ବିପଦ ଜୋନ୍‌ରେ ଅଧା ଜନସଂଖ୍ୟା

ଶାମ୍‌-ଏଲ୍‌-ଶେଖ୍‌,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ ହୋଇଛି। ୨୦୧୫ରୁ ୨୦୨୨ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) କୁହାଯାଇଛି। ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି। ବିଶ୍ୱର ଅଧା ଜନସମାଜ ଏବେ ବିପଦ ଜୋନ୍‌ରେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଭୀଷଣ ପାଗଜନିତ କ୍ଷୟକ୍ଷତିରୁ ବର୍ତ୍ତିବା ଲାଗି ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କ ସୂଚନା ଜରୁରୀ ହୋଇପଡ଼ିଛି। ଇଜିପ୍ଟର ଶାମ-ଏଲ୍‌-ଶେଖ୍‌ରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ବୁଝାମଣା ସମ୍ମିଳନୀ (କୋପ୍‌୨୭)ରେ ଜାତିସଂଘ ମହାସଚିବ ସୋମବାର ଏଥିପାଇଁ ଏକ ୫ ବର୍ଷୀୟା କାର୍ଯ୍ୟଯୋଜନା ଶୁଭାରମ୍ଭ କରିଛନ୍ତି। ୨୦୨୩ରୁ ୨୦୨୭ ମଧ୍ୟରେ ଏହି ଯୋଜନା ବାବଦରେ ୩.୧ ବିଲିୟନ ଡଲାର ବ୍ୟୟ କରାଯିବ।
ପ୍ରାକୃତିକ ବିପର୍ଯ୍ୟୟ ଉପରେ ଅନୁଧ୍ୟାନ ଓ ପୂର୍ବାନୁମାନ ସାଙ୍ଗକୁ କେତେ କ୍ଷୟକ୍ଷତି ହେବ, ଏଥିପାଇଁ କିଭଳି ପ୍ରସ୍ତୁତି ଏବଂ ମୁକାବିଲା କରିବାକୁ ହେବ ସେଥିପାଇଁ ସିଷ୍ଟମ୍‌ର ବିକାଶ ନିମନ୍ତେ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ବିଶ୍ୱର ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ଏଥିରେ ଉପଲବ୍ଧ ହେବ। ଡବ୍ଲ୍ୟୁଏମ୍‌ଓ ଏବଂ ଏହାର ବୈଷୟିକ ସହଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟଯୋଜନାକୁ ଭାରତ ସମେତ ୫୦ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନର ସୁରକ୍ଷା ଏବଂ କ୍ଷୟକ୍ଷତି ହ୍ରାସ କରାଇବାରେ ଆଗୁଆ ସତର୍କ ସୂଚନା ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱର ଅର୍ଦ୍ଧାଧିକ ଦେଶ ପାଖରେ ଏଥିପାଇଁ ଆବଶ୍ୟକ ସୁବିଧା ନାହିଁ। ଫଳରେ ବିପର୍ଯ୍ୟୟରୁ ବର୍ତ୍ତିବା ଲାଗି ସେଠାକାର ଜନସାଧାରଣ ଆଗୁଆ ସୂଚନା ପାଇପାରୁ ନାହାନ୍ତି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏଭଳି ସିଷ୍ଟମରେ ୮୦୦ ନିୟୁତ ଡଲାର ବିନିଯୋଗ ହୋଇପାରିଲେ ବର୍ଷକୁ ୩ରୁ ୧୬ ବିଲିୟନ ଡଲାର କ୍ଷତିକୁ ରୋକାଯାଇପାରିବ ବୋଲି ଗ୍ଲୋବାଲ କମିଶନ ଅନ୍‌ ଆଡାପ୍‌ଶନ ପକ୍ଷରୁ କୁହାଯାଇଛି।
ସବୁଜ ଗୃହ ବାଷ୍ପ ନିର୍ଗମନ ବଢ଼ିଚାଲିଥିବାରୁ ସାରା ବିଶ୍ୱରେ ଭୀଷଣ ପାଗଜନିତ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁ ଲକ୍ଷାଧିକ ଜୀବନ ଯିବା ସହ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି। ଯୁଦ୍ଧ ତୁଳନାରେ ଜଳବାୟୁ ବିପର୍ଯ୍ୟୟରେ ୩ ଗୁଣ ଅଧିକ ଲେକା ବିସ୍ଥାପିତ ହେଉଛନ୍ତି। ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ହାସଲ ଲାଗି ଜାତିସଂଘ ମହାସଚିବଙ୍କ କାର୍ଯ୍ୟଯୋଜନାକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜରୁରୀ ଆବଶ୍ୟକତା ବୋଲି ସେ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ମୁକାବିଲା ସମ୍ପର୍କରେ ଆଲୋଚନା ଲାଗି କୋପ୍‌୨୭ରେ ଶତାଧିକ ବିଶ୍ୱନେତା ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri