ବନ୍ଧୁକ ସଂସ୍କୃତି

ସେପ୍ଟେମ୍ବର ୨୬ରେ ରୁଷିଆର ଇଜେଭ୍‌ସ୍କ ସହରସ୍ଥିତ ସ୍କୁଲ ନମ୍ବର-୮୮ରେ ଆର୍ତେମ୍‌ କାଜାଣ୍ଟସେଭ୍‌ ଆଖିବୁଜା ଗୁଳି ଚଳାଇଥିଲେ। ଶେଷରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଉକ୍ତ ଘଟଣାରେ ୧୧ ଜଣ ଛାତ୍ରଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ପାଖାପାଖି ଦୁଇ ଡଜନ ଗୁରୁତର ହୋଇଛନ୍ତି। ତାଙ୍କ ଟି ଶର୍ଟରେ ସ୍ବସ୍ତିକ ଚିହ୍ନଥିବାରୁ ଆର୍ତେମ୍‌ଙ୍କର ନାଜି ଲିଙ୍କ୍‌ ରହିଥିବା ପୋଲିସ ସନ୍ଦେହ କରିଛି। ଏହା ଏକ ଆତଙ୍କବାଦୀ କାର୍ଯ୍ୟ ଓ ଏଥିରେ ଫାସିବାଦୀ ସଂଗଠନର ହାତ ଅଛି ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। ସ୍କୁଲ ନମ୍ବର- ୮୮ ଗୁଳିକାଣ୍ଡରେ ଫାସିବାଦୀଙ୍କ ହାତ ଅଛି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ସ୍ବୀକାର କରିବାକୁ ପଡ଼ିବ ଯେ ସ୍କୁଲ ଓ କଲେଜରେ ଏଭଳି ଘଟଣା ରୁଷିଆରେ ପ୍ରଥମ କି ଦ୍ୱିତୀୟ ନୁହେଁ, ବହୁବାର ଘଟିଛି। ବିଗତ ଦୁଇ ବର୍ଷ ମଧ୍ୟରେ ତିନୋଟି ବଡ଼ ଗୁଳିକାଣ୍ଡ ମଧ୍ୟରେ ପିରିମ୍‌ ଷ୍ଟେଟ ୟୁନିଭର୍ସିଟି ଓ କାଜାନ ସ୍କୁଲ ଗୁଳିକାଣ୍ଡ ପରେ ଏବକାର ଘଟଣା ନିଶ୍ଚିତ ଚିନ୍ତାଜନକ। କେବଳ ରୁଷିଆ ନୁହେଁ, ବିଶ୍ୱରେ କଲେଜ କିମ୍ବା ସ୍କୁଲ ଗୁଳିକାଣ୍ଡରେ ଆମେରିକା ରହିଛି ସବୁଠୁ ଆଗରେ। ପିଲାମାନଙ୍କ ମଧ୍ୟରେ ମୃତ୍ୟୁର ମୁଖ୍ୟ କାରଣ ହେଉଛି ଗୁଳିକାଣ୍ଡ। ଏହା ତୁଳନାରେ ରାସ୍ତା ଦୁର୍ଘଟଣା, ପାଣିରେ ବୁଡ଼ିଯିବା ଇତ୍ୟାଦି ଗୌଣ ହୋଇଯାଉଛି। ୨୦୧୮ଠାରୁ ଏଯାବତ୍‌ ଆମେରିକାରେ ଶିକ୍ଷାନୁଷ୍ଠାନରେ ୧୧୮ଟି ଛୋଟବଡ଼ ଗୁଳିକାଣ୍ଡରେ ଅନେକରେ ଛାତ୍ରମାନେ ଜଡ଼ିତ ଥିବା ଜଣାପଡ଼ିଛି। ସେଠାରେ ପ୍ରଚଳିତ ବନ୍ଧୁକ ସଂସ୍କୃତି ହିଁ ଏଭଳି ଗୁଳିକାଣ୍ଡର ପ୍ରମୁଖ କାରଣ। ଆମେରିକାର ବନ୍ଧୁକ ସଂସ୍କୃତି ଖୁବ୍‌ ମଜଭୁତ। ଆମେରିକା ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ମାତ୍ର ୪%, କିନ୍ତୁ ବିଶ୍ୱରେ ଲୋକମାନଙ୍କ ପାଖରେ ଥିବା ୮୫୬ ମିଲିୟନ ବନ୍ଧୁକର ୪୬% ରହିଛି ଆମେରିକୀୟଙ୍କ ପାଖରେ। ସେମାନଙ୍କ ନିକଟରେ ମୋଟରେ ୫୯୩ ମିଲିୟନ ବନ୍ଧୁକ ରହିଛି। ବିଶ୍ୱର ଶୀର୍ଷ ୨୫ ଦେଶରେ ଲୋକମାନଙ୍କ ପାଖରେ ଯେତିକି ବନ୍ଧୁକ ଅଛି, ତାହାଠାରୁ ଅଧିକ ବନ୍ଧୁକ ରଖିଛନ୍ତି ଆମେରିକୀୟମାନେ।
ବନ୍ଧୁକ ସଂସ୍କୃତି ଆପଣାଇ ଆମେରିକା ବିଶ୍ୱରେ ଗମ୍ଭୀର ପରିଣାମ ଭୋଗ କରୁଛି। ତେବେ ଚଳିତ ବର୍ଷ ମେ’ରେ ଟେକ୍ସାସର ଉଭାଲ୍‌ଡେସ୍ଥିତ ଏକ ପ୍ରାଥମିକ ସ୍କୁଲ ଗୁଳିକାଣ୍ଡରେ ୧୯ ଜଣ ଛାତ୍ରଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତା ପ୍ରକଟ କରିଥିଲେ। ଆମେ ବନ୍ଧୁକ ନିୟନ୍ତ୍ରଣ କରିବା ସପକ୍ଷରେ କେବେ ଠିଆ ହେବା ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହା ଉପରେ ତ୍ୱରିତ ପଦକ୍ଷେପ ନେବାକୁ ହେବ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦଶନ୍ଧି ଧରି ଆମେରିକାରେ ବଳବତ୍ତର ରହିଥିବା ବନ୍ଧୁକ ସଂସ୍କୃତି ଦୂର କରିବାରେ ସେ କେତେ ସଫଳ ହେବେ ତାହା ସମୟ କହିବ। କିନ୍ତୁ ବନ୍ଧୁକ ସଂସ୍କୃତିରୁ ସୃଷ୍ଟି ଶିକ୍ଷାନୁଷ୍ଠାନ ଗୁଳିକାଣ୍ଡର ଭୟାବହତାକୁ ଏବେ ଯେଉଁଭଳି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସାମ୍ନା କରିବାରେ ଲାଗିଛନ୍ତି, ତାହା ଏକ ଆହ୍ବାନ ଭାବେ ଉଭା ହୋଇଛି। ଗବେଷଣାରୁ ଜଣାପଡ଼ିଛି ଯେ ସହଜରେ ବନ୍ଧୁକ ଉପଲବ୍ଧ ହେବା, ପରିବାରର ଦୁର୍ବଳତା, ମାନସିକ ରୋଗ ଓ ଅନ୍ୟ ମନସ୍ତାତ୍ତ୍ୱିକ ସମସ୍ୟା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଳିକାଣ୍ଡ ଘଟୁଛି। ଏହାବାଦ୍‌ ବୁଲିଂ, ପ୍ରତିଶୋଧ ମନୋଭାବ, ସ୍କୁଲ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଛାତ୍ରମାନଙ୍କୁ ଏସବୁ କାର୍ଯ୍ୟ ଲାଗି ପ୍ରେରିତ କରୁଛି।
ଆମେରିକାରେ ନୀତିର ପରିବର୍ତ୍ତନ ହୋଇପାରୁ ନ ଥିବାରୁ ବନ୍ଧୁକ କିଣିବା ଅତ୍ୟନ୍ତ ସହଜ ହେଉଛି। ଏପରି କିି ନାବାଳକ ମଧ୍ୟ ଦୋକାନକୁ ଯାଇ ବନ୍ଧୁକ କିମ୍ବା ପିଷ୍ଟଲ କିଣିପାରିବ। ପ୍ରତିିଷେଧକ ନୀତିକୁ ବିରୋଧ କରିଆସୁଛି ବନ୍ଧୁକ ନିର୍ମାତାମାନଙ୍କ ଶକ୍ତିଶାଳୀ ଗୋଷ୍ଠୀ। ସେହି ଦେଶରେ ସାଧାରଣ ନାଗରିକ ଅସୁରକ୍ଷିତ ଏବଂ ନିଜ କତିରେ ବନ୍ଧୁକ ରଖିବା ଆବଶ୍ୟକ ବୋଲି ଏହି ନିର୍ମାତା ଗୋଷ୍ଠୀ ଅନେକ କାଳରୁ ବାରମ୍ବାର ପ୍ରଚାର କରିଆସୁଥିବାର ଦେଖାଯାଉଛି। ତାହାର ଫଳ ଆଜି ଭୋଗିବାକୁ ମଧ୍ୟ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri