ସାବାଳକଙ୍କୁ ଟିକା ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍‌ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ଟିକା ନେବା ପାଇଁ କେନ୍ଦ୍ର ସରକାର ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ଘରୋଇ କୋଭିଡ୍‌ ଭାକ୍ସିନେଶନ ସେଣ୍ଟର (ସିଭିସି)ଗୁଡ଼ିକରେ ନିଜକୁ ପଞ୍ଜୀକୃତ କରାଇବାକୁ ହେବ। ସେମାନେ ଘରୋଇ ହସ୍ପିଟାଲ, ଶିଳ୍ପସଂସ୍ଥାରେ ଥିବା ହସ୍ପିଟାଲ, ଶିଳ୍ପ ସଂଘ ଆଦିରେ ପଞ୍ଜୀକରଣ କରାଇପାରିବେ। ମହଜୁଦ ପରିମାଣକୁ ଦେଖି ଯୋଗ୍ୟ ହିତାଧିକାରୀଙ୍କୁ ଟିକା ନେବା ତାରିଖ ସମ୍ପର୍କରେ ଜଣାଇଦିଆଯିବ। ୧୮ରୁ ୪୫ ବର୍ଷ ବୟସ ବର୍ଗର ଲୋକମାନେ ଟିକା ନେବା ଲାଗି ଘରୋଇ ହସ୍ପିଟାଲଗୁଡ଼ିକ ଅନ୍‌ଲାଇନ ପଞ୍ଜୀକରଣର ବ୍ୟବସ୍ଥା କରାଇବେ, ସିଭିସି ଷ୍ଟାଫ୍‌ଙ୍କୁ ଟିକାଦାନ, ଏହାର ପ୍ରତିକ୍ରିୟା, ପରିଚାଳନା ଏବଂ କୋଓ୍ବିନ୍‌ ବ୍ୟବହାର ସମ୍ପର୍କରେ ତାଲିମ ଦେବେ। ସିଭିସିରେ ଭିଡ଼ ପରିଚାଳନା ଲାଗି ସେମାନେ ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

କୋଭାକ୍ସିନ: ରାଜ୍ୟକୁ ୬୦୦,ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା

ଭାରତ ବାୟୋଟେକ୍‌ ଏହାର କୋଭାକ୍ସିନ ଟିକା ଦାମ୍‌ ଶନିବାର ଘୋଷଣା କରିଛି। ରାଜ୍ୟ ସରକାର ଡୋଜ୍‌ ପ୍ରତି ୬୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ୧,୨୦୦ ଟଙ୍କାରେ ଉକ୍ତ ଟିକା କିଣିପାରିବେ। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା ଯୋଗାଇ ଦିଆଯିବ। ଏହା ବ୍ୟତୀତ ୧୫ରୁ ୨୦ ଡଲାର (୧,୧୨୩ରୁ ୧,୪୯୮ ଟଙ୍କା) ରେ ବିଦେଶକୁ ରପ୍ତାନୀ କରାଯିବ ।
ମେ’ ୧ରୁ ସମସ୍ତ ସାବାଳକଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଥିବାବେଳେ ଟିକାକରଣ ନିୟମରେ ପରିବର୍ତ୍ତନ କରିଥିଲେ। ନୂଆ ନିୟମ ଅନୁଯାୟୀ ଉତ୍ପାଦିତ ଟିକାର ୫୦% କେନ୍ଦ୍ର ସରକାରଙ୍କୁ ଯୋଗାଇବା ପରେ ଅବଶିଷ୍ଟ ୫୦%କୁ କମ୍ପାନୀ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ ବିକ୍ରି କରିପାରିବ। ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହାର କୋଭିଶିଲ୍ଡ ଟିକା ଦର ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରିଥିଲା। ଏହା ସବୁଠୁ ମହଙ୍ଗା ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଛି। କୋଭିଶିଲ୍ଡ ସବୁଠୁ ଶସ୍ତା ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri