ଅଧା ବୁଲାଇ ପର୍ଯ୍ୟଟକଙ୍କୁ ଛାଡ଼ିଦେଲା ବ୍ୟାଟେରି ଗାଡ଼ି

ବାରଙ୍ଗ,୨୧।୧୦(ଡି.ଏନ୍‌.ଏ.): ନନ୍ଦନକାନନର ବ୍ୟାଟେରି ଚାଳିତ ଗାଡ଼ିକୁ ନେଇ ବୁଧବାର ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୨୫ଜଣ ବଙ୍ଗୀୟ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିବାବେଳେ ଏକକାଳୀନ ବ୍ୟାଟେରି ଅଟୋରେ ଯିବା ଓ ସଫାରି ବୁଲିବା ପାଇଁ ଟିକେଟ କାଟିଥିଲେ। କିନ୍ତୁ ଅଧା ବୁଲାଇ ଗାଡ଼ି ଚାଳକ ଛାଡ଼ିଦେବାରୁ ପର୍ଯ୍ୟଟକ ଆଉ ଫେରିପାରିଲେନି। ଏପରିକି ଟିକେଟ ଟଙ୍କା ନ ଫେରାଇ ଗାଡ଼ି କାଉଣ୍ଟର ବନ୍ଦ କରି ଚାଳକ ପଳାଇଥିବାବେଳେ ଗାଇଡ୍‌ କାଉଣ୍ଟର ମଧ୍ୟ ବନ୍ଦ ହୋଇଯାଇଥିଲା। ଫଳରେ ଟଙ୍କା ଫେରିପାଇବା ପାଇଁ ନନ୍ଦନକାନନ ଗେଟ ଆଗରେ ସନ୍ଧ୍ୟାରେ ପର୍ଯ୍ୟଟକମାନେ ଧାରଣାରେ ବସିଥିଲେ। ପ୍ରାୟ ଘଣ୍ଟାଏ କାଳ ବସିବାପରେ ନନ୍ଦନକାନନର କୌଣସି ଅଧିକାରୀ ନ ଆସିବାରୁ ବାଧ୍ୟହୋଇ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ଗାଇଡ୍‌ କାଉଣ୍ଟର ଦାୟିତ୍ୱରେ ଥିବା ଗାଇଡ୍‌ମାନେ ଥାନାକୁ ଯାଇ ଟଙ୍କା ଫେରାଇବା ପରେ ରାତି ୭ଟାରେ ପର୍ଯ୍ୟଟକମାନେ ଫେରିଥିଲେ।
ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳରୁ ଅଧିକ ନିକାର ଓ ସୁନତା କରାଲ ପରିବାର ଏବଂ ସର୍ମ୍ପକୀୟଙ୍କ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ। ଗାଇଡ୍‌ କାଉଣ୍ଟରରେ ଗାଇଡ୍‌ ମାଧ୍ୟମରେ ବୁଲିବାପାଇଁ ଟଙ୍କା ପୈଠକରି ଗାଇଡ୍‌ ଚିତ୍ତରଞ୍ଜନ ବେହେରାଙ୍କ ସହ ବୁଲିଥିଲେ। ଚିତ୍ତରଞ୍ଜନଙ୍କ କଥାରେ ପର୍ଯ୍ୟଟକମାନେ ବ୍ୟାଟେରି ଗାଡ଼ିରେ ବୁଲିବା ପାଇଁ ରାଜି ହୋଇ କାଉଣ୍ଟରରୁ ଏକକାଳୀନ ମୁଣ୍ଡପିଛା ୧୪୦ଟଙ୍କାରେ ଟିକେଟ କରି ଗାଡ଼ିରେ ଯାଇଥିଲେ। ରେପ୍‌ଟାଇଲ ପାର୍କ ଯାଏଁ ଯାଇଥିବା ଗାଡ଼ି ସେମାନଙ୍କୁ ଛାଡିଦେବା ସହ ଜନ୍ତୁ ଦେଖିଆସିବାପରେ ଅନ୍ୟ ଅଟୋରେ ଯାଇପାରିବେ କହି ଚାଲିଯାଇଥିଲା। ପାର୍କ ବୁଲି ପର୍ଯ୍ୟଟକ ଫେରିବାବେଳେ ଗାଇଡ୍‌ କି ଅନ୍ୟ ଗାଡ଼ି ମଧ୍ୟ ନ ଥିଲା। ପ୍ରାୟ ଅଧଘଣ୍ଟା ଅପେକ୍ଷା ପରେ ଖାଲି ଆସୁଥିବା ଏକ ବ୍ୟାଟେରି ଗାଡ଼ିରେ ଆସିବାକୁ ପର୍ଯ୍ୟଟକମାନେ କହିଥିଲେ। ହେଲେ ଟିକେଟ ନ ଥିବାରୁ ନେଇ ହେବ ନାହିଁ ବୋଲି ଚାଳକ କହିଥିଲେ। ସେମାନେ ବହୁ କହିବା ପରେ ମଧ୍ୟ ଚାଳକ ନ ଶୁଣି ଚାଲିଯାଇଥିଲେ। ପର୍ଯ୍ୟଟକମାନେ ଅସନ୍ତୁଷ୍ଟ ହୋଇ କାଉଣ୍ଟରକୁ ଆସିବାବେଳେ ବନ୍ଦ ଥିବାରୁ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଏହାସତ୍ତ୍ୱେ କୌଣସି ଅଧିକାରୀ ଧାରଣାସ୍ଥଳକୁ ନ ଆସିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ନନ୍ଦନକାନନ ଥାନାଧିକାରୀ ଗାଇଡ ବୁକିଂ କାଉଣ୍ଟରଙ୍କୁ ଜଣାଇବା ପରେ ଗାଇଡମାନେ ଆସି ପର୍ଯ୍ୟଟକଙ୍କୁ ଟଙ୍କା ଫେରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri