Posted inଜାତୀୟ

ଆଜିଠୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ ଆରମ୍ଭ: ଏସବୁ ଜିନିଷ ହୋଇଯିବ ଶସ୍ତା/ମହଙ୍ଗା

ନୂଆଦିଲ୍ଲୀ,୨୨ା୯(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି, ସୋମବାର ନବରାତ୍ରିର ପ୍ରଥମ ଦିବସ। ଏହି ଦିନଠାରୁ ଏକ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ ଆରମ୍ଭ ହେବ। ଅଧିକାଂଶ ଲୋକଙ୍କ ପାଇଁ ଆୟକର ଛାଡ଼ ସହ ଏହା ଡବଲ ଲାଭ ହେବାକୁ ଯାଉଛି। ବିକାଶ ଦୌଡ଼ରେ ସବୁ ରାଜ୍ୟ ସମାନ ଭାବେ ସହଭାଗୀ ହେବେ। ରାଜ୍ୟଗୁଡ଼ିକ ସ୍ବଦେଶୀ ଅଭିଯାନକୁ ଧ୍ୟାନଦେଇ ‘ଆମତ୍ନିର୍ଭର ଭାରତ’ ପାଇଁ ବିନିର୍ମାଣକୁ ଗତିଶୀଳ କରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି। ନବରାତ୍ରିର ପ୍ରଥମ ଦିନ ଆମତ୍ନିର୍ଭରଶୀଳ ଭାରତ ପାଇଁ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଥିବା ମୋଦି କହିଛନ୍ତି। ଆପଣମାନେ ନିଜ ପସନ୍ଦର ସାମଗ୍ରୀ ଆହୁରି ସହଜରେ କିଣିବାକୁ ସମର୍ଥ ହେବେ। ଗରିବ, ମଧ୍ୟବିତ୍ତ ଓ ନବ-ମଧ୍ୟବିତ୍ତ, ଯୁବ, କୃଷକ, ମହିଳା, ବ୍ୟବସାୟୀ ଏବଂ ଦୋକାନୀମାନେ ଏଥିରୁ ଲାଭାନ୍ବିତ ହେବେ। ଚଳିତ ପାର୍ବଣ ଋତୁରେ ସମସ୍ତଙ୍କ ଖୁସି ବଢ଼ିବ। ନୂଆ ଜିଏସ୍‌ଟିକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନ ଏଭଳି ସମୟରେ ଆସିଛି, ଯେତେବେଳେ କି ଆମେରିକାର ଉଚ୍ଚ ଟାରିଫ୍‌ ଯୋଗୁ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିକୁ ଭାରତୀୟ ସାମଗ୍ରୀ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରେ ୨୫% ଆମଦାନୀ ଶୁଳ୍କ ସହ ରୁଷୀୟ ତୈଳ କ୍ରୟ ବାବଦକୁ ଅତିରିକ୍ତ ୨୫% ଜରିମାନା କଷିବା ପରଠୁ ମୋଦି ସ୍ବଦେଶୀ ସାମଗ୍ରୀ ଆପଣାଇବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଆସୁଛନ୍ତି। ଦୀପାବଳି ପୂର୍ବରୁ ଜିଏସ୍‌ଟି ସଂସ୍କାର ଜରିଆରେ ଘରୋଇ ଉପଭୋକ୍ତାଙ୍କ କ୍ରୟଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ସଙ୍କେତ ଦେଇଥିବାବେଳେ ସେପ୍ଟେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଟିକସର ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରି ୫% ଓ ୧୮% ଦୁଇଟି ସ୍ଲାବ୍‌ ପ୍ରଚଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହାବାଦ୍‌ ତମାଖୁ ଓ ସୌଖୀନ ସାମଗ୍ରୀଗୁଡ଼ିକ ଉପରେ ୪୦% ଜିଏସ୍‌ଟି ବସାଇବାକୁ ନିଷ୍ପତ୍ତି ହୋଇଥିଲା, ଯାହାକି ସୋମବାରଠାରୁ ଲାଗୁ ହେବ। ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ପରାମର୍ଶ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ୨୦୧୭ରେ ଜିଏସ୍‌ଟି ସଂସ୍କାର କ୍ଷେତ୍ରରେ ଏକ ପଦକ୍ଷେପ ନେଇଥିଲା। ଇତିହାସ ରଚିବା ପାଇଁ ନୂଆ ଅୟମାରମ୍ଭ ହୋଇଥିଲା। ପୂର୍ବରୁ ଟିକସ ଜାଲ ଉଭୟ ବ୍ୟବସାୟୀ ଓ ଉପଭୋକ୍ତାଙ୍କ ପାଇଁ କଠିନ ପରିସ୍ଥିତି ଉପୁଜାଇଥିବାବେଳେ ଜିଏସ୍‌ଟି ଏହାକୁ ଦୂର କରି ‘ଏକ ଦେଶ ଏକ ଟିକସ’ ସ୍ବପ୍ନକୁ ସାକାର କରିଛି। ସେହିପରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଏବଂ ଜିଏସ୍‌ଟି ସଂସ୍କାର ଗରିବ, ମଧ୍ୟବିତ୍ତ ଓ ନୂଆ ମଧ୍ୟବିତ୍ତଙ୍କ ପାଇଁ ଏକ ‘ଦୋହରା ଲାଭ’ ପାଲଟିଛି। ଏଥିରୁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ମଧ୍ୟ ବଡ଼ ଲାଭ ମିଳିବାକୁ ଯାଉଛି। ଦେଶବାସୀ ସ୍ବଦେଶୀ ସାମଗ୍ରୀ ବିକିବା ଓ କିଣିବାରେ ଗର୍ବ ଅନୁଭବ କରିବା ଉଚିତ। ସ୍ବଦେଶୀ ଆନ୍ଦୋଳନ ଯୋଗୁ ଦେଶର ସ୍ବାଧୀନତାକୁ ଯେପରି ବଳ ମିଳିଥିଲା, ଠିକ୍‌ ସେହିପରି ‘ସ୍ବଦେଶୀ’ ମନ୍ତ୍ର ଦ୍ୱାରା ଭାରତର ସମୃଦ୍ଧି ଆହୁରି ସଶକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରୋଷେଇ ଘର ସାମଗ୍ରୀଠାରୁ ନେଇ ବୈଦ୍ୟୁତିକ ଉପକରଣ, ଔଷଧଠୁ ଅଟୋମୋବାଇଲ ଯାଏ ଜିଏସ୍‌ଟି ଦର ହ୍ରାସ ଯୋଗୁ ସୋମବାରଠାରୁ ୩୭୫ ଆଇଟମ୍‌ ଶସ୍ତା ହେବ। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ଘିଅ, ପନିର, ଲହୁଣି, ନମ୍‌କିନ୍‌, କେଚ୍‌ଅପ୍‌, ଜାମ୍‌, ଡ୍ରାଏ ଫୁଡ୍‌, କଫି, ଟିଭି, ଏସି ଏବଂ ଓ୍ବାଶିଂମେଶିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?