Odisha Elections 2024

‘ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ବାହାରେ ଫିଙ୍ଗନି’

ଭୁବନେଶ୍ୱର,୧୩।୫(ବ୍ୟୁରୋ): ୱାର୍ଡ ନମ୍ବର ୫୯ରେ ଶୁକ୍ରବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସାମନ୍ତରାପୁର ସରସ୍ବତୀ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ, ଗଙ୍ଗୁଆ ନାଳ ନିକଟରେ ଲୋକମାନେ ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ଫୋପାଡି ଦେଉଥିବାରୁ ସେ ଅଞ୍ଚଳରେ ଦୁର୍ଗନ୍ଧ ସହ ପରିବେଶ ନଷ୍ଟ ହେଉଛି। ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ଏଣେତେଣେ ନ ଫିଙ୍ଗି ବିଏମ୍‌ସିକୁ ଜଣାଇଲେ ତାହାକୁ ବିଏମ୍‌ସି ଉଠାଇ ନେବ ବୋଲି କମିଶନର କହିଥିଲେ। ଏଥିସହ ପରିମଳର ୨ଟି ମନ୍ତ୍ର ରାସ୍ତାରେ ଅଳିଆ ନ ପକାଇବା ଏବଂ ନିଜର ଅଳିଆକୁ ଓଦା ଶୁଖିଲା ଭାବେ ଅଲଗା କରି ବିଏମ୍‌ସି ସଫେଇ ଗାଡିକୁ ଦେବା ପାଇଁ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ଶ୍ରୀରାମ ନଗରରେ ଦୟା ୱେଷ୍ଟ କେନାଲର ଉନ୍ନତିକରଣ, ଶ୍ରୀରାମ ନଗରକୁ ମୋ ବସ୍‌ ଚଳାଚଳ, ଶ୍ରୀରାମ ନଗର ୨, ୩ ଓ ୪ ନମ୍ବର ଲେନ୍‌ ରାସ୍ତାର ଉନ୍ନତିକରଣ, ନିଗମ ବିହାରରେ ରାସ୍ତା ଓ ଡ୍ରେନର ଉନ୍ନତିକରଣ, ଗ୍ୟାରେଜ ଛକ ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥା, ପୁରୁଣା ଭୁବନେଶ୍ୱର ଓ କ୍ୟାପିଟାଲ ଭିତରେ ରହୁଥିବା ତାରତମ୍ୟକୁ ହ୍ରାସ କରିବା, ଗ୍ୟାରେଜ ଛକରୁ ମନ୍ଦିର ରାସ୍ତା ଚଉଡା କରିବା, ଗ୍ୟାରେଜ ଛକ ଅଞ୍ଚଳରେ ପାର୍କ କରିବା, ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟର କରିବା ଆଦି ବିଭିନ୍ନ ଦାବିକୁ ଓ୍ବାର୍ଡବାସୀ ଉପସ୍ଥାପନା କରାଯାଇଥିଲା। ସେହିପରି ଗୋଟିଏ ବର୍ଷ ମଧ୍ୟରେ ବିଏମ୍‌ସି ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା କାସା ଲିଭିଂରୁ ଶ୍ରୀରାମ ନଗର, ଶ୍ରୀରାମ ନଗର ଲେନ୍‌-୫, ଗାୟତ୍ରୀ ବସ୍ତି, ରବି ଟକିଜ୍‌ ଛକ ସାମନ୍ତରା କଲୋନୀ ଆଦିରେ ପେଭର ବ୍ଲକ ରାସ୍ତା ନିର୍ମାଣ ବିଭିନ୍ନ କାର୍ଯ୍ୟର ଚିଠା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ତଥା ବିଏମ୍‌ସି ପରିମଳ ଏବଂ ଜନସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, କାର୍ଯ୍ୟନର୍ବାହୀ ଯନ୍ତ୍ରୀ ରାମେଶ୍ୱରୀ ଦାସ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁରଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଶ୍ରୀରାମ ନଗର, ଗ୍ୟାରେଜ ଛକ, ନିଗମ ବିହାର, ଶାରଦା ମଠ, ସାମନ୍ତରାୟ କଲୋନୀ, ନୂଆଗାଁ, ଗୌରୀ ନଗର, କୋଟି ତୀର୍ଥ ଲେନ୍‌, ଅନନ୍ତ ବାସୁଦେବ, ସାମନ୍ତରା ପୁର ଆଦି ଅଞ୍ଚଳର ପ୍ରତିନିଧିଙ୍କ ସହ ବିଭିନ୍ନ ସାମାଜିକ ସଂଗଠନ ଓ ଏସ୍‌ଏଚ୍‌ଜି ଗ୍ରୁପର କମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ରାଜନୈତିକ ନୁହେଁ, ନ୍ୟାୟ ପାଇଁ ଲଢ଼େଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା)ପୁରୁଷ କମିଶନ ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାନସଭା ଆସନ ପାଇଁ...

ଟ୍ରେଣ୍ଡ୍‌ କରୁଛି ‘ବାଏ ବାଏ ପାଣ୍ଡିଆନ୍‌’, ‘ଓଡ଼ିଶା ଲଭ୍‌ସ ପାଣ୍ଡିଆନ୍‌’

ଭୁବନେଶ୍ୱର, ୧୯।୫ (ବନ୍ଦନା ସେଠୀ)୨୦୨୪ ସାଧାରଣ ନିର୍ବାଚନକୁ ନେଇ ଉଭୟ ବିଜେଡି ଏବଂ ଭାଜପା ନେତା ପରସ୍ପରକୁ ଦୋଷ ଲଦିବା ସହ କାଦୁଅ ଫିଙ୍ଗାଫିଙ୍ଗି ହେବା...

ଆଜି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯।୫(ଅସମାପିକା ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚତ୍ ରାଜଭବନରେ ରହିବେ। ୨୦ ତାରିଖ...

ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri