Posted inଜାତୀୟ

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ଜବତ ଡ୍ରଗ୍ସର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା ହେବ ବୋଲି ଏଟିଏସ୍‌ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁକ୍ତାର ହୁସେନ ଓରଫ ଜବ୍ବର ଜୋଡିୟା, ଶାମସୁଦ୍ଦିନ ହୁସେନ ଓ ଗୁଲାମ ହୁସେନ।

ହେରୋଇନ କାରବାର ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା। ଏନେଇ ପୋଲିସ ଏବଂ ଏଟିଏସ୍‌ କର୍ମଚାରୀ ମିଳିତ ଭାବେ ଏହି ଅପରେଶନ କରିଥିଲେ। ଅପରେଶନ ବେଳେ ଅଭିଯୁକ୍ତଙ୍କଠାରୁ ବିପୁର ପରିମାଣର ଡ୍ରଗ୍ସ ଜବତ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଗୁଜରାଟ ଏଟିଏସ୍‌ ଏକ ବିବୃତିରେ ଜାରି କରିଛି। ପାକିସ୍ତାନର ଏକ ବୋଟ ଯୋଗେ ସମୁଦ୍ର ପଥ ଦେଇ ହେରୋଇନ ଗୁଜୁରାଟକୁ ଆସିଛି। ଏହାକୁ ମୁକ୍ତାର ଓ ଗୁଲାମ ରିସିଭ କରିଥିଲେ। ଏହାକୁ ପାକିସ୍ତାନରେ ରହୁଥିବା ଜାହିଦ ବାସିର ବାଲୋଚ ପଠାଇଥିଲେ। ୨୦୧୯ରେ ୨୭୭ କେଜି ହେରୋଇନ ଜବତ ହେବା ଘଟଣାରେ ସେ ଅଭିଯୁକ୍ତ। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ସେ ପାକିସ୍ତାନରେ ରହିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ, ୨ ମାସ ତଳେ ଅଡାନୀ ଗ୍ରୁପ୍‌ ଦ୍ୱାରା ପରିଚାଳିତ ଗୁଜରାଟର ମାନ୍ଦ୍ରା ବନ୍ଦରରୁ ଏକ ଡ୍ରଗ୍ସ ଭର୍ତ୍ତି କଣ୍ଟେନର ଜବତ ହୋଇଥିଲା। ଏଥିରୁ ୩ ହଜାର କେଜି ଡ୍ରଗ୍ସ ମିଳିଥିଲା। ଏହାର ବଜାର ମୂଲ୍ୟ ୨୧ହଜାର କୋଟି ଟଙ୍କା ହେବ ବୋଲି ଏଟିଏସ୍‌ ଆକଳନ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri