ପୂର୍ବତନ ମନ୍ତ୍ରୀଙ୍କ ଅବଦାନକୁ ମନେ ପକାଇଲେ ଅତିଥି, ଜିଲା ଗଠନରେ…

ନୂଆପଡ଼ା,୧୫ା୭(ମକାରୁ ବେମାଲ): ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଳୟଠାରେ ବୁଧବାର ସ୍ବର୍ଗୀୟ ଜନନେତା ପୂର୍ବତନ ମନ୍ତ୍ରୀ ଘାସିରାମ ମାଝିଙ୍କ ୧୦୨ତମ ଜନ୍ମତିଥି ପାଳିତ ହୋଇଯାଇଛି। ନୂଆପଡ଼ା ଏକତା ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ଦାୟାଦ ସରୋଜିନୀ ମାଝିଙ୍କ ଆବାହନ କ୍ରମେ ସ୍ମୃୃତି ସଭା ଅନୁଷ୍ଠିତ ହୋଇଥିଲା।

ଘାସିରାମ ମାଝି ସ୍ମୃତି ପରିଷଦ ସଭାପତି ପ୍ରସନ୍ନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି, ଜିଲାପାଳ ମଧୁସୂଦନ ଦାଶ ସ୍ବତନ୍ତ୍ର ଅତିଥି, ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମସିଂ ମାଝି, ନ୍ୟାଶନାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ପ୍ରାକ୍ତନ ଇଂରାଜୀ ଅଧ୍ୟାପକ କେଶବ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ସ୍ବର୍ଗତ ମାଝି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ୩ ଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ପଦ ପାଇ କାର୍ଯ୍ୟ ତୁଲାଇଛନ୍ତି।

୧୯୯୩ରେ ନୂଆପଡ଼ାକୁ ନୂତନ ଜିଲା ଗଠନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଅନ୍ୟ ଅତିଥିମାନେ ମଧ୍ୟ ସ୍ବର୍ଗତ ମାଝିଙ୍କ ଅବଦାନକୁ ମନେ ପକାଇଥିଲେ। ଭାରତ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ାରେ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କଲେଜ ନ ଥିଲା। ସ୍ବର୍ଗତ ମାଝି ୧୮ ଏକର ଜମି ଦାନ କରି ୧୯୭୮ରେ ନ୍ୟାଶନାଲ କଲେଜ ଆରମ୍ଭ କରିଥିଲେ। ତାଙ୍କ ମନ୍ତ୍ରୀତ୍ୱ କାଳରେ ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡା, ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା, ଆଇପଲା ଜଳସେଚନ ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ବର୍ଗତ ମାଝିଙ୍କ ଅନ୍ତରଙ୍ଗ ବନ୍ଧୁ ଟାନୱାଟ ଗଁାର ବିହାରୀ ଲାଲ ବିଶ୍ୱାଳଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ପ୍ରବୋଧ ହୋତା, ବିଶିଷ୍ଟ କବି ବାସୁଦେବ ସୁନାନୀ, ଆଦିବାସୀ ନେତା ସୋମନାଥ ଖମାରୀ, ବାଳକୃଷ୍ଣ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନ୍ୟାଶନାଲ କଲେଜ ଅଧ୍ୟକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ଫୁଟାଇ ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ସିଂହପୁର,୧୫।୭(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଘଣ୍ଟିଆଳି ପୋଲ ନିକଟରେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ଲେଫ୍ରିପଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଦୋଷୀଙ୍କୁ ୨୦ ବର୍ଷ…

ସୁନ୍ଦରଗଡ,୧୫ା୭(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଅତିରିକ୍ତ ଜିଲା ଦୌରାଜଜ ତଥା ପକ୍ସୋ କୋର୍ଟ ର ପ୍ରିଜାଇଡିଂ ଅଫିସର ଜ୍ଞାନ ରଞ୍ଜନ ପଟ୍ଟନାୟକ୨୦୨୩ ମସିହାରେ ଲେଫ୍ରିପଡା ଥାନା ଅଞ୍ଚଳରେ…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ପରିଚୟ ଦେଇ ନେଇ ଚାଲିଥିଲେ ଟଙ୍କା, ଏମିତି ପଡ଼ିଲେ ଧରା…

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ଠକେଇ ମାମଲାରେ ଜଣେ ନକଲି ରେଳ ଅଧିକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ରାଜ…

ପଶ୍ଚିମବଙ୍ଗରେ ବଦଳିଲା ଚିତ୍ର: ଦୀର୍ଘ ୨ ଦଶନ୍ଧି ପରେ କୋଲକାତା ଫେରୁଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ୍

କୋଲକାତା, ୧୫।୭: ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଏବେ ସେଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅନେକ ପୁରୁଣା ବ୍ୟବସ୍ଥାର ଅନ୍ତ ଘଟୁଥିବା ବେଳେ କେତେକ ନୂଆ…

ବିସ୍ଥାପିତ ନୀତି ତୁରନ୍ତ କାର୍ଯ୍ୟକାରୀ ଦାବି, ନଚେତ୍‌ କମ୍ପାନୀ ବିରୋଧରେ ହେବ ବିରାଟ ଆନ୍ଦୋଳନ

ଛତ୍ରପୁର,୧୫ା୭(ଦିଲ୍ଲୀପ ସାମଲ): ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁନିର୍ବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁରସ୍ଥିତ ଆର୍‌ଡିସିଙ୍କ…

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

ଛେଳି ଚରାଳିଙ୍କୁ ମାରି ଖାଇଥିଲା ଭାଲୁ, ଶେଷରେ ନିଜେ ମଲା

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମୀ ଶ୍ମଶାନରୁ ବନ ବିଭାଗ ଦ୍ୱାରା କାବୁ ହୋଇଥିବା ରକ୍ତମୁଖା ନରହନ୍ତା ଭାଲୁର ବିଳମ୍ବିତ ରାତିରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri