Posted inଜାତୀୟ

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ଜବତ ଡ୍ରଗ୍ସର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା ହେବ ବୋଲି ଏଟିଏସ୍‌ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁକ୍ତାର ହୁସେନ ଓରଫ ଜବ୍ବର ଜୋଡିୟା, ଶାମସୁଦ୍ଦିନ ହୁସେନ ଓ ଗୁଲାମ ହୁସେନ।

ହେରୋଇନ କାରବାର ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା। ଏନେଇ ପୋଲିସ ଏବଂ ଏଟିଏସ୍‌ କର୍ମଚାରୀ ମିଳିତ ଭାବେ ଏହି ଅପରେଶନ କରିଥିଲେ। ଅପରେଶନ ବେଳେ ଅଭିଯୁକ୍ତଙ୍କଠାରୁ ବିପୁର ପରିମାଣର ଡ୍ରଗ୍ସ ଜବତ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଗୁଜରାଟ ଏଟିଏସ୍‌ ଏକ ବିବୃତିରେ ଜାରି କରିଛି। ପାକିସ୍ତାନର ଏକ ବୋଟ ଯୋଗେ ସମୁଦ୍ର ପଥ ଦେଇ ହେରୋଇନ ଗୁଜୁରାଟକୁ ଆସିଛି। ଏହାକୁ ମୁକ୍ତାର ଓ ଗୁଲାମ ରିସିଭ କରିଥିଲେ। ଏହାକୁ ପାକିସ୍ତାନରେ ରହୁଥିବା ଜାହିଦ ବାସିର ବାଲୋଚ ପଠାଇଥିଲେ। ୨୦୧୯ରେ ୨୭୭ କେଜି ହେରୋଇନ ଜବତ ହେବା ଘଟଣାରେ ସେ ଅଭିଯୁକ୍ତ। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ସେ ପାକିସ୍ତାନରେ ରହିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ, ୨ ମାସ ତଳେ ଅଡାନୀ ଗ୍ରୁପ୍‌ ଦ୍ୱାରା ପରିଚାଳିତ ଗୁଜରାଟର ମାନ୍ଦ୍ରା ବନ୍ଦରରୁ ଏକ ଡ୍ରଗ୍ସ ଭର୍ତ୍ତି କଣ୍ଟେନର ଜବତ ହୋଇଥିଲା। ଏଥିରୁ ୩ ହଜାର କେଜି ଡ୍ରଗ୍ସ ମିଳିଥିଲା। ଏହାର ବଜାର ମୂଲ୍ୟ ୨୧ହଜାର କୋଟି ଟଙ୍କା ହେବ ବୋଲି ଏଟିଏସ୍‌ ଆକଳନ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri