ବିଜୁ ଜୟନ୍ତୀରେ ଅତିଥିଙ୍କ ଟିପ୍ପଣୀ ଚର୍ଚ୍ଚାରେ

ପାରାଦୀପ,୭।୩(ସ୍ବ.ପ୍ର.):ପାରାଦୀପରେ ରବିବାର ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ସେଥିରେ ଯୋଗଦେଇଥିବା ନେତାଙ୍କ ବୟାନ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ। ସଭାରେ ସୌମ୍ୟରଞ୍ଜନ ଦେଇଥିବା ଟିପ୍ପଣୀକୁ ନେଇ ରାଜନୀତି ସରଗରମ ହୋଇଛି। ଯେପରି ଅଜାଙ୍କ ନିଶ ଥିଲା, ମୋର ନାହିଁ। ବିଜୁଙ୍କ ନାମରେ ଦଳ ୨୨ ବର୍ଷ ହେଲା ମହୁ ଖାଇ ଚାଲିଛି। କେତେଦିନ ଏମିତି ଚାଲିଥିବ ବୋଲି ସେ କହିଛନ୍ତି। ସେହିପରି ଦାମୋଦର ରାଉତ କହିଥିଲେ, ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ବଦଳରେ ଏବେ ବିଜେଡି ନବୀନ ଓଡ଼ିଶା କରିବା ପାଇଁ ପ୍ରୟାସ ଚଳାଇଛି। ଏଭଳି ଟିପ୍ପଣୀକୁ ନେଇ ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ କୁହନ୍ତି, ନବୀନ ବାବୁଙ୍କୁ ଓଡ଼ିଶାର ଲୋକ ଭଲ ପାଉଛନ୍ତି। ନୂତନ ଓଡ଼ିଶା ହେଉ ଅବା ନବୀନ ଓଡ଼ିଶା କହିବାରେ ଅସୁବିଧା କେଉଁଠି। ବିଧାୟକ ସୌମ୍ୟରଞ୍ଜନଙ୍କୁ ଯଦି ଏହା ଭଲ ଲାଗୁନାହିଁ ତା ହେଲେ ସେ ବିଜେଡିକୁ ଆସିଲେ କାହିଁକି। ଦାମଙ୍କ ପ୍ରସଙ୍ଗରେ କହିଥିଲେ, ଦଳରୁ ଯିବା ପରେ ସେ ପ୍ରସଙ୍ଗକୁ ଅପ୍ରସଙ୍ଗ ଭଳି କଥା କହୁଛନ୍ତି।
ପାରାଦୀପରେ ସମ୍ପ୍ରତି ବିଜେଡିର ଶୀତଳ ବିବାଦ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ସମ୍ବିତ ରାଉତରାୟ ବିଧାୟକ ଟିକେଟ ପାଇଁ ଦାବିଦାର ଥିଲେ। ଶେଷରେ ସମ୍ବିତଙ୍କୁ ଟିକେଟ ମିଳିଥିଲା। ନିର୍ବାଚନ ପରଠାରୁ ବିଧାୟକ ସମ୍ବିତ ଓ ପୌରାଧ୍ୟକ୍ଷ ବସନ୍ତ ଅଲଗା ଭାବେ ନିଜ ସମର୍ଥକଙ୍କ ଜରିଆରେ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏପରିକି ଗତବର୍ଷ ପୌର ନିର୍ବାଚନ ସମୟରେ ସେମାନେ ନିଜ ସମର୍ଥକଙ୍କୁ ଦଳୀୟ ଓ ସ୍ବାଧୀନ ଭାବେ ପ୍ରାର୍ଥୀ କରାଇଥିଲେ। ରବିବାର ବିଜୁ ଜୟନ୍ତୀ ମଧ୍ୟ ସେଭଳି ହୋଇଥିଲା। ବସନ୍ତ ଦଳୀୟ ବ୍ୟାନରରେ ଅଠରବାଙ୍କୀରେ ଏବଂ ସମ୍ବିତ ସାରେ ନୂଆବଜାରସ୍ଥିତ ଟ୍ରଷ୍ଟ ଅଫିସ୍‌ ପରିସରରେ ଏହି ଜୟନ୍ତୀ ପାଳନ କରିଥିଲେ। ଟ୍ରଷ୍ଟ ଅଫିସ୍‌ରେ ଆୟୋଜିତ ସଭାକୁ ବସନ୍ତ ନ ଆସିବା ଘଟଣାରେ ବିଧାୟକ ସମ୍ବିତ କୁହନ୍ତି, ପାରାଦୀପ ମାଟି ବିଜୁ ବାବୁଙ୍କର। ଏଠାରେ ଜୟନ୍ତୀ ପାଳନ ବେଳେ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେବାକଥା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?