Posted inଜାତୀୟ

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୪।୯ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱନାଥସିଂ ବାଘେଲା ରାଜ୍ୟ ଯୁବକଂଗ୍ରେସ ଅଧ୍ୟକ୍ଷ ପଦରୁ ରବିବାର ଇସ୍ତଫା ଦେଇଛନ୍ତି। ସୋମବାର ରାହୁଲ ଅହମଦାବାଦ ଆସି ‘ଭାରତ ଯୋଡୋ ଯାତ୍ରା’ରେ ଯୋଗଦେବା ସହ ‘ପରିବର୍ତ୍ତନ ସଂକଳ୍ପ’ ସମ୍ମିଳନୀରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ରାହୁଲ ‘କଂଗ୍ରେସରେ ଯୋଗଦିଅ’ ଅଭିଯାନରେ ଆସୁଥିବାବେଳେ ତାଙ୍କ ଦଳରେ କଂଗ୍ରେସ ଛାଡ଼ ଅଭିଯାନ ଚାଲିଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ରୁତ୍‌ଭିଜ ପଟେଲ କହିଛନ୍ତି। ୩୫ ବର୍ଷୀୟ ବିଶ୍ୱନାଥସିଂ ଚଳିତ ବର୍ଷ ଜାନୁୟାରୀରେ ରାଜ୍ୟ ଯୁବକଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର...

ବିହାର ନିର୍ବାଚନ: ୯୪ ଆସନରେ ମଙ୍ଗଳବାର ମତଦାନ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ମତଦାନ ମଙ୍ଗଳବାର କରାଯିବ। ଏସବୁ ଆସନ ମଧ୍ୟରୁ ୫୦ ଏବେ ଏନ୍‌ଡ଼ିଏ ଦଖଲରେ ରହିଛି।...

ଲତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି: ୨୯ ଦିନ ହେବ ଭର୍ତ୍ତି ଅଛନ୍ତି ଆଇସିୟୁରେ

ମୁମ୍ବାଇ,୬ ।୨: ଭାରତ ରନ୍ନ, ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ସେ...

ସାତ ନମ୍ବର ସହ କ’ଣ ରହିଛି ନୀତୀଶଙ୍କର ସମ୍ପର୍କ

ପାଟନା,୧୨ ।୧୧: ବିହାରରେ ପୁଣିଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ଆଉ ସୁଶାସନ ବାବୁ ଭାବେ ପରିଚିତ ନୀତିଶ କୁମାର ଏଥର ବି ଶାସନ...

ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍‌ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହଁନ୍ତି’

ନୂଆଦିଲ୍ଲୀ,୧୯।୭: ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର...

ହିମାଳୟରେ ତରଳିବ ୮୫ ପ୍ରତିଶତ ବରଫ!

ଶ୍ରୀନଗର,୭।୮: ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଏହାର ପ୍ରଭାବ ଅନୁଭୁତ ହେବାକୁ ଯାଉଛି। ଏବେକାର ଜଳବାୟୁକୁ ଦେଖି ବିଶେଷଜ୍ଞମାନେ ଏହି ଅନୁମାନ...

୪ ସନ୍ତାନଙ୍କ ମା’ଙ୍କୁ ଭେଟିବାକୁ ଆସିଲେ ପ୍ରେମିକ: ବେଡ୍‌ରୁମ୍‌ରେ ଧରାପଡ଼ି ଖାଇଲେ ନିସ୍ତୁକ ମାଡ଼…

ପାଟନା, ୩୦।୮: ପ୍ରେମିକ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଶ୍ୱଶୁର ଘରକୁ ଆସି ହଟହଟା ହୋଇଛନ୍ତି। ପ୍ରେମିକା ୪ ସନ୍ତାନଙ୍କ ମା’। ଶ୍ୱଶୁର ଘର ଲୋକେ ପ୍ରେମିକଙ୍କୁ...

ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ବୃଦ୍ଧି

ନୂଆଦିଲ୍ଲୀ,୩ା୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ...

Advertisement
Archives

Model This Week