Posted inଜାତୀୟ

ଆଦାନୀଙ୍କୁ ଅଧିକ ୩,୮୦୨ କୋଟି ଦେଇଛି ଜିୟୁଭିଏନ୍‌ଏଲ୍‌

ଅହମଦାବାଦ,୨୮ା୮: ଗୁଜରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌ (ଜିୟୁଭିଏନ୍‌ଏଲ୍‌) ଆଦାନୀ ପାଓ୍ବାର ମୁନ୍ଦ୍ରା ଲିଃ (ଏପିଏମ୍‌ୟୁଏଲ୍‌)କୁ ଗତ ୫ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଦେୟ ବାବଦକୁ ପ୍ରାୟ ୩,୮୦୨ କୋଟି ଟଙ୍କା ଅଧିକ ପଇଠ କରିଥିବା ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି। ଗୁଜରାଟ କଂଗ୍ରେସ ସଭାପତି ଶକ୍ତିସିଂ ଗୋହିଲ ଏହାକୁ ଶାସକ ଭାଜପା ଆଶୀର୍ବାଦରେ ଆଦାନୀ ପାଓ୍ବାର ଦ୍ୱାରା ଖୋଲା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲା ଭାବେ ଅଭିହିତ କରିଛନ୍ତି।
୨୦୨୩ ମେ’ ୧୫ରେ ଜିୟୁଭିଏନ୍‌ଏଲ୍‌ ପକ୍ଷରୁ ଆଦାନୀ ପାଓ୍ବାରକୁ ୩,୮୦୨ କୋଟି ଟଙ୍କାର ରିକଭରି ପାଇଁ ଦିଆଯାଇଥିବା ପତ୍ରକୁ ମଧ୍ୟ ସେ ଲୋକଲୋଚନକୁ ଆଣିଛନ୍ତି। ଜିୟୁଭିଏନ୍‌ଏଲ୍‌ ଏବଂ ଆଦାନୀ ପାଓ୍ବାର ମଧ୍ୟରେ ସ୍ବାକ୍ଷରିତ ୨ଟି ପାଓ୍ବାର ପର୍ଚେଜ୍‌ ଏଗ୍ରିମେଣ୍ଟ (ପିପିଏ) ବଳରେ ଆଦାନୀ ପାଓ୍ବାରକୁ ଅତ୍ୟଧିକ ୩,୮୦୨ କୋଟି ଟଙ୍କା ପଇଠ କରାଯାଇଥିଲା। ଜିୟୁଭିଏନ୍‌ଏଲ୍‌ ନିଜ ପତ୍ରରେ ଆଦାନୀ ପାଓ୍ବାରଠାରୁ କୋଇଲା କିଣାର ଇନ୍‌ଭଏସ୍‌/ଦସ୍ତାବିଜ ମାଗିଛି। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସବୁବେଳେ କେତେଜଣ ନିର୍ଦ୍ଦିଷ୍ଟ ଯୋଗାଣକାରୀଙ୍କଠାରୁ କମ୍‌ ମୂଲ୍ୟରେ କୋଇଲା କିଣିଥାଏ। ପତ୍ରରେ କରାଯାଇଥିବା ଦାବି ମୁତାବକ କୌଣସି ଦସ୍ତାବିଜ ଦାଖଲ କରାଯାଇ ନ ଥିଲେ ମଧ୍ୟ ୨୦୧୮ରୁ ୨୦୨୩ ମଧ୍ୟରେ ଜିୟୁଭିଏନ୍‌ଏଲ୍‌ ଆଦାନୀ ପାଓ୍ବାରକୁ ୩,୮୦୨ କୋଟି ଟଙ୍କା ଦେଇଛି। ବିନା ଇନ୍‌ଭଏସ୍‌ରେ ଦେୟ ପଇଠ କରିବାକୁ ଜିୟୁଭିଏନ୍‌ଏଲ୍‌ ଅଧିକାରୀମାନେ ଆଗ୍ରହ ପ୍ରକାଶ କରୁ ନ ଥିଲେ ବି ଟଙ୍କା ଦେବା ପାଇଁ ସେମାନଙ୍କ ଉପରେ ଚାପ ପଡ଼ିଥାଇପାରେ ବୋଲି ଗୋହିଲ କହିଛନ୍ତି। ଗୋହିଲଙ୍କ ମତରେ ଶକ୍ତି ବିଭାଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ଅଧୀନରେ ଆସୁଥିବାରୁ ସେଠାରୁ ନିର୍ଦ୍ଦେଶ ପାଇଁ ଅଧିକାରୀମାନେ ଦେୟ ପଇଠ କରିଥାଇପାରନ୍ତି। ସେ ଏହାକୁ ଆଦାନୀଙ୍କ ମନି ଲଣ୍ଡରିଂ ଭାବେ ଅଭିହିତ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏହାର ତଦନ୍ତ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସମ୍ଭବତଃ ସରକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ପ୍ରଘଟ ପରେ ସରକାର ଚେଇଁ ଉଠିଥିବା ଗୋହିଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri