Guwahati Test: ଦକ୍ଷିଣ ଆଫ୍ରିକା ୪୮୯; ଭାରତ ୯/୦

ଗୁଆହାଟୀ, ୨୩ା୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିୟନ୍ତ୍ରଣରେ ରହିଛି। ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ସେନୁରାନ ମୁଥୁସାମିଙ୍କ ଶତକ ବଳରେ ୪୮୯ ରନରେ ସୀମିତ ରହିଛି। ଜବାବରେ ଭାରତ ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପ୍ରଥମ ଇନିଂସରେ ବିନା ଉଇକେଟରେ ୯ ରନ କରିଛି। ଆଲୋକ ଅଭାବ କାରଣରୁ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ କରାଯାଇଥିଲା। ଘରୋଇ ଭାରତୀୟ ଦଳକୁ ଇନିଂସ ଅଗ୍ରଣୀ ପାଇଁ ୪୮୧ ରନ ଦରକାର ଥିବା ବେଳେ ହାତରେ ସମସ୍ତ ୧୦ ଉଇକେଟ ରହିଛି।

ଆଫ୍ରିକା ତା’ର ଅସମାପ୍ତ ପ୍ରଥମ ଇନିଂସ ୨୪୭/୬ ସ୍କୋରରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟର ମୁଥୁସାମି ଓ କାଇଲି ଭେରେନେ ପୂରା ପ୍ରଥମ ସେସନ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଦୁହେଁ ସପ୍ତମ ଉଇକେଟରେ ୮୮ ରନ ଯୋଡ଼ିଥିଲେ। ଭେରେନେ (୪୫)ଙ୍କୁ ଆଉଟ୍‌ କରି ରବୀନ୍ଦ୍ର ଜାଡେଜା ଭାରତକୁ ବହୁପ୍ରତୀକ୍ଷିତ ବ୍ରେକଥ୍ରୁ ଆଣି ଦେଇଥିଲେ। ଏହାପରେ ମୁଥୁସାମୀ ଓ ମାର୍କୋ ଜାନସେନ ଆଟାକିଂ ବ୍ୟାଟିଂ କରି ଅଷ୍ଟମ ଉଇକେଟରେ ୯୭ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୪୩୧ ହୋଇଥିବା ବେଳେ ମୁଥୁସାମି ୧୦୯ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଏହି ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କର ଏହା ପ୍ରଥମ ଟେଷ୍ଟ ଶତକ ଥିଲା। ଏହିଠାରୁ ଜାନସେନ ଏକାକୀ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଶତକ ଆଡ଼େ ଅଗ୍ରସର ହେଉଥିବା ଜାନସେନଙ୍କୁ କ୍ଲିନ ବୋଲ୍ଡ କରି କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକାର ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଜାନସେନ ୯୧ ବଲରେ ୬ ଚୌକା ଓ ୭ ଛକା ସହିତ ୯୩ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ୪୮୯ ରନରେ ଅଲଆଉଟ୍‌ ହୋଇଥିଲା। ଭାରତ ପାଇଁ ବୋଲିଂରେ କୁଲଦୀପ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା, ସିରାଜ ଓ ଜାଡେଜା ୨ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ତା’ର ପ୍ରଥମ ଇନିଂସ ବ୍ୟାଟିଂ କରି ଆଲୋକ ଅଭାବ କାରଣରୁ ଖେଳ ଶେଷ ହେବା ସୁଦ୍ଧା ୬.୧ ଓଭରରେ ବିନା ଉଇକେଟରେ ୯ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲୋକେଶ ରାହୁଲ ୨ ଓ ଯଶସ୍ବୀ ଜୟସ୍ବାଲ ୭ ରନରେ ଅପରାଜିତ ରହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?