ଭୁବନେଶ୍ୱର,୧୯।୩: ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍ ତଥା ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି କ୍ରମାଗତ ଭାବେ ୧୫ ବର୍ଷ ଧରି ଭାରତୀୟ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ କମ୍ପାନୀ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷକରି ମେକ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ କରି ବ୍ରାଣ୍ଡ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ବ୍ରାଣ୍ଡ୍ର ନୂତନ ଉପତ୍ାଦ ରେଞ୍ଜରେ ଓଏଲ୍ଇଡି ଆଣ୍ଡ କ୍ୟୁଏଲ୍ଇଡି ଟିଭି ସହିତ ସୁପର ହେଭି ଡ୍ୟୁଟି ଏୟାର କଣ୍ଡିଶନର (ଏସି) ସିରିଜ, ଭଗ ଓ ସ୍ମାର୍ଟ କନ୍ଭର୍ଟିବଲ ରେଫ୍ରିଜରେଟର, ୱାସର ଓ ଡ୍ରାୟର ଫ୍ରଣ୍ଟ ଲୋଡ ୱାଶିଂ ମେଶିନ ଭଳି ଅନେକ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ଏହିସବୁ ଉପକରଣ ଘର ପାଇଁ ଉପଯୁକ୍ତ ପସନ୍ଦ ହୋଇଥିବାବେଳେ ବ୍ରାଣ୍ଡ୍ର ରୋବୋ ଭାକ୍ୟୁମ କ୍ଲିନର, ସ୍ମାର୍ଟ ରୋଷେଇ ଉପକରଣ, ମାଇକ୍ରୋୱେଭ, ୱାଟର ହିଟର ଓ ଅନ୍ୟାନ୍ୟ ସ୍ମାର୍ଟ ସାମଗ୍ରୀକୁ ମଧ୍ୟ କମ୍ପାନୀ ବଜାର ପ୍ରବେଶ କରାଇଛି। ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ଏନ୍ଏସ୍.ସତୀଶ କହିଛନ୍ତି,ଭାରତ ବଜାରରେ ଆମେ ୨୦ତମ ପୂର୍ତ୍ତି ଉତ୍ସବ ପାଳନ କରି ବେଶ୍ ଉତ୍ସାହିତ ଅଛୁ। ଏପରିକି କମ୍ପାନୀ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇଥିବାବେଳେ ଏହି ମାଇଲଖୁଣ୍ଟ ଅତିକ୍ରମ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି, କାରଣ ଆମର କର୍ମଚାରୀମାନେ ଏହି ସଫଳତାର ପ୍ରକୃତ ଭାଗୀଦାରି। ଏହି ଯାତ୍ରା ସମୟରେ ଗ୍ରାହକଙ୍କ ପାଇଁ ନବ ସୃଜନତା ପ୍ରତି ଆମେ ଯତ୍ନବାନ ରହିଛୁ। ମେକ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ଇଣ୍ଡିଆ ପ୍ରତି ନିଜର ପ୍ରତିଶ୍ରୁତିକୁ ସୁଦୃଢ଼ କରି ବ୍ରାଣ୍ଡ୍ ତା’ର ଉପତ୍ାଦ ବିସ୍ତାର କରିଛି। ସେହିଭଳି ଗ୍ରାହକ ଓ ଦେଶ ପାଇଁ ଏହା ଏକ ଦାୟିତ୍ୱପୂର୍ଣ୍ଣ ବ୍ରାଣ୍ଡ୍ ଭାବେ ଆମେ ସମାଧାନ ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ଓ ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ।
ସେହିପରି ଆମର ନୂଆ ପରମ୍ପରାକୁ ଅଧିକ ସୃଷ୍ଟି, ଅଧିକ ସମ୍ଭାବନା ଚିନ୍ତାଧାରାକୁ ନେଇ କାର୍ଯ୍ୟ କରିବୁ। ଆମର ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଆମେ ସବୁ ପ୍ରକାର ସୁବିଧାଜନକ ଓ ଆରାମଦାୟକ କରିବା ଲାଗି ଏହି ଦୃଷ୍ଟିକୋଣ ଉପରେ ସର୍ବଦା ଧ୍ୟାନ ପ୍ରଦାନ କରିବାକୁ ଚେଷ୍ଟା କରିବୁ। ଆମର ଏହି ଉଦ୍ୟୋଗର ବିକାଶକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ଯେ ଆମେ ଆଶାଠାରୁ ଅଧିକ ସମ୍ଭାବନା ସୃଷ୍ଟି କରିବୁ।
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

