Posted inରାଜ୍ୟ

ରବିଧାନ ସଂଗ୍ରହ ପାଇଁ ମାର୍ଗଦର୍ଶିକା: ମେ’ ମାସ ପ୍ରଥମ ସପ୍ତାହରୁ ହେବ ସଂଗ୍ରହ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟର ୧୭ଟି ଜିଲାରେ ମେ’ ମାସ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରତ୍ୟେକ ସୋସାଇଟିର ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ଅନ୍‌ଲାଇନ୍‌ରେ ପି-ପାସ୍‌ ଓ ଆଗୁଆ ଟୋକନ ପ୍ରଦାନ ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଜିଲାପାଳଙ୍କ ଅନୁମୋଦନ କ୍ରମେ ସୋସାଇଟି ନିମନ୍ତେ ମିଲରମାନଙ୍କୁ ନିୟୋଜିତ କରିବେ। ମିଲରମାନେ ସଂଯୁକ୍ତ ହୋଇଥିବା ସୋସାଇଟିରୁ କେତେ ପରିମାଣର ଧାନ ଉଠାଣ କରିପାରିବେ ସେ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀମାନେ ଲକ୍ଷ୍ୟଧାର୍ଯ୍ୟ କରିବେ। ଏଥିସହିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କ ପାଇଁ ଧାନ ବିକ୍ରିର ସର୍ବୋଚ୍ଚ ସୀମା ଓ ମଣ୍ଡିର ଧାର୍ଯ୍ୟଲକ୍ଷ୍ୟ ସମ୍ପର୍କରେ ଅନ୍‌ଲାଇନ୍‌ ମାଧ୍ୟମରେ ସୂଚିତ କରାଯିବ। ଜିଲାସ୍ତରରେ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ସପ୍ତାହର କେଉଁ କେଉଁ ଦିବସରେ ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଚାଷୀମାନଙ୍କ ନିକଟକୁ ଧାନ ସଂଗ୍ରହ ବାବଦରେ ଏସ୍‌ଏମ୍‌ଏସ୍‌ ସୂଚନା ପ୍ରଦାନ କରାଯିବ। ଏଥିରେ ଚାଷୀମାନେ କେଉଁଦିନ କେତେ ପରିମାଣର ଧାନ ଆଣିବେ ସେ ସମ୍ପର୍କରେ ସୂଚିତ କରାଯାଇ ୭ ଦିନ ପୂର୍ବରୁ ଚାଷୀଙ୍କ ନିକଟକୁ ପ୍ରେରଣ କରାଯିବ। ୭୦ପ୍ରତିଶତ ଏସ୍‌ଏମ୍‌ଏସ୍‌ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏବଂ ୩୦ ପ୍ରତିଶତ ମଧ୍ୟମ ଓ ବୃହତ୍‌ ଚାଷୀମାନଙ୍କୁ ଏସ୍‌ଏମ୍‌ଏସ୍‌ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରବିଧାନ ସଂଗ୍ରହ ନିମନ୍ତେ ଏସ୍‌ଏମ୍‌ଏସ୍‌ର ୧୫ ଦିନ ପର୍ଯ୍ୟନ୍ତ ବୈଧତା ରହିବ। ଯଦି ଚାଷୀ ଏସ୍‌ଏମ୍‌ଏସ୍‌ ପାଇବାର ୭ ଦିନ ମଧ୍ୟରେ ମଣ୍ଡିକୁ ଧାନ ନ ଆଣିଲେ,ପରବର୍ତ୍ତୀ ୫ ଦିନ ମଧ୍ୟରେ ମଣ୍ଡିକୁ ଧାନ ଆଣିବା ପାଇଁ ମୋବାଇଲ୍‌ରେ ଆଉ ଏକ ମେସେଜ୍‌ ପଠାଯିବ। ଏହାଦ୍ୱାରା ଅସାଧୁ ବ୍ୟକ୍ତି ମଣ୍ଡିକୁ ଅନଧିକୃତ ଧାନ ଆଣିବା ଉପରେ ନଜର ରଖାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।
ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ଅଧିକ ରବିଧାନ ସଂଗ୍ରହ କରାଯାଇପାରିବ ସେ ଦିଗରେ ଅଗ୍ରାଧିକାର ଦିଆଯାଇଛି। ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ଅନୁପାଳନ କରି ସଂଗ୍ରହରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri