କ୍ୟାନ୍‌ସର ପୀଡିତଙ୍କ ପାଇଁ କେଶ ଦାନ

ବାରିପଦା ଅଫିସ,୧୫ା୧୨- ଶରୀରର ପ୍ରତ୍ୟେକଟି ଅଙ୍ଗକୁ ଦାନ କରିବା ପାଇଁ ରହିଛି ଇଚ୍ଛାଶକ୍ତି। ଚକ୍ଷୁଦାନ ଲାଗି ସ୍ବିକୃତୀ ଦେଇ ସାରିବା ପରେ ଏବେ କ୍ୟାନସର ପୀଡ଼ିତଙ୍କ ପାଇଁ ନିଜ କେଶକୁ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ କଲେଜ ଛାତ୍ରୀ। ମୃତ୍ୟୁ ପୂର୍ବରୁ ଅନ୍ୟର ଆବଶ୍ୟକତାକୁ ପୂରଣ କଲେ ଆନନ୍ଦ ମିଳିବ ବୋଲି ବାର୍ତ୍ତା ବାଣ୍ଟିି ଉଦାହାରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀଚଉରା ୱାର୍ଡ ନଂ.୨୩ ନାଥଗଳିରେ ରହୁଥିବା ଛାତ୍ରୀ ଶୃତି ମାଇତି ।
ପିଲାଟି ଦିନରୁ ସେବା ମନୋବୃତ୍ତିରେ ଥିଲା ତାଙ୍କ ରୁଚି। ଖେଳକୁଦକୁ ଗୁରୁତ୍ୱ ନ ଦେଇ ଅନ୍ୟର ସେବା କରିବା ଥିଲା ତାଙ୍କର ନିଶା ା ଏହି ନିଶା ତାଙ୍କ ପାଇଁ ଆଣିଦେଇଛି ସ୍ବତନ୍ତ୍ର ପରିଚୟ ା ବାପା ସୁଦୀପ୍ତ ମାଇତି ଓ ମାଆ ସ୍ବପ୍ନାଙ୍କ ଏକମାତ୍ର ଅଳିଅଳି ଝିଅ ସେ ା ପିଲାଟି ଦିନରୁ ଅଜା, ଆଈ, ମାମୁ ଓ ମାଇଁଙ୍କ ସ୍ନେହ ମମତା ପାଇ ବଡ଼ ହୋଇଛନ୍ତି ା ତକତପୁର ଅଟୋନମସ କଲେଜରେ +୩ କଳା ଶେଷ ବର୍ଷ ହିନ୍ଦୀ ସମ୍ମାନ (ଅନର୍ସ) ରଖି ପଢ଼ୁଛନ୍ତି। +୨ ଶିକ୍ଷା ଗ୍ରହଣ ସମୟରେ ଜାତୀୟ ସେବା ଯୋଜନାରେ ନିଜକୁ ନିୟୋଜିତ କରି ଆରମ୍ଭ କରିଥିଲେ ସ୍ବେଚ୍ଛାକୃତ କାର୍ଯ୍ୟ ା ରକ୍ତଦାନ ଶିବିରଠାରୁ ଆରମ୍ଭ କରି ପ୍ରତ୍ୟେକଟି ସେବାମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସଫଳତା ସାଉଁଟିିଛନ୍ତି। ଜିଲା, ରାଜ୍ୟ ତଥା ଜାତୀୟସ୍ତରରେ ନିଜର କୃତିତ୍ୱ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି ା ଶିମିଳାରେ ଅନୁଷ୍ଠିତ ସାହସିକ ଶିବିର, ଆସାମର ଆସନଶୋଲଠାରେ ହେଉଥିବା ଅନ୍ତର୍ଜାତୀୟ ସମନ୍ବିତ ଶିବିର ଓ ଦିଲ୍ଲୀର ପ୍ରି-ରିପବ୍ଲିକ ଶିବିରରେ ଅଂଶ ଗ୍ରହଣ କରିଛନ୍ତି ା ସେବା ମନୋବୃତ୍ତିରେ ନିଜକୁ ସାମିଲ କରିଥିବା ବେଳେ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଦାନ କରି ଅନ୍ୟର ଆବଶ୍ୟକତାକୁ ପୂରଣ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। କ୍ୟାନସର ପୀଡିତଙ୍କ କେଶ ଉପୁଡ଼ିବା ସମସ୍ୟାକୁ ଦୃଷ୍ଟିରେ ରଖି ସେ ନିଜର କେଶକୁ ଦାନ କରିବା ପାଇଁ ଲେଡିଜ ପାର୍ଲର ଓ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରିଥିଲେ। କୌଣସି ପ୍ରକାର ଏକ ଠିକଣା ପାଇବା ପରେ ସେ ନିଜ ମୁଣ୍ଡକୁ ଲଣ୍ଡା କରି କେଶକୁ ସୁରକ୍ଷିତ ଭାବେ ସଜାଡ଼ି ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମାନବର ସୌନ୍ଦର୍ଯ୍ୟ ଚିରନ୍ତନ ନୁହେଁ କ୍ଷଣସ୍ଥାୟୀ, ମାତ୍ର କର୍ମ ହିଁ ଚିରସ୍ମରଣୀୟ ା ‘ମୋ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ’ ନିଜ ଜୀବନକୁ ଉସତ୍ର୍ଗୀକୃତ କରିବା ହେଉଛି ତାଙ୍କର ସ୍ବପ୍ନ। ସମସ୍ୟାକୁ ଚିହ୍ନଟ କରି ତାର ସମସ୍ୟାର ସମାଧାନ କରିବା ହେଉଛି ପ୍ରତ୍ୟକ ସ୍ବେଚ୍ଛାସେବୀର କାର୍ଯ୍ୟ ା ତାଙ୍କର ଏଭଳି ପ୍ରୟାସ ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହିତ ସମାଜକୁ ଏକ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ତେବେ ପାଠପଢ଼ି ସେ ପୋଲିସ ବିଭାଗରେ ଚାକିରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାକିରି ପାଇବା ପରେ ଅବହେଳିତ ଓ ନିଷ୍ପେସିତ ଲୋକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଆଶା ରଖିଥିବା କହିଛନ୍ତି।
ଫଟୋ-
ନିଜ କେଶକୁ ଧରି ଲଣ୍ଡା ହୋଇଥିବା ଶ୍ରୁତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?