କେଶ : କିଛି କଥା

ଆମ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟକଳାପ ରହିଛି। ତେବେ ମୁଣ୍ଡକୁ ଖରାଦାଉରୁ ରକ୍ଷା କରୁଥିବା ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା କେଶ ସମ୍ପର୍କରେ
ଜାଣିବା କିଛି ରୋଚକ ତଥ୍ୟ…
ମଣିଷ ମୁଣ୍ଡରେ ଥିବା ପ୍ରତ୍ୟେକଟି ହେୟାର ଫଲିକ୍‌ଲ ବା କେଶକୂପରୁ ଜୀବନକାଳ ମଧ୍ୟରେ ୨୦ଟି ନୂତନ କେଶ ସୃଷ୍ଟି ହୋଇଥାଏ। ଯଦିଓ ସମସ୍ତଙ୍କ ମୁଣ୍ଡରେ ହାରାହାରି ୧,୦୦,୦୦୦ଟି ଫଲିକ୍‌ଲ ଥାଏ, ହେଲେ କେଶର ରଙ୍ଗ ଅନୁସାରେ ଏହାର ସଂଖ୍ୟା ଭିନ୍ନ ଭିନ୍ନ। ଅର୍ଥାତ୍‌ ଧଳା ବା ସମ୍ପୂର୍ଣ୍ଣ କହରା କେଶ ଥିବା ମଣିଷଙ୍କ ମୁଣ୍ଡରେ ସର୍ବାଧିକ ଅର୍ଥାତ୍‌ ୧,୪୬,୦୦୦ଟି ହେୟାର ଫଲିକ୍‌ଲ ଥିବା ବେଳେ କଳା କେଶରେ ୧,୧୦,୦୦୦, ବ୍ରାଉନ୍‌ କେଶରେ ୧,୦୦,୦୦୦ ଏବଂ ଲାଲ୍‌ ରଙ୍ଗ କେଶରେ ୮୬,୦୦୦ ଫଲିକ୍‌ଲ ରହିଥାଏ।
ଲୋମ, ଦାଢ଼ି ହେଉ ଅବା ମୁଣ୍ଡବାଳ ଆକାରରେ ଆମ ଶରୀରର ପ୍ରାୟ ୯୫% ଭାଗ କେଶ ଦ୍ୱାରା ଆବୃତ। ତେବେ ସେସବୁ ମଧ୍ୟରୁ ମୁହଁର କେଶ ବା ଦାଢ଼ି ସବୁଠୁ ଦ୍ରୁତ ଗତିରେ ବଢ଼ିଥାଏ। ବୈଜ୍ଞାନିକଙ୍କ ଆକଳନ ମୁତାବକ, ଯଦି ଜଣେ ପୁରୁଷ ଆଦୌ ଦାଢ଼ି ନ କାଟନ୍ତି, ତେବେ ତାଙ୍କ ଜୀବନକାଳ ମଧ୍ୟରେ ୩୦ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରେ।
ମହିଳାଙ୍କ କେଶ ଅପେକ୍ଷା ପୁରୁଷଙ୍କ କେଶ ଅଧିକ ଗହଳିଆ ଲାଗିଥାଏ। ତେବେ ଏହାର ମୁଖ୍ୟ କାରଣ ହେଉଛି ମହିଳାଙ୍କ କେଶର ବ୍ୟାସ ପ୍ରାୟତଃ ପୁରୁଷଙ୍କ କେଶର ବ୍ୟାସର ଅଧା।
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଭିନ୍ନ ରୋଗ, ଋତୁ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ଗର୍ଭାବସ୍ଥାରେ ବି କେଶ ଝଡ଼ିଥାଏ। ଏସବୁ କାରଣକୁ ବାଦ୍‌ ଦେଲେ ପ୍ରାୟ ପ୍ରତି ମଣିଷଙ୍କର ଦୈନିକ ୬୦ରୁ ୧୦୦ କେଶ ଝଡ଼ିଥାଏ। ତେବେ ଯଦି କୌଣସି କାରଣରୁ କେଶ ନ ଝଡ଼େ, ତେବେ ମଣିଷ କେଶର ହାରାହାରି ବୟସ ସୀମା ୩-୭ ବର୍ଷ।
ଗୋଟିଏ ସୁସ୍ଥ କେଶ ପ୍ରାୟ ୬.୫ ପାଉଣ୍ଡ ଓଜନ ସମ୍ଭାଳିପାରେ। ସେହି ଅନୁଯାୟୀ ଜଣେ ସୁସ୍ଥ ଏବଂ ମଜଭୁତ କେଶ ଥିବା ବ୍ୟକ୍ତିଙ୍କ ସମସ୍ତ କେଶ ପ୍ରାୟ ୨ ଟନ୍‌ ଓଜନ ସମ୍ଭାଳି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri