ହେୟାର କଲର କରୁଥିଲେ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ଲାଗି ହେୟାର କଲରିଂ ବିନା ଯେମିତି ଫ୍ୟାଶନ ଅଧୁରା । ତେବେ ଆପଣ ଜାଣନ୍ତିକି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର କରୁଥିବା ଏହି ହେୟାର କଲର ଅପରପକ୍ଷେ କେଶ ଝଡ଼ିବା, ଚନ୍ଦାପଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ବି କାରଣ ସାଜିପାରେ…
ବର୍ତ୍ତମାନ ହେୟାର କଲରର ବଢୁଥିବା ଡିମାଣ୍ଡକୁ ଆଖିଆଗରେ ରଖି ମାର୍କେଟ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ହେୟାର କଲର ଉପଲବ୍ଧ। ଯାହା ଭିତରୁ ଅଧିକାଂଶ ପ୍ରଡକ୍ଟରେ ଅନେକ କେମିକାଲ୍‌ ବିଶେଷ କରି ଆମୋନିଆ ବ୍ୟବହାର କରାଯାଉଛି। ଯାହାକି କେଶରେ ରଙ୍ଗ ଅଧିକ ସମୟ ରହିବା ଲାଗି ଏହାର କ୍ୟୁଟିକଲ୍‌କୁ ଭାଙ୍ଗିଥାଏ। ଏହା କେଶକୁ ଡ୍ରାଏ କରିବା ସହ ଶୀଘ୍ର ଖରାପ କରି ଉପୁଡିବା ଲାଗି ମଧ୍ୟ ଦାୟୀ। ଏହା କେତେକଙ୍କଠାରେ ଆଲର୍ଜି ସମସ୍ୟା ବି ସୃଷ୍ଟି କରିଥାଏ।
ଆମୋନିଆ କେଶ ପାଇଁ ଖରାପ ବୋଲି ଅନେକଙ୍କୁ ଜଣା ଥିବାରୁ ସେମାନେ ଆମୋନିଆ ଫ୍ରି ହେୟାର କଲର ବ୍ୟବହାର ପ୍ରତି ଗୁରୁତ୍ୱ ଦିଅନ୍ତି। ହେଲେ ଏଥିରେ ଆମୋନିଆ ବଦଳରେ ବ୍ୟବହାର ହେଉଥିବା ମୋନୋ ଇଥାନୋଲାମାଇନ୍‌ ନାମକ କେମିକାଲ୍‌ କେଶ ପାଇଁ ହାନିକାରକ ସେ ଦିଗରେ ଅନେକେ ଅବଗତ ନ ଥାନ୍ତି। ଏହି କେମିକାଲ କେଶକୁ ଦୁର୍ବଳ ଓ ରୁକ୍ଷ କରିଥାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।
ଯେଉଁମାନଙ୍କ ତ୍ୱଚା ସମ୍ବେଦନଶୀଳ ସେମାନେ ହେୟାର କଲର ବ୍ୟବହାର କରିବା ଠିକ୍‌ ନୁହେଁ। କାରଣ ଏହା ଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ ଫଳିଯିବା ଏବଂ ଲାଲ୍‌ ପଡି କଷ୍ଟ ହେବା ସମସ୍ୟା ଉପୁଜିପାରେ। ଏହାଦ୍ୱାରା କେଶ ମୂଳରୁ ଦୁର୍ବଳ ହୋଇ ଉପୁଡିବା ଆରମ୍ଭ ହୋଇଥାଏ।
– ହେୟାର କଲର ସ୍ପ୍ରେ, ଓ୍ବାକ୍ସ, ଜେଲ୍‌, ପାଉଡର ବିଭିନ୍ନ ପ୍ରକାରର ଆସିଥାଏ। ତେବେ ଏହାକୁ ନେଇ ଅନେକଙ୍କ ମନରେ ଭ୍ରାନ୍ତଧାରଣା ଥାଏ ଯେ, ପାଉଡର କଲର ଅପେକ୍ଷା ସ୍ପ୍ରେ, ଜେଲ୍‌ ଆଦି କଲର ଅଧିକ ଦାମୀ ଏବଂ ସୁରକ୍ଷିତ। ହେଲେ ଏହି ରଙ୍ଗ ଅଧିକ ଦିନ କେଶରେ ରହିବା ଲାଗି ମିଶାଯାଉଥିବା କେମିକାଲ୍‌ କେଶର ପ୍ରାକୃତିକ ମଶ୍ଚରାଇଜରକୁ ନଷ୍ଟ କରିଦିଏ। ଫଳରେ କେଶ ଅଧାରୁ ଛିଣ୍ଡିବା ଆରମ୍ଭ ହୋଇଯାଏ।
– ହେୟାର କଲର ଆଖିରେ ଲାଗିବା ଦ୍ୱାରା ରେଟିନା ଖରାପ ହେବାର ଆଶଙ୍କା ରହିଛି। କେବଳ ଏତିକି ନୁହେଁ ଏହାଦ୍ୱାରା ଶ୍ୱାସଜନିତ ସମସ୍ୟା ଉପୁଜିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri