ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା ଘଟୁଥିବା କହିଥିଲେ। ବନ୍ଧୁକ ସଂସ୍କୃତି ପ୍ରତି ଖାମଖିଆଲ ମନୋଭାବ ଏବଂ ଆତ୍ମରକ୍ଷା ପାଇଁ ଏହା ଉପରେ ଅଧିକ ନିର୍ଭରଶୀଳତା ଯୋଗୁ ଅପରାଧ ବଢ଼ୁଥିବା ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ସେତେବେଳେ ଆମେରିକାରେ ପ୍ରାୟ ୯ କୋଟିରୁ ଊର୍ଦ୍ଧ୍ୱ ବନ୍ଧୁକ ଲୋକଙ୍କ ନିକଟରେ ରହିଥିଲା। ଏବେ ଏହି ସଂଖ୍ୟା କାହିଁ କେତେଗୁଣା ହୋଇଛି। ଫଳରେ ସାମାନ୍ୟ ଘଟଣାରେ ମଧ୍ୟ ଆମେରିକାବାସୀ ଏପରି କି କିଶୋରମାନେ ବନ୍ଧୁକ ଚଳାଉଥିବା ଦେଖାଯାଉଛି। ଘୃଣା ଅପରାଧ ବୃଦ୍ଧିରେ ବନ୍ଧୁକ ପ୍ରମୁଖ ମାଧ୍ୟମ ପାଲଟିଥିବାରୁ ଏହା ଉପରେ ନିୟନ୍ତ୍ରଣ ଆମେରିକା ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।

ଆମେରିକୀୟଙ୍କ ମୃତ୍ୟୁ ସାଧାରଣ ଘଟଣା ପାଲଟିଛି। ୧୯୬୮ରୁ ୨୦୧୭ ମଧ୍ୟରେ ଗୁଳି ବାଜି ମୃତ୍ୟୁ ଘଟିଥିବା ଲୋକ ସଂଖ୍ୟା ୧୫ ଲକ୍ଷ ରହିଛି, ଯାହାକି ୧୭୭୫ରେ ଆମେରିକାର ସ୍ବାଧୀନତା ସଂଗ୍ରାମର ଯୁଦ୍ଧ ପରଠାରୁ ସମସ୍ତ ସଂଘର୍ଷରେ ମୃତ୍ୟୁ ଘଟିଥିବା ସୈନ୍ୟଙ୍କ ତୁଳନାରେ ଯଥେଷ୍ଟ ଅଧିକ। ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌(ସିଡିସି) ତଥ୍ୟ ଅନୁସାରେ କେବଳ ୨୦୨୦ରେ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ୪୫ ହଜାର ଟପିଛି। ସେମାନଙ୍କ ମଧ୍ୟରେ ବନ୍ଧୁକ ଦ୍ୱାରା ଆତ୍ମହତ୍ୟା କରିଥିବା ଲୋକେ ମଧ୍ୟ ଅନ୍ତର୍ଭୁକ୍ତ। ରେକର୍ଡ ଅନୁସାରେ, ଗତ ୫ ବର୍ଷରେ ଏହି ମାମଲାରେ ୨୫% ବୃଦ୍ଧି ପାଇଛି। ୨୦୧୯ରେ ଗୁଳିରେ ୩୮,୩୫୫ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରୁ ୨୩,୯୪୧ ଆତ୍ମହତ୍ୟା କରିଥିବାବେଳେ ୧୪,୪୧୪ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦେଶରେ ମୋଟ ବନ୍ଧୁକ ମୃତ୍ୟୁ ମଧ୍ୟରୁ ୫୪% ଆତ୍ମହତ୍ୟା ମାମଲା ରହିଛି। ସୁଇଜରଲାଣ୍ଡର ଏକ ପ୍ରମୁଖ ରିସର୍ଚ୍ଚ ପ୍ରୋଜେକ୍ଟ ସ୍ମଲ ଆର୍ମ୍‌ସ ସର୍ଭେ ଅନୁଯାୟୀ, ୨୦୧୮ରେ ୩୯୦ ନିୟୁତ ବନ୍ଧୁକ ଆମେରିକାରେ ଘରୋଇ ଭାବେ ବ୍ୟବହାର ହେଉଛି। ୨୦୧୧ରେ ଆମେରିକାର ପ୍ରତି ୧୦୦ ନାଗରିକଙ୍କଠାରେ ୮୮ ବନ୍ଧୁକ ଥିବାବେଳେ ଏବେ ଏହି ଅନୁପାତ ବୃଦ୍ଧି ପାଇଛି। ଅର୍ଥାତ ପ୍ରତି ୧୦୦ ନାଗରିକଠାରେ ହାରାହାରି ୧୨୦ ବନ୍ଧୁକ ରହିଛି।

 

ନ୍ୟୁୟର୍କରେ ଗୁଳି: ୧୦ ନିହତ

ଆମେରିକାରେ ଘୃଣା ଅପରାଧର ତାଲିକା ଲମ୍ବି ଚାଲିଥିବାବେଳେ ଏଥିରେ ମୃତକ ଓ ପୀଡ଼ିତ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ନ୍ୟୁୟର୍କର ବଫାଲୋ ସହରରେ ଥିବା ଏକ ସୁପରମାର୍କେଟରେ ଜଣେ ୧୮ ବର୍ଷୀୟ କିଶୋରଙ୍କ ଆଖିବୁଜା ଗୁଳିରେ ୧୦ ଜଣଙ୍କ ଜୀବନ ଯାଇଛି। ଆଉ ୩ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଏହାକୁ ଘୃଣା ଅପରାଧ ଅଭିହିତ କରିଛି। ବନ୍ଧୁକଧାରୀ ପେଟୋନ୍‌ ଗେନ୍‌ଡ୍ରୋନ୍‌ ସେନା ପୋଷାକ ପିନ୍ଧି ବିଶେଷ କରି ମାର୍କେଟରେ ଦୋକାନ ଦେଇଥିବା କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରିଥିଲେ। ଆଶ୍ଚର୍ଯ୍ୟକର କଥା ହେଲା ସେ ୨ ମିନିଟ୍‌ ଧରି ଘଟଣାର ଲାଇଭ୍‌ ଷ୍ଟ୍ରିମିଂ କରିବା ସହ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଛି। ସେ କାହିଁକି ଏହି କାଣ୍ଡ ଘଟାଇଲେ ତାହା ଜଣାପଡ଼ି ନାହିଁ।
ଦୋକାନ ବାହାରେ ଥିବା ୪ ଜଣଙ୍କୁ ପ୍ରଥମେ ଗୁଳି କରିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ପେଟୋନ୍‌ଙ୍କୁ ରୋକିବାକୁ ପାଲଟା ଗୁଳି ଚଳାଇଥିଲେ ହେଁ ଅଭିଯୁକ୍ତଙ୍କ ଆକ୍ରମଣରେ ସେ ପ୍ରାଣ ହରାଇଥିଲେ। ପରେ ଅଭିଯୁକ୍ତ ଦୋକାନଗୁଡ଼ିକ ଭିତରେ ପଶି ଅନ୍ୟମାନଙ୍କୁ ଗୁଳି କରିଥିଲେ। ଗତ ବର୍ଷ ମାର୍ଚ୍ଚରେ କଲୋରାଡୋ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

ଯୁବପିଢ଼ି ହାତରେ ବନ୍ଧୁକ

୨୦୧୯ ଜାନୁୟାରୀରୁ ୨୦୨୧ ଏପ୍ରିଲ ମଧ୍ୟରେ ବନ୍ଧୁକ ରଖିଥିବା ଯୁବବର୍ଗଙ୍କ ସଂଖ୍ୟା ବଢ଼ିଛି। ଗତ ଫେବୃୟାରୀରେ ପ୍ରକାଶିତ ଆନାଲ୍‌ସ ଅଫ୍‌ ଇଣ୍ଟରନାଲ ମେଡିସିନ୍‌ର ଏକ ସର୍ଭେ ରିପୋର୍ଟ ଅନୁସାରେ ଉକ୍ତ ସମୟ ମଧ୍ୟରେ ୭୫ ଲକ୍ଷ ପ୍ରାପ୍ତ ବୟସ୍କ ବନ୍ଧୁକ ରଖିବାର ଲାଇସେନ୍ସ ହାସଲ କରିଛନ୍ତି। ଆମେରିକାନ୍‌ ଏକାଡେମୀ ଅଫ୍‌ ପେଡିଆଟ୍ରିକ୍‌ର ଏକ ଅଧ୍ୟୟନ ଅନୁସାରେ କରୋନା ମହାମାରୀବେଳେ ବନ୍ଧୁକ କ୍ରେତାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗତବର୍ଷ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁଳିକାଣ୍ଡ ଜନିତ ହିଂସାକୁ ‘ମହାମାରୀ’ ବୋଲି କହିଥିଲେ। ଦେଶରେ ଦିନକୁ ପ୍ରାୟ ୩୦୬ ଜଣ ଗୁଳିକାଣ୍ଡର ଶିକାର ହେଉଥିବାବେଳେ ୧୦୬ ଜଣଙ୍କ ମୃତ୍ୟୁ ଘଟୁଥିବା ସେ ସୂଚନା ଦେଇଥିଲେ। ଏଥିସହ ନ୍ୟାୟ ବିଭାଗକୁ ‘ଘୋଷ୍ଟ ଗନ୍‌’ ବିକ୍ରି ଉପରେ କଡ଼ା କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri