Posted inଫୁରସତ

ସେଲୁନରେ କେଶ କାଟିବା ବେଳେ ବାରିକ ଲଗାଇଲେ ଏହି ଗୀତ: ଗ୍ରାହକ କାନ୍ଦି କାନ୍ଦି ବେହାଲ

ସୋସିଆଲ ମିଡିଆରେ ଏକ ସେଲୁନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଯେ କେହିବି ହସି ହସି ଗଡ଼ିଯିବେ। ପ୍ରାୟତଃ, ସେଲୁନରେ କେଶ କାଟିବା ସମୟରେ ବାରିକ ସବୁବେଳେ ଗୀତ ଲଗାଇଥାନ୍ତି। ହେଲେ ଏବେ ବାରିକ ଜଣଙ୍କ ଏମିତି ଏକ ଗୀତ ଲାଗିଥିଲେ ଯେ, ଯାହାକୁ ଶୁଣିବା ପରେ ଗ୍ରାହକ ଜଣଙ୍କ କାନ୍ଦି କାନ୍ଦି ବେହାଲ ହୋଇପଡ଼ିଲେ। କେଶ କାଟିବା ପରିବର୍ତ୍ତେ ସେ ଟେବୁଲ ଉପରେ ମୁଣ୍ଡ ଥୋଇ କାନ୍ଦିବାକୁ ଲାଗିଲେ। ସୋସିଆଲ ମିଡିଆର ୟୁଜରମାନେ ଏହି ମଜାଳିଆ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାରିକ କେଶ କାଟିଛନ୍ତି, ପଛରୁ ଫିଲ୍ମ ‘ ହମ୍‌ ତୁମ୍‌ହାରେ ହୈଁ ସନମ୍‌’ ଫିଲ୍ମର ଲୋକପ୍ରିୟ ଗୀତ ‘ସବ୍‌ କୁଛ୍‌ ଭୁଲାଦିଆ’ ଲଗାଇଦେଲେ। ଏହି ଗୀତ ଶୁଣିବା ମାତ୍ରେ ଗ୍ରାହକଜଣଙ୍କ କେଶ କାଟିବା ପରିବର୍ତ୍ତେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଗ୍ରାହକଙ୍କୁ ଏପରି ଅବସ୍ଥାରେ ଦେଖି ବାରିକ ହସି ହସି ଗଡ଼ିଗଲେ। ଏହି ଭିଡିଓକୁ ଫେସ୍‌ବୁକ୍‌ ସହ ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଶେୟାର କରାଯାଇଛି। ଫେସ୍‌ବୁକ୍‌ ପେଜ୍‌ରେ ଏହି ଭିଡିଓକୁ ଶେୟାର କରାଯାଇ କ୍ୟାପଶନରେ ଲେଖାଯାଇଛି, ଦୟାକରି ଏପରି ଗୀତ ବଜାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri