କେଶ : କିଛି କଥା

ଆମ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟକଳାପ ରହିଛି। ତେବେ ମୁଣ୍ଡକୁ ଖରାଦାଉରୁ ରକ୍ଷା କରୁଥିବା ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା କେଶ ସମ୍ପର୍କରେ
ଜାଣିବା କିଛି ରୋଚକ ତଥ୍ୟ…
ମଣିଷ ମୁଣ୍ଡରେ ଥିବା ପ୍ରତ୍ୟେକଟି ହେୟାର ଫଲିକ୍‌ଲ ବା କେଶକୂପରୁ ଜୀବନକାଳ ମଧ୍ୟରେ ୨୦ଟି ନୂତନ କେଶ ସୃଷ୍ଟି ହୋଇଥାଏ। ଯଦିଓ ସମସ୍ତଙ୍କ ମୁଣ୍ଡରେ ହାରାହାରି ୧,୦୦,୦୦୦ଟି ଫଲିକ୍‌ଲ ଥାଏ, ହେଲେ କେଶର ରଙ୍ଗ ଅନୁସାରେ ଏହାର ସଂଖ୍ୟା ଭିନ୍ନ ଭିନ୍ନ। ଅର୍ଥାତ୍‌ ଧଳା ବା ସମ୍ପୂର୍ଣ୍ଣ କହରା କେଶ ଥିବା ମଣିଷଙ୍କ ମୁଣ୍ଡରେ ସର୍ବାଧିକ ଅର୍ଥାତ୍‌ ୧,୪୬,୦୦୦ଟି ହେୟାର ଫଲିକ୍‌ଲ ଥିବା ବେଳେ କଳା କେଶରେ ୧,୧୦,୦୦୦, ବ୍ରାଉନ୍‌ କେଶରେ ୧,୦୦,୦୦୦ ଏବଂ ଲାଲ୍‌ ରଙ୍ଗ କେଶରେ ୮୬,୦୦୦ ଫଲିକ୍‌ଲ ରହିଥାଏ।
ଲୋମ, ଦାଢ଼ି ହେଉ ଅବା ମୁଣ୍ଡବାଳ ଆକାରରେ ଆମ ଶରୀରର ପ୍ରାୟ ୯୫% ଭାଗ କେଶ ଦ୍ୱାରା ଆବୃତ। ତେବେ ସେସବୁ ମଧ୍ୟରୁ ମୁହଁର କେଶ ବା ଦାଢ଼ି ସବୁଠୁ ଦ୍ରୁତ ଗତିରେ ବଢ଼ିଥାଏ। ବୈଜ୍ଞାନିକଙ୍କ ଆକଳନ ମୁତାବକ, ଯଦି ଜଣେ ପୁରୁଷ ଆଦୌ ଦାଢ଼ି ନ କାଟନ୍ତି, ତେବେ ତାଙ୍କ ଜୀବନକାଳ ମଧ୍ୟରେ ୩୦ ଫୁଟ୍‌ରୁ ଊର୍ଦ୍ଧ୍ୱ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରେ।
ମହିଳାଙ୍କ କେଶ ଅପେକ୍ଷା ପୁରୁଷଙ୍କ କେଶ ଅଧିକ ଗହଳିଆ ଲାଗିଥାଏ। ତେବେ ଏହାର ମୁଖ୍ୟ କାରଣ ହେଉଛି ମହିଳାଙ୍କ କେଶର ବ୍ୟାସ ପ୍ରାୟତଃ ପୁରୁଷଙ୍କ କେଶର ବ୍ୟାସର ଅଧା।
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଭିନ୍ନ ରୋଗ, ଋତୁ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ଗର୍ଭାବସ୍ଥାରେ ବି କେଶ ଝଡ଼ିଥାଏ। ଏସବୁ କାରଣକୁ ବାଦ୍‌ ଦେଲେ ପ୍ରାୟ ପ୍ରତି ମଣିଷଙ୍କର ଦୈନିକ ୬୦ରୁ ୧୦୦ କେଶ ଝଡ଼ିଥାଏ। ତେବେ ଯଦି କୌଣସି କାରଣରୁ କେଶ ନ ଝଡ଼େ, ତେବେ ମଣିଷ କେଶର ହାରାହାରି ବୟସ ସୀମା ୩-୭ ବର୍ଷ।
ଗୋଟିଏ ସୁସ୍ଥ କେଶ ପ୍ରାୟ ୬.୫ ପାଉଣ୍ଡ ଓଜନ ସମ୍ଭାଳିପାରେ। ସେହି ଅନୁଯାୟୀ ଜଣେ ସୁସ୍ଥ ଏବଂ ମଜଭୁତ କେଶ ଥିବା ବ୍ୟକ୍ତିଙ୍କ ସମସ୍ତ କେଶ ପ୍ରାୟ ୨ ଟନ୍‌ ଓଜନ ସମ୍ଭାଳି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀ: ଜାଣନ୍ତୁ କ’ଣ ରହିଛି ଲାଟେଷ୍ଟ ଡିଜାଇନ

ନାରୀଙ୍କ ଗହଣରେ ଜୁଏଲେରୀର ଚାହିଦା ସବୁବେଳେ ରହିଆସିଛି। ଆଉ ସେହି ଚାହିଦାକୁ ଦେଖି ମାର୍କେଟ୍‌କୁ ଜୁଏଲେରୀର କେତେ ନୂଆ ନୂଆ କଲେକ୍‌ଶନ୍‌ ବି ଆସୁଛି। ଏଇ...

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ସ୍ମୃତିଶକ୍ତି ବଢ଼ାଇବା ପାଇଁ ଶୀତଦିନେ ଖାଆନ୍ତୁ ଏହାକୁ…

ମାଛ ଖାଇବା ଶରୀର ପାଇଁ ଭଲ। ଶୀତଦିନେ ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ...

ଦୂର ସ୍ଥାନକୁ ଯାତ୍ରା କରିବାବେଳେ ପାଖରେ ରଖନ୍ତୁ ଏ ସବୁ ଜିନିଷ

ଯାତ୍ରା ସର୍ବଦା ଆନନ୍ଦଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ...

ଖରାଦିନେ ପସନ୍ଦ ଆସୁଥିବା ‘ଆଇସ୍‌ଡ ଟି’ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ

ପ୍ରାୟ ସମସ୍ତଙ୍କୁ ଚା ପିଇବାକୁ ଅଧିକ ପସନ୍ଦ ହୋଇଥାଏ। ତେବେ କେତେକ ବ୍ୟକ୍ତି ଏପରି ଅଛନ୍ତି, ଯେଉଁମାନଙ୍କ ଦିନଚର୍ଯ୍ୟା ଚା’ରୁ ଆରମ୍ଭ ହୋଇଥାଏ। ଚା’ ନ...

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଟାଟୁ

ଆଜିକାଲିର ଫ୍ୟାଶନ ଦୁନିଆରେ ଷ୍ଟାଇଲିଶ୍‌ ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ ନାନା ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତି ତ ଆଉ...

ହାରିବାନି, ହରାଇବା

କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍‌ସର ଭୟରେ ପରାଜିତ ମନୋଭାବ ନ...

କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ...

ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ...

Advertisement
Archives

Model This Week