‘ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ବାହାରେ ଫିଙ୍ଗନି’

ଭୁବନେଶ୍ୱର,୧୩।୫(ବ୍ୟୁରୋ): ୱାର୍ଡ ନମ୍ବର ୫୯ରେ ଶୁକ୍ରବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସାମନ୍ତରାପୁର ସରସ୍ବତୀ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ, ଗଙ୍ଗୁଆ ନାଳ ନିକଟରେ ଲୋକମାନେ ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ଫୋପାଡି ଦେଉଥିବାରୁ ସେ ଅଞ୍ଚଳରେ ଦୁର୍ଗନ୍ଧ ସହ ପରିବେଶ ନଷ୍ଟ ହେଉଛି। ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ଏଣେତେଣେ ନ ଫିଙ୍ଗି ବିଏମ୍‌ସିକୁ ଜଣାଇଲେ ତାହାକୁ ବିଏମ୍‌ସି ଉଠାଇ ନେବ ବୋଲି କମିଶନର କହିଥିଲେ। ଏଥିସହ ପରିମଳର ୨ଟି ମନ୍ତ୍ର ରାସ୍ତାରେ ଅଳିଆ ନ ପକାଇବା ଏବଂ ନିଜର ଅଳିଆକୁ ଓଦା ଶୁଖିଲା ଭାବେ ଅଲଗା କରି ବିଏମ୍‌ସି ସଫେଇ ଗାଡିକୁ ଦେବା ପାଇଁ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ଶ୍ରୀରାମ ନଗରରେ ଦୟା ୱେଷ୍ଟ କେନାଲର ଉନ୍ନତିକରଣ, ଶ୍ରୀରାମ ନଗରକୁ ମୋ ବସ୍‌ ଚଳାଚଳ, ଶ୍ରୀରାମ ନଗର ୨, ୩ ଓ ୪ ନମ୍ବର ଲେନ୍‌ ରାସ୍ତାର ଉନ୍ନତିକରଣ, ନିଗମ ବିହାରରେ ରାସ୍ତା ଓ ଡ୍ରେନର ଉନ୍ନତିକରଣ, ଗ୍ୟାରେଜ ଛକ ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥା, ପୁରୁଣା ଭୁବନେଶ୍ୱର ଓ କ୍ୟାପିଟାଲ ଭିତରେ ରହୁଥିବା ତାରତମ୍ୟକୁ ହ୍ରାସ କରିବା, ଗ୍ୟାରେଜ ଛକରୁ ମନ୍ଦିର ରାସ୍ତା ଚଉଡା କରିବା, ଗ୍ୟାରେଜ ଛକ ଅଞ୍ଚଳରେ ପାର୍କ କରିବା, ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ସେଣ୍ଟର କରିବା ଆଦି ବିଭିନ୍ନ ଦାବିକୁ ଓ୍ବାର୍ଡବାସୀ ଉପସ୍ଥାପନା କରାଯାଇଥିଲା। ସେହିପରି ଗୋଟିଏ ବର୍ଷ ମଧ୍ୟରେ ବିଏମ୍‌ସି ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା କାସା ଲିଭିଂରୁ ଶ୍ରୀରାମ ନଗର, ଶ୍ରୀରାମ ନଗର ଲେନ୍‌-୫, ଗାୟତ୍ରୀ ବସ୍ତି, ରବି ଟକିଜ୍‌ ଛକ ସାମନ୍ତରା କଲୋନୀ ଆଦିରେ ପେଭର ବ୍ଲକ ରାସ୍ତା ନିର୍ମାଣ ବିଭିନ୍ନ କାର୍ଯ୍ୟର ଚିଠା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ତଥା ବିଏମ୍‌ସି ପରିମଳ ଏବଂ ଜନସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, କାର୍ଯ୍ୟନର୍ବାହୀ ଯନ୍ତ୍ରୀ ରାମେଶ୍ୱରୀ ଦାସ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁରଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଶ୍ରୀରାମ ନଗର, ଗ୍ୟାରେଜ ଛକ, ନିଗମ ବିହାର, ଶାରଦା ମଠ, ସାମନ୍ତରାୟ କଲୋନୀ, ନୂଆଗାଁ, ଗୌରୀ ନଗର, କୋଟି ତୀର୍ଥ ଲେନ୍‌, ଅନନ୍ତ ବାସୁଦେବ, ସାମନ୍ତରା ପୁର ଆଦି ଅଞ୍ଚଳର ପ୍ରତିନିଧିଙ୍କ ସହ ବିଭିନ୍ନ ସାମାଜିକ ସଂଗଠନ ଓ ଏସ୍‌ଏଚ୍‌ଜି ଗ୍ରୁପର କମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ମେରିକମ୍‌ଙ୍କୁ ପଛରେ ପକାଇ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?