ପାର୍ବଣ ଋତୁ ଓ ଚାନ୍ଦା

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର। ଭାରତର ସାଂସ୍କୃତିକ ଇତିହାସରେ ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କିଛି ସମଭାବାପନ୍ନ ବ୍ୟକ୍ତିବିଶେଷ ବିଭିନ୍ନ ଅନୁଷ୍ଠାନ ଗଢ଼ି ତା’ ମାଧ୍ୟମରେ ଦେବଦେବୀ ଓ ମହାପୁରୁଷଙ୍କ ପୂଜା ଏବଂ ଜୟନ୍ତୀ ଉତ୍ସବ ପାଳନ କରିଆସୁଛନ୍ତି। ବିଶେଷକରି ପାର୍ବଣ ଋତୁ ଆସିଗଲେ ସେହି ଅନୁଷ୍ଠାନ ସମୂହ ଚଳଚଞ୍ଚଳ ହୋଇ ଉଠନ୍ତି ଏବଂ ବିନା ବାଧାବିଘ୍ନରେ ପୂଜା ଶେଷ କରିବାକୁ ଉଦ୍ୟମ କରନ୍ତି।
ସମୟକ୍ରମେ ଯେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ସାଂସ୍କୃତିକ ଅନୁଷ୍ଠାନ ଗଠନ କରାଯାଇଥିଲା ସେସବୁରୁ ପୁରୁଖା ସଦସ୍ୟମାନେ ବିଦାୟ ନେଲାପରେ ନୂତନ ପିଢ଼ିଙ୍କର ପୂର୍ବପରି ଭକ୍ତିଭାବ ନ ରହିବା ଲକ୍ଷ୍ୟ କରାଯାଉଛି। ତେବେ ଅନେକ କ୍ଷେତ୍ରରେ ଯୁବପିଢ଼ିମାନେ କିଛି ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସନୀୟ ଭାବେ ସାମିଲ କରୁଛନ୍ତି। ସ୍ଥଳବିଶେଷରେ କେତେକ ଅନୁଷ୍ଠାନ ନାମରେ ମଧ୍ୟ ପରିବର୍ତ୍ତନ ହେଲା। ଦେବଦେବୀ ଓ ପୂଜ୍ୟପୂଜାଙ୍କ ସମ୍ମାନାର୍ଥେ ଯେଉଁ ଅନୁଷ୍ଠାନ ଗଢ଼ି ଉଠିଥିଲା ତାହା ପୂଜା କମିଟି ବା କ୍ଲବ ଘରରେ ପରିଣତ ହେଲା। ନୈତିକତା ଓ ଆଦର୍ଶରୁ ବିଚ୍ୟୁତ ହୋଇ ଯୁବକମାନେ ଭକ୍ତି ବଦଳରେ ଭୋଗ ପ୍ରତି ଆଗ୍ରହୀ ହେଲେ। ନେତୃତ୍ୱକୁ ନେଇ ସଭ୍ୟମାନଙ୍କ ମଧ୍ୟରେ ମନାନ୍ତର ଓ କ୍ରମେ ମତାନ୍ତର ସୃଷ୍ଟି ହୋଇ ଗୋଟିଏ ଗୋଟିଏ ଗାଁରେ, ସାହିରେ, ସହରର ପ୍ରତିଟି ୟୁନିଟ୍‌ରେ ଦୁଇ ତିନୋଟି ପୂଜା କମିଟି ବା କ୍ଲବ୍‌ ଘର ଜନ୍ମ ନେଲା। ସୁନ୍ଦର ଓ ଦାମିକା ପ୍ରତିମୂର୍ତ୍ତି ସାଙ୍ଗକୁ ମନଲୋଭା ଚିକିଚିକି ତୋରଣ ତିଆରିରେ କର୍ମକର୍ତ୍ତାମାନେ ଲାଗିପଡ଼ିଲେ। ଭକ୍ତି ସଂଗୀତ ପ୍ରତି ରୁଚି ନ ରଖି ମେଲୋଡି ପାର୍ଟିର ଆୟୋଜନ କଲେ। ନିଜ ନିଜର ଅହମିକାକୁ ଲୋକଲୋଚନକୁ ଆଣିବା ପାଇଁ ସେମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା। ଏସବୁ ଆବଶ୍ୟକତାର ମୂଳରେ ରହିଲା ଅର୍ଥ। ଆଜିର ଦୁନିଆରେ ଅର୍ଥ ବିନା କିଛି ବି ସମ୍ଭବ ନୁହେଁ ଏବଂ ଯେଉଁମାନେ ସଭ୍ୟ ରହିଲେ କେତେକଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ନିଜ ପକେଟ୍‌ରୁ ପଇସାଟିଏ କାଢ଼ି ଖର୍ଚ୍ଚ କରିବାକୁ ଉଚିତ ମଣିଲେ ନାହିଁ। ଫଳସ୍ବରୂପ ସାଧାରଣ ଜନତା ଓ ଛୋଟବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଚାନ୍ଦା ଆଦାୟ ଯୋଜନା ଆରମ୍ଭ ହେଲା। ଏହି ଚାନ୍ଦା ଆଦାୟର ତରିକା ଏପରି ହେଲାଣି ଯେ କ୍ଲବ ବା କମିଟିର ସଭ୍ୟମାନେ ରାସ୍ତାକଡ଼ର ଉଠା ଦୋକାନୀ ଓ କଲୋନୀର ବାସିନ୍ଦାମାନଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ଦେଖାଯାଏ ଅନେକ ପୂଜା କମିଟି ପୂଜାଚାନ୍ଦାକୁ ବର୍ଷ ତମାମ ପ୍ରତି ଦିନ ହିସାବରେ କେଉଁଠୁ ଦୁଇଟଙ୍କା, କେଉଁଠୁ ଦଶଟଙ୍କା ହିସାବରେ ଆଦାୟ କରିଥାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ମହଙ୍ଗା ଭତ୍ତା ବଢ଼ାଇବା ପରି ପୂଜା କମିଟି ତରଫରୁ ଚାନ୍ଦାର ପରିମାଣ ମଧ୍ୟ ବର୍ଷକୁ ବର୍ଷ ବଢ଼ି ଚାଲିଲା। ଏସବୁ ଯୋଗୁ କେତେକ ଜାଗାରେ ଚାନ୍ଦା ଦେବାକୁ ନେଇ ମଧ୍ୟ ଗଣ୍ଡଗୋଳ ହେଲା ଓ ହେଉଛି ମଧ୍ୟ। ଚଳିତବର୍ଷ ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ପୂଜା କାର୍ଯ୍ୟକ୍ରମ ପାଇଁ ସହାୟତା ବା ଚାନ୍ଦାକୁ ନେଇ ପୋଲିସ କଠୋର ପଦକ୍ଷେପ ନେଇଛି। ନିର୍ଦ୍ଦିଷ୍ଟ ଭାବେ ନମ୍ବର ଦିଆଯାଇଛି କୌଣସି ଅନୁଷ୍ଠାନ ପୂଜାଚାନ୍ଦା ଜୋରଜୁଲମ କଲେ ପୋଲିସର ଏହି ନମ୍ବରରେ ସହାୟତା କରିବା ପାଇଁ। ଜୋରଜବରଦସ୍ତ ଚାନ୍ଦା ଆଦାୟ ଏପରି ହେବାକୁ ଲାଗିଲା ଯେ ଶେଷରେ ପୋଲିସ ପ୍ରଶାସନ ଏହାକୁ ଅପରାଧଭାବେ ଗ୍ରହଣ କରି ଚାନ୍ଦା ମାଗିଲେ ବନ୍ଧା ହେବ ବୋଲି ସତର୍କ କରାଇଛନ୍ତି।
ମନ୍ଦିର, ଦେବଦେବୀ, ପୂଜ୍ୟପୂଜାଙ୍କ ମହୋତ୍ସବ ପାଳନ ନିମିତ୍ତ ଚାନ୍ଦା ଦେବା ବିଶେଷ କିଛି ବଡ଼କଥା ନୁହେଁ। କିନ୍ତୁ କଥା ହେଉଛି ମନ୍ଦିର ଓ ଦେବଦେବୀଙ୍କ ସଂଖ୍ୟା କ୍ରମଶଃ ବଢ଼ି ବଢ଼ି ଚାଲିଛି। ପର୍ବ ପାଳନର ପ୍ରଣାଳୀ ମଧ୍ୟ। ଆୟୋଜକମାନେ ନିଷ୍ଠାର ସହିତ ପୂଜା ପାଳନକୁ ଗୁରୁତ୍ୱ ନ ଦେଇ ମଉଜ ମଜ୍‌ଲିସ୍‌କୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ତାହା ବୁଦ୍ଧିଜୀବୀମାନଙ୍କୁ ଅସନ୍ତୁଷ୍ଟ କରୁଛି। ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନାମରେ ଆଜିର ପୂଜା କମିଟିମାନ ଅପସଂସ୍କୃତିକୁ ଆପଣାଇବାକୁ ଚେଷ୍ଟା କରୁଛନ୍ତି। ଏମିତି ହେଲାଣି ଦେବଦେବୀଙ୍କ ପ୍ରତିମୂର୍ତ୍ତିକୁ ମୂଳ ରୂପ ନ ଦେଇ ଆଧୁନିକ ଢଙ୍ଗରେ ଠିଆ କଲେଣି। କେଉଁଠି ଗଣେଶ ଜିନ୍‌ ପ୍ୟାଣ୍ଟ ପିନ୍ଧି, ମୁଣ୍ଡରେ ଟୋପି ଦେଇ ଟ୍ୟାବ୍‌ ଓ ବ୍ୟାଟ୍‌ ଧରିଲେଣି ତ କେଉଁଠି ଦେବୀ ସରସ୍ବତୀ ମିନି ସ୍କର୍ଟ ପିନ୍ଧି ଟଚ୍‌ ସ୍କ୍ରିନ୍‌ ମୋବାଇଲ ଧରିଲେଣି। ଏ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟ କିଛିଦିନ ତଳେ ପୋଲିସ ପ୍ର୍ରଶାସନକୁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅବଶ୍ୟ ସବୁ ପୂଜା କମିଟିର ଆୟୋଜକମାନେ ଏମିତି ନିର୍ବୋଧତାର ପରିଚୟ ଦିଅନ୍ତି ନାହିଁ। ସେମାନଙ୍କ ହୃଦୟରେ ଏବେ ମଧ୍ୟ ବୈଦିକ ପରମ୍ପରା ପ୍ରତି ସମ୍ମାନ ଅଛି। ଠାକୁର ଠାକୁରାଣୀଙ୍କ ପ୍ରତି ଗଭୀର ଭକ୍ତିଭାବ ରହିଛି। ନ ହେଲେ ଏତେ ବର୍ଷ ଧରି ଏ ପରମ୍ପରା ବଞ୍ଚତ୍ଛି କିପରି? ଅନେକ ପୂଜା କମିଟି ସେବା କାର୍ଯ୍ୟକ୍ରମ କରି ପ୍ରଶଂସା ଅର୍ଜନ କରିଥାନ୍ତି। ସାହିରେ କୌଣସି ମେଧାବୀ ଛାତ୍ରଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସହାୟତା ହେଉ ବା ଗରିବ ଝିଅର ବିବାହ କାର୍ଯ୍ୟ, ଅନାଥାଶ୍ରମରେ ଖାଦ୍ୟ ବଣ୍ଟନ ବା ବସ୍ତ୍ରଦାନ, ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ କେହି କେହି ଅର୍ଥ ସଞ୍ଚୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବା ରେଡ୍‌କ୍ରସକୁ ଅର୍ଥ ଦାନ କରିଥାନ୍ତି। ସେହିପରି ଅନେକ ସ୍ଥାନରେ ଦେଖାଯାଏ ଯେ ଏହି କାର୍ଯ୍ୟକ୍ରମରେ ମେଲୋଡି ଆୟୋଜନ କରାଯାଉଥିବାରୁ ସେମାନଙ୍କର ଖର୍ଚ୍ଚ ବୃଦ୍ଧି ପାଏ। କରୋନା ମହାମାରୀ ପାଇଁ ଦୁଇବର୍ଷ କଟକ ଦଶହରାର ପାର୍ବଣକୁ ଫିକା କରିଦେଇଥିଲା। ଚଳିତବର୍ଷ ଧୁମ୍‌ଧାମରେ ପାଳନ କରିବା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି। ତେବେ ଶାନ୍ତି ଶୃଙ୍ଖଳା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଥାନ୍ତି କିଛି ଅସାମାଜିକ ତତ୍ତ୍ୱ। ସେମାନଙ୍କୁ ପ୍ରତିରୋଧ କରିବା ସହ ସ୍ଥାନୀୟ ପୂଜା କମିଟି ଓ ପ୍ରଶାସନକୁ ସାହାଯ୍ୟ କରିବା ଆମ ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ। ସଂସ୍କୃତି ଓ ପରମ୍ପରାର ସୁରକ୍ଷା ହେଉ, ଏହା ଆନନ୍ଦର କଥା। କିନ୍ତୁ ପୂଜ୍ୟପୂଜା ନାମରେ ତାମସା କରା ନ ଯାଉ। ଆମ ଯାବତୀୟ ଉନ୍ନତିର ମୂଳକାରଣ, ଆମ ସୁଖସମୃଦ୍ଧିର ମୂଳ ଉତ୍ସ ହେଉଛି ଆମ ଉନ୍ନତ ସଂସ୍କୃତି ଓ ପରମ୍ପରା। ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ।
‘ଧ୍ୱନୀ’ ମେଟ୍ରୋପ୍ଲାଜା, କାଠଗୋଲା ରୋଡ୍‌, ମଙ୍ଗଳାବାଗ, କଟକ, ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri