ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା ଘଟୁଥିବା କହିଥିଲେ। ବନ୍ଧୁକ ସଂସ୍କୃତି ପ୍ରତି ଖାମଖିଆଲ ମନୋଭାବ ଏବଂ ଆତ୍ମରକ୍ଷା ପାଇଁ ଏହା ଉପରେ ଅଧିକ ନିର୍ଭରଶୀଳତା ଯୋଗୁ ଅପରାଧ ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ସେତେବେଳେ ଆମେରିକାରେ ପ୍ରାୟ ୯ କୋଟିରୁ ଊର୍ଦ୍ଧ୍ୱ ବନ୍ଧୁକ ଲୋକଙ୍କ ନିକଟରେ ରହିଥିଲା। ଏବେ ଏହି ସଂଖ୍ୟା କାହିଁ କେତେଗୁଣା ହୋଇଛି। ଫଳରେ ସାମାନ୍ୟ ଘଟଣାରେ ମଧ୍ୟ ଆମେରିକାବାସୀ ଏପରି କି କିଶୋରମାନେ ବନ୍ଧୁକ ଚଳାଉଥିବା ଦେଖାଯାଉଛି। ଘୃଣା ଅପରାଧ ବୃଦ୍ଧିରେ ବନ୍ଧୁକ ପ୍ରମୁଖ ମାଧ୍ୟମ ପାଲଟିଥିବାରୁ ଏହା ଉପରେ ନିୟନ୍ତ୍ରଣ ଆମେରିକା ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।

ଆମେରିକୀୟଙ୍କ ମୃତ୍ୟୁ ସାଧାରଣ ଘଟଣା ପାଲଟିଛି। ୧୯୬୮ରୁ ୨୦୧୭ ମଧ୍ୟରେ ଗୁଳି ବାଜି ମୃତ୍ୟୁ ଘଟିଥିବା ଲୋକ ସଂଖ୍ୟା ୧୫ ଲକ୍ଷ ରହିଛି, ଯାହାକି ୧୭୭୫ରେ ଆମେରିକାର ସ୍ବାଧୀନତା ସଂଗ୍ରାମର ଯୁଦ୍ଧ ପରଠାରୁ ସମସ୍ତ ସଂଘର୍ଷରେ ମୃତ୍ୟୁ ଘଟିଥିବା ସୈନ୍ୟଙ୍କ ତୁଳନାରେ ଯଥେଷ୍ଟ ଅଧିକ। ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌(ସିଡିସି) ତଥ୍ୟ ଅନୁସାରେ କେବଳ ୨୦୨୦ରେ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ୪୫ ହଜାର ଟପିଛି। ସେମାନଙ୍କ ମଧ୍ୟରେ ବନ୍ଧୁକ ଦ୍ୱାରା ଆତ୍ମହତ୍ୟା କରିଥିବା ଲୋକେ ମଧ୍ୟ ଅନ୍ତର୍ଭୁକ୍ତ। ରେକର୍ଡ ଅନୁସାରେ, ଗତ ୫ ବର୍ଷରେ ଏହି ମାମଲାରେ ୨୫% ବୃଦ୍ଧି ପାଇଛି। ୨୦୧୯ରେ ଗୁଳିରେ ୩୮,୩୫୫ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରୁ ୨୩,୯୪୧ ଆତ୍ମହତ୍ୟା କରିଥିବାବେଳେ ୧୪,୪୧୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦେଶରେ ମୋଟ ବନ୍ଧୁକ ମୃତ୍ୟୁ ମଧ୍ୟରୁ ୫୪% ଆତ୍ମହତ୍ୟା ମାମଲା ରହିଛି। ସୁଇଜରଲାଣ୍ଡର ଏକ ପ୍ରମୁଖ ରିସର୍ଚ୍ଚ ପ୍ରୋଜେକ୍ଟ ସ୍ମଲ ଆର୍ମ୍‌ସ ସର୍ଭେ ଅନୁଯାୟୀ, ୨୦୧୮ରେ ୩୯୦ ନିୟୁତ ବନ୍ଧୁକ ଆମେରିକାରେ ଘରୋଇ ଭାବେ ବ୍ୟବହାର ହେଉଛି। ୨୦୧୧ରେ ଆମେରିକାର ପ୍ରତି ୧୦୦ ନାଗରିକଙ୍କଠାରେ ୮୮ ବନ୍ଧୁକ ଥିବାବେଳେ ଏବେ ଏହି ଅନୁପାତ ବୃଦ୍ଧି ପାଇଛି। ଅର୍ଥାତ ପ୍ରତି ୧୦୦ ନାଗରିକଠାରେ ହାରାହାରି ୧୨୦ ବନ୍ଧୁକ ରହିଛି।

 

ନ୍ୟୁୟର୍କରେ ଗୁଳି: ୧୦ ନିହତ

ଆମେରିକାରେ ଘୃଣା ଅପରାଧର ତାଲିକା ଲମ୍ବି ଚାଲିଥିବାବେଳେ ଏଥିରେ ମୃତକ ଓ ପୀଡ଼ିତ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ନ୍ୟୁୟର୍କର ବଫାଲୋ ସହରରେ ଥିବା ଏକ ସୁପରମାର୍କେଟରେ ଜଣେ ୧୮ ବର୍ଷୀୟ କିଶୋରଙ୍କ ଆଖିବୁଜା ଗୁଳିରେ ୧୦ ଜଣଙ୍କ ଜୀବନ ଯାଇଛି। ଆଉ ୩ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଏହାକୁ ଘୃଣା ଅପରାଧ ଅଭିହିତ କରିଛି। ବନ୍ଧୁକଧାରୀ ପେଟୋନ୍‌ ଗେନ୍‌ଡ୍ରୋନ୍‌ ସେନା ପୋଷାକ ପିନ୍ଧି ବିଶେଷ କରି ମାର୍କେଟରେ ଦୋକାନ ଦେଇଥିବା କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରିଥିଲେ। ଆଶ୍ଚର୍ଯ୍ୟକର କଥା ହେଲା ସେ ୨ ମିନିଟ୍‌ ଧରି ଘଟଣାର ଲାଇଭ୍‌ ଷ୍ଟ୍ରିମିଂ କରିବା ସହ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଛି। ସେ କାହିଁକି ଏହି କାଣ୍ଡ ଘଟାଇଲେ ତାହା ଜଣାପଡ଼ି ନାହିଁ।
ଦୋକାନ ବାହାରେ ଥିବା ୪ ଜଣଙ୍କୁ ପ୍ରଥମେ ଗୁଳି କରିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ପେଟୋନ୍‌ଙ୍କୁ ରୋକିବାକୁ ପାଲଟା ଗୁଳି ଚଳାଇଥିଲେ ହେଁ ଅଭିଯୁକ୍ତଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଥିଲେ। ପରେ ଅଭିଯୁକ୍ତ ଦୋକାନଗୁଡ଼ିକ ଭିତରେ ପଶି ଅନ୍ୟମାନଙ୍କୁ ଗୁଳି କରିଥିଲେ। ଗତ ବର୍ଷ ମାର୍ଚ୍ଚରେ କଲୋରାଡୋ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

ଯୁବପିଢ଼ି ହାତରେ ବନ୍ଧୁକ

୨୦୧୯ ଜାନୁୟାରୀରୁ ୨୦୨୧ ଏପ୍ରିଲ ମଧ୍ୟରେ ବନ୍ଧୁକ ରଖିଥିବା ଯୁବବର୍ଗଙ୍କ ସଂଖ୍ୟା ବଢ଼ିଛି। ଗତ ଫେବୃୟାରୀରେ ପ୍ରକାଶିତ ଆନାଲ୍‌ସ ଅଫ୍‌ ଇଣ୍ଟରନାଲ ମେଡିସିନ୍‌ର ଏକ ସର୍ଭେ ରିପୋର୍ଟ ଅନୁସାରେ ଉକ୍ତ ସମୟ ମଧ୍ୟରେ ୭୫ ଲକ୍ଷ ପ୍ରାପ୍ତ ବୟସ୍କ ବନ୍ଧୁକ ରଖିବାର ଲାଇସେନ୍ସ ହାସଲ କରିଛନ୍ତି। ଆମେରିକାନ୍‌ ଏକାଡେମୀ ଅଫ୍‌ ପେଡିଆଟ୍ରିକ୍‌ର ଏକ ଅଧ୍ୟୟନ ଅନୁସାରେ କରୋନା ମହାମାରୀବେଳେ ବନ୍ଧୁକ କ୍ରେତାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତବର୍ଷ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁଳିକାଣ୍ଡ ଜନିତ ହିଂସାକୁ ‘ମହାମାରୀ’ ବୋଲି କହିଥିଲେ। ଦେଶରେ ଦିନକୁ ପ୍ରାୟ ୩୦୬ ଜଣ ଗୁଳିକାଣ୍ଡର ଶିକାର ହେଉଥିବାବେଳେ ୧୦୬ ଜଣଙ୍କ ମୃତ୍ୟୁ ଘଟୁଥିବା ସେ ସୂଚନା ଦେଇଥିଲେ। ଏଥିସହ ନ୍ୟାୟ ବିଭାଗକୁ ‘ଘୋଷ୍ଟ ଗନ୍‌’ ବିକ୍ରି ଉପରେ କଡ଼ା କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ…

ଭାରତ ପାଖରେ ଅଛି କେତେ ପରମାଣୁ ଅସ୍ତ୍ର, ଆସିଲା ନୂଆ ରିପୋର୍ଟ: ଚାଇନା-ପାକିସ୍ତାନକୁ ଲାଗିପାରେ ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୯।୬: ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଏକ ବିଶ୍ୱସ୍ତରୀୟ ସଂସ୍ଥା SIPRIର ଭାରତକୁ ନେଇ ଏଲକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଭାରତ ଅତିକମ୍‌ରେ ବ୍ୟବହାର ପାଇଁ ୧୨ଟି…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri