ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…

ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍‌ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ ଜଣ ପୋଲିସ କର୍ମୀ ମଧ୍ୟ ଥିଲେ ବୋଲି ସ୍ଥାନୀୟ ପୋଲିସ ଷ୍ଟେଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଟିମରେ ଥିବା ମହିଳା ସଦସ୍ୟ ଏବଂ ପୋଲିସଙ୍କର କୌଣସି କ୍ଷତି ହୋଇ ନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି। ପୋଲିସଙ୍କ ପାଲଟା ଗୁଳି ଚାଳନାରେ ଗୁଳି ବର୍ଷା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି।

ପୋଲିସ ଅଧିକାରୀ ରହିମ ଖାନ କହିଛନ୍ତି ଗୁଳି ବର୍ଷା କରୁଥିବା ୩ ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି। ସେମାନେ ମୋଟର ସାଇକେଲରେ ଆସିଥିଲେ।

ଏହାପୂର୍ବରୁ ମଙ୍ଗଳବାର ଟିକାକରଣ ଟିମ୍‌ର ନେତୃତ୍ୱ ନେଉଥିତ୍ବା ୨ ପୋଲିସଙ୍କୁ କିଛି ଅଜଣା ଲୋକେ ଗୁଳି କରି ହତ୍ୟା କରିଥିଲେ। କରାଚି ସହରରେ ଏଭଳି ଆକ୍ରମଣ ଅଧିକ ପୋଲିସ କର୍ମୀଙ୍କ ଉପରେ ହୋଇଥିବା କୁହାଯାଉଛି। କେତେକ ଇସଲାମ ନେତା ଏବଂ ଆତଙ୍କବାଦୀ ଗୋଷ୍ଠୀ ପାଶ୍ଚାତ୍ୟ ଶୈଳୀରେ ଟିକାକରଣ କରାଯାଉଥିବା ଅଭିଯୋଗ କରିଛନ୍ତି। ପୋଲିଓ ଟିକା ନେବା ଦ୍ୱାରା ନପୁସଂକତା ମାମଲାରେ ବୃଦ୍ଧି ଘଟୁଛି ବୋଲି ସେମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଦେଇ ଯାଉଥିବା ଜାହାଜଗୁଡ଼ିକୁ ଦେବାକୁ ପଡ଼ିବ ଟ୍ୟାକ୍ସ! ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ କହିଲା…

ମସ୍କାଟ,୨୭ା୬: ଇରାନ-ଆମେରିକା କଥାବାର୍ତ୍ତା ମଧ୍ୟରେ ଓମାନ ହର୍ମୁଜ ପ୍ରଣାଳୀ ଆଉ ପୂର୍ବ ପରି ଚାଲିପାରିବ ନାହିଁ। ରଣନୈତିକ ସମୁଦ୍ର ପଥରେ ପରିବହନ କରୁଥିବା ଜାହାଜଗୁଡ଼ିକୁ ଭବିଷ୍ୟତରେ କୌଣସି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri