାଦୀ ସଂଗଠନ। ଏହି ସଂଗଠନର ଲୋକମାନେ ଇସ୍ରାଏଲର ଶିଶୁ ଏବଂ ବୃଦ୍ଧ ମହିଳାଙ୍କୁ ହତ୍ୟା କରିଛନ୍ତି। ଏଥି ସହିତ ବଳାତ୍କାର ଭଳି ଘୃଣ୍ୟ କାର୍ଯ୍ୟ ଝିଅମାନଙ୍କ ପ୍ରତି ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri