ଏଚ୍‌୧ବି ଭିଜା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ବସାଇବା ପରେ ଏବେ ଏଚ୍‌୧ବି ଭିଜା ଦେୟ ଅସମ୍ଭବ ସ୍ତର ଯାଏ ବଢ଼ାଇ ବିଦେଶ ଯାଇ ଅର୍ଥ ଅର୍ଜନ କରିବାକୁ ଚାହୁଁଥିବା ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି। ଆମେରିକାକୁ ରୋଜଗାର ପାଇଁ ଯିବାକୁ ଥିବା ଭାରତୀୟଙ୍କୁ ଯେଉଁ କମ୍ପାନୀ ଡାକିକରି ନେଉଥିଲା ସେହି ସଂସ୍ଥା ଏଚ୍‌୧ବି ଭିଜା ଦେୟ ବାବଦରେ ପୂର୍ବରୁ ୨ରୁ ୫ ହଜାର ଆମେରିକୀୟ ଡଲାର ଦେଉଥିଲା। ନୂଆ ନିୟମ ଅନୁଯାୟୀ ବାର୍ଷିକ ୧ ଲକ୍ଷ ଆମେରିକୀୟ ଡଲାର ବା (ଆଜିକା ଦରରେ) ପ୍ରାୟ ୮୮ ଲକ୍ଷ ଭାରତୀୟ ଟଙ୍କା ଦେବାକୁ ପଡ଼ିବ। ସେପ୍ଟେମ୍ବର ୨୧ ମଧ୍ୟରାତ୍ରରୁ ଏହାକୁ ଲାଗୁ କରାଯାଇଛି। ଏଚ୍‌୧ବି ଭିଜା ବିଷୟରେ କହିଲେ ଏହା ହେଉଛି ଆମେରିକାର ଏକ ଅସ୍ଥାୟୀ କାର୍ଯ୍ୟକାରୀ ଭିଜା। ସେଠାରେ କମ୍ପାନୀଗୁଡ଼ିକୁ ବିଦେଶୀ ଉଚ୍ଚଶିକ୍ଷିତ ବିଶେଷଜ୍ଞଙ୍କୁ ସ୍ପେସିଆଲିଟି ଅକ୍ୟୁପେଶନ ବା ବିଶେଷ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦେବାରେ ସାହାଯ୍ୟ କରିଥାଏ । ମୁଖ୍ୟତଃ ସୂଚନା ପ୍ରଯୁକ୍ତି (ଆଇଟି), ଇଞ୍ଜିନିୟରିଂ, ଡାକ୍ତରୀ, ଅର୍ଥ (ଫାଇନାନ୍ସ) ଆଦି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନେ ଏଚ୍‌୧ବି ଭିଜାଧାରୀ ହୋଇଥାଆନ୍ତି। ପ୍ରତିଭାକୁ ଆକର୍ଷିତ କରି ଆମେରିକା ସର୍ବୋଚ୍ଚରେ ରହିଛି ବୋଲି ସମସ୍ତେ ଜାଣନ୍ତି। ଏହାବ୍ୟତୀତ ସେଠାରେ ଇଂଲିଶ ଭାଷାର ପ୍ରୟୋଗ ହେଉଥିବାରୁ ତାହା ଭାରତୀୟଙ୍କୁ ସୁହାଇଥାଏ। ଅର୍ଥନୀତିର ନିୟମ ଅନୁଯାୟୀ ଯେଉଁ ସାମଗ୍ରୀର ଚାହିଦା ଅଧିକ ରହିବ, ତାହାର ମୂଲ୍ୟ ବଢ଼ିବା ଧାର୍ଯ୍ୟ। ସ୍ଥିତି ଏମିତି ହୋଇଛି ଯେ ଆମେରିକା ପ୍ରତି ଅନେକେ ଆକୃଷ୍ଟ ହେଉଥିବାରୁ ଲଟେରି ମାଧ୍ୟମରେ ଏଚ୍‌୧ବି ଭିଜାଧାରୀ ଚୟନ ହୋଇଥାଆନ୍ତି। ତଥ୍ୟ ଅନୁଯାୟୀ ଆମେରିକା ବର୍ଷକୁ ୮୫ ହଜାର ଏଚ୍‌୧ବି ଭିଜା ଦେଇଥାଏ। ସେଥିରୁ ୭୧ ପ୍ରତିଶତରୁ ଅଧିକ ହେଉଛନ୍ତି ଭାରତୀୟ। ଚାଇନା ୧୧.୭ ପ୍ରତିଶତ ଭିଜାଧାରୀଙ୍କୁ ନେଇ ଦ୍ୱିତୀୟରେ ଥିବା ବେଳେ ଫିଲିପାଇନ୍ସ ୧.୩ ପ୍ରତିଶତ, କାନାଡା ୧.୧, ଦକ୍ଷିଣ କୋରିଆ ୧ ପ୍ରତିଶତ ଓ ଅନ୍ୟାନ୍ୟ ଦେଶ ୧୩.୯ ପ୍ରତିଶତ ରହିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଟ୍ରମ୍ପ୍‌ଙ୍କ ଭିଜା ବୃଦ୍ଧିର ପ୍ରହାର ସର୍ବାଧିକ ଭାରତୀୟଙ୍କ ଉପରେ ପଡ଼ିବ।
ଖୁବ୍‌ ନିକଟ ଅତୀତରେ ଭାରତୀୟ ସାମଗ୍ରୀ ଉପରେ ପ୍ରଥମେ ୨୫ ପ୍ରତିଶତ ଟାରିଫ୍‌ ଲଗାଇଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ତାହାକୁ ଦ୍ୱିତୀୟ ଥର ବୃଦ୍ଧି କରି ମୋଟ ୫୦ ପ୍ରତିଶତକୁ ନେଇଯାଇଥିଲେ। ସେହି ପଦକ୍ଷେପରୁ ବୁଝିପାରିବା କଥା ଯେ ଟ୍ରମ୍ପ୍‌ଙ୍କ କ୍ରୋଧ ଭାରତୀୟଙ୍କ ଉପରେ ନ ଥାଇ କେବଳ ଭାରତୀୟ ନେତାମାନଙ୍କ ଅଖାଡୁଆ ବ୍ୟବହାର ଯୋଗୁ ଏହି ଦେଶର କ୍ଷତି ଘଟିଛି। ଟାରିଫ୍‌ ଲାଗୁ କରିବା ପୂର୍ବରୁ ଟ୍ରମ୍ପ୍‌ ପ୍ରଥମେ ତାଙ୍କର ବିରକ୍ତି ଭାବ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ, ଭାରତ ‘ଏକ ମୃତ ଅର୍ଥନୀତି’। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ବିରତି ଆଣିବାରେ ତାଙ୍କର ଭୂମିକା ଥିଲା ବୋଲି ସେ ବାରମ୍ବାର ଦୋହରାଇଥିଲେ। ଭାରତ ତା’ର ଉତ୍ତର ଭାବେ ବାରମ୍ବାର ତାଙ୍କର ଏହି ଦାବିକୁ ଖଣ୍ଡନ କରିଚାଲିଲା। ନିଜର ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ହେଉ କିମ୍ବା ବାସ୍ତବତା, ଟ୍ରମ୍ପ୍‌ଙ୍କ ଏହି ଦାବି ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଏବେ ସାଧାରଣ ଲୋକ ବୁଝିପାରୁଥିବେ। ଗତ ସପ୍ତାହରେ ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ ଟ୍ରମ୍ପ୍‌ ପୁନର୍ବାର ଭାରତ-ପାକିସ୍ତାନ ଯୁଦ୍ଧ ଅଟକାଇଥିଲେ ବୋଲି ସାଧାରଣରେ କହିଛନ୍ତି। ବୈଦେଶିକ ନୀତି ସୃଷ୍ଟି କରୁଥିବା ଭାରତର କର୍ତ୍ତୃପକ୍ଷମାନେ ଟ୍ରମ୍ପ୍‌ଙ୍କ ଚରିତ୍ରକୁ ବୁଝି କାର୍ଯ୍ୟ କରିବାର ଥିଲା। ତାଙ୍କର ଏହି ଯୁଦ୍ଧବିରତି ଦାବିକୁ ଖଣ୍ଡନ କିମ୍ବା ସମର୍ଥନ ନ କରି ନୀରବ ରହିଥିଲେ ସମ୍ଭବତଃ ଭାରତ ପାଇଁ ଏକ ନୂଆ ବାଟ ଫିଟିପାରିଥାନ୍ତା। ଏଠାରେ ୟୁରୋପୀୟ ସଂଘ ଓ ଚାଇନାକୁ ଦେଖାଯାଉ। ଟ୍ରମ୍ପ୍‌ ୟୁରୋପୀୟ ସଂଘ ଉପରେ ରୁଷିଆକୁ ଏକଘରିଆ କରିବା ପାଇଁ ଯେତେ ଚାପ ପକାଉଥିଲେ ମଧ୍ୟ ସଦସ୍ୟ ଦେଶଗୁଡ଼ିକ ଏପଟସେପଟ କରି ସ୍ଥିତିକୁ ସମ୍ଭାଳି ନେବାର ଲକ୍ଷ୍ୟ କରାଯାଉଛି। ସେହିପରି ଚାଇନା ପ୍ରବଳମାତ୍ରାରେ ରୁଷିଆଠାରୁ ତେଲ କିଣୁଥିବା ସତ୍ତ୍ୱେ ଟ୍ରମ୍ପ୍‌ଙ୍କୁ ବିଭିନ୍ନ ଭାବରେ ଆଉଁସି ରଖିପାରିଛି ବୋଲି ତା’ର ସାମଗ୍ରୀ ଉପରେ ଟାରିଫ୍‌ ଭାରତ ତୁଳନାରେ କମ୍‌ ରହିଛି।
ଏଭଳି ପ୍ରଚ୍ଛଦପଟ୍ଟରେ ଭାରତକୁ ତା’ର ପୂର୍ବର ତ୍ରୁଟିଗୁଡ଼ିକୁ ସ୍ବୀକାର କରି ଭବିଷ୍ୟତ ପାଇଁ ରାସ୍ତା ସୃଷ୍ଟି କରିବାକୁ ହେବ। ଅନେକ ଭାରତୀୟ ଯେଉଁମାନେ ଆମେରିକାରେ ଚାକିରି କରୁଛନ୍ତି, ସେମାନେ ବାଧ୍ୟ ହୋଇ ସ୍ବଦେଶ ଫେରିବେ। ସେମାନଙ୍କ ସମେତ ଅନ୍ୟ ଯୋଗ୍ୟ ଭାରତୀୟ ଯୁବଶକ୍ତିକୁ ଭାରତରେ ଅବସ୍ଥାପିତ କରିବା ପାଇଁ ନୀତି ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ହେବ। ନୀତି ତିଆରି କରିବା ସହଜ ହୋଇପାରେ। କିନ୍ତୁ ଭିତ୍ତିଭୂମି ସୃଷ୍ଟି କରିବା ଭାରତ ପାଇଁ ଏକ ପ୍ରକାର ଅସମ୍ଭବ। କାରଣ ଏହିସବୁ ନୂତନ ‘କଟିଂ ଏଜ୍‌’ ବା ଅତ୍ୟାଧୁନିକ ଏଆଇ ଗବେଷଣା ଓ ଉନ୍ନତି କରିବା ପାଇଁ ଯେଉଁ ପରିମାଣର ଜମି, ବିଦ୍ୟୁତ୍‌ ଶକ୍ତି, ଅର୍ଥ ଏବଂ ଜ୍ଞାନକୌଶଳର ଚାହିଦା ରହିବ; ତାହା ପୂରଣ କରିବା ଭାରତ ପକ୍ଷେ ଅସମ୍ଭବ। ମନେରଖିବାକୁ ହେବ ଯେ, ବିଦେଶରେ ବିଶେଷକରି ଆମେରିକାର ଆଇଟି ଶିଳ୍ପରେ କାର୍ଯ୍ୟ କରୁଥିବା ଭାରତୀୟମାନେ ମଧ୍ୟସ୍ତରରେ ଅଧିକ ସଂଖ୍ୟକ ରହିଛନ୍ତି। ସେଥିପାଇଁ ସେମାନଙ୍କୁ ଅଭିନବତ୍ୱର ପନ୍ଥା ଦର୍ଶାଇବା ପାଇଁ ସେହିଭଳି ବୈଷୟିକ ନେତୃତ୍ୱର ଚାହିଦା ରହିବ, ଯାହା ଭାରତ ପାଖରେ ଏବେ ନାହିଁ। ଅନ୍ୟପଟେ ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ ଏବଂ କାନାଡାକୁ ଭାରତୀୟମାନେ ଯାଇପାରିଥାଆନ୍ତେ। ଏହି ସମୟରେ ୟୁରୋପୀୟ ସଂଘ ଓ ଅଷ୍ଟ୍ରେଲିଆରେ ପ୍ରବଳ ମାତ୍ରାରେ ଆପ୍ରବାସ ବିରୋଧୀ ସ୍ରୋତ ବହୁଛି। ତତ୍‌ସହିତ କାନାଡ଼ା ସହ ଭାରତ ସରକାର ଝଗଡ଼ା କରିବସିଛି, ଯାହାର କୁଫଳ ଏବେ ଭୋଗିବାକୁ ପଡ଼ିବ। ବର୍ତ୍ତମାନ ଭାରତୀୟଙ୍କ ପାଇଁ ‘ଲୁକ୍‌ ଇଷ୍ଟ’ ବା ‘ପୂର୍ବକୁ ଦେଖ’ ନୀତି ଆପଣାଇବାକୁ ହେବ। ଏହି ବର୍ଷ ଅଗଷ୍ଟରେ ଜାପାନ-ଭାରତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ୫ ଲକ୍ଷ ଦକ୍ଷ ଶ୍ରମଶକ୍ତିର ଆଦାନପ୍ରଦାନ କଥା ରହିଥିଲା। ଏହିଭଳି ସମ୍ଭାବନା ଥିବା ହେତୁ ଏବେଠାରୁ ଭାରତୀୟମାନେ ହିନ୍ଦୀ ପରିବର୍ତ୍ତେ ଜାପାନିଜ୍‌ ଓ ଚାଇନାର ମାଣ୍ଡାରିନ ଭାଷା ଶିଖିଲେ ଅଧିକ ଅର୍ଥନୈତିକ ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?