ଅତିଥି ପରିଚୟ

ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା ସମ୍ପର୍କିତ ସୂଚନା ପ୍ରଦାନ ପରେ ସଭାମଣ୍ଡନ କରୁଥିବା ଆମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯିବା ବିଧି ରହିଛି। କାରଣ ଶାସ୍ତ୍ର କହୁଛି,‘ଅତିଥି ଦେବୋ ଭବ’। ଅତିଥି ଦେବତା କିମ୍ବା ଦେବତା ସମାନ। ତେଣୁ ଅତିଥି ଅର୍ଚ୍ଚନା ଓ ଅତିଥି ପରିଚୟ ପ୍ରଦାନ ଶାସ୍ତ୍ରାନୁମୋଦିତ।
ସ୍ବନାମଧନ୍ୟ ସାହିତି୍ୟକ (ଯିଏ ନିଜ ଅନୁଷ୍ଠାନର ପ୍ରାୟ ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନକୁ ନିଜର ଜାଗିରିଦାରି ବୋଲି ମନେକରନ୍ତି) ଡ. ବାବୁଲାଲ ସୁବୁଦ୍ଧି ଓରଫ ବାବୁଲିବାବୁଙ୍କ ମତରେ, ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ, ସଭାର ଶୋଭାବର୍ଦ୍ଧନକାରୀ ଅଳଙ୍କାର,ପ୍ରଚଳିତ ବ୍ୟବସ୍ଥା ଓ ଚଳନ୍ତି ସମ୍ବିଧାନ! ଅତିଥି ପରିଚୟ ପ୍ରଦାନ ବିନା ସଭା ଶୁଷ୍କ ଓ ଶ୍ରୀହୀନ ଲାଗେ!
ବାବୁଲିବାବୁଙ୍କର ଏ ଉକ୍ତିକୁ ଅବଶ୍ୟ ନୋଟ୍‌ କରାଯାଇପାରେ। କାରଣ ସେ ଏ କାର୍ଯ୍ୟରେ ବେଶ୍‌ ଧୁରୀଣ। ଦୀର୍ଘବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ଏ କାର୍ଯ୍ୟରେ ନିଜକୁ ନିୟୋଜିତକରି ଆସୁଛନ୍ତି ଏବଂ ଜଣେ ପେସାଦାର ଅତିଥି ପରିଚୟ ପ୍ରଦାନକାରୀ ଭାବରେ ସବୁ ମହଲରେ ପ୍ରଶଂସିତ ହୋଇଆସୁଛନ୍ତି। ଅବଶ୍ୟ ଏକଥା ନିରାଟ ସତ୍ୟ ଯେ, ସଭାରେ କେତେଜଣ ଶ୍ରୋତା, ଅତିଥି ପରିଚୟ ପ୍ରଦାନ ସମ୍ପର୍କିତ ଭାଷଣକୁ ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି। କାରଣ, ସେମାନେ ଆମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ ଆଗରୁ ସେତେଟା ଜାଣି ନ ଥାନ୍ତି। ଅତିଥି ପରିଚୟ ପ୍ରଦାନକାରୀ ଯେତେବେଳେ ଅତିଥିଙ୍କ ପରିଚୟ ପ୍ରଦାନ କରନ୍ତି, ସେତେବେଳେ ସେମାନେ ବୁଝନ୍ତି ଓ ଜାଣନ୍ତି; କିଏ କ’ଣ ବୋଲି !
ତେବେ ଅତିଥି ପରିଚୟ ପ୍ରଦାନକୁ ଏକ ନିରୋଳା ପ୍ରହସନ ବୋଲି ବିବେଚନା କରୁଥିବା ବିଶିଷ୍ଟ ସ୍ତମ୍ଭକାର ନିଧିନାରାୟଣ ପଶାୟତ କହନ୍ତି, ”ହେଃ ହେଃ, ଇଏ ତ ଆରମ୍ଭରୁ ତୈଳମର୍ଦ୍ଦନ!“ ନିଧିନାରାୟଣବାବୁଙ୍କର ଏ ମତ ଆଦୌ ଅମୂଳକ କି ଅବାସ୍ତବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ହାସ୍ୟାସ୍ପଦର ବିଷୟ ଯେ, ଆମନ୍ତ୍ରିତ ଅତିଥିମାନେ ନିଜ ନିଜର କୃତି ଓ ବ୍ୟକ୍ତିତ୍ୱ କ୍ଷେତ୍ରରେ ଯାହା ନୁହନ୍ତି, ସେମାନଙ୍କ ସମ୍ପର୍କରେ ଅତିରଞ୍ଜିତ ଓ କପୋଳକଳ୍ପିତ ପରିଚୟ ପ୍ରଦାନକୁ ସେମାନେ ମନଧ୍ୟାନର ସହ ଶୁଣି କିଛି ସମୟ ପାଇଁ ଆତ୍ମତୃପ୍ତିରେ ଫୁଲିଯାଉଥିବାର ସଚିତ୍ର ପ୍ରମାଣ ସେମାନଙ୍କର ଆଭାମଣ୍ଡିତ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇପଡ଼େ।
ଏକ ସାହିତ୍ୟ ସଭାରେ ମୁଁ ଥିଲି ସମ୍ମାନନୀୟ ଅତିଥି। ମୋ ପରିଚୟ ପ୍ରଦାନ ଦେବାକୁ ଯାଇ ପରିଚୟ ପ୍ରଦାନକାରୀ ମହାଶୟ କହିଲେ, ଆଜିର ଏ ମନୋଜ୍ଞ ସାହିତ୍ୟ ସଭାରେ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଛନ୍ତି ଡ. ରାଧାଶ୍ୟାମ ରାଉଳ। ଡ. ରାଉଳ ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ପରିଚିତ। ଏଥିସହ ଆଉ କିଛି ଅନାବନା,ଏଣୁତେଣୁ ଶବ୍ଦାବଳୀ ମୋ ପରିଚୟ ସହ ଯୋଡ଼ି ସେ ତାଙ୍କର ଅନର୍ଗଳ ବକ୍ତବ୍ୟ ପ୍ରଦାନକଲେ। ସେ ମହାଶୟଙ୍କ ଦ୍ୱାରା ମୋ ପରିଚୟ ପ୍ରଦାନ ମୋତେ ବେଖାପ ଓ ଅତିଶୟୋକ୍ତି ଲାଗିଲା। ମୋତେ ଲାଗୁଥିଲା,ମୁଁ ନିଜକୁ ନିଜେ ହୁଏତ ଚିହ୍ନିପାରୁ ନ ଥିଲି କି ଜାଣିପାରୁ ନ ଥିଲି ସେବେଳରେ। ଆଶ୍ଚର୍ଯ୍ୟ ହେଉଥିଲି; ମୁଁ କ’ଣ ସତରେ ୟା’ଭିତରେ ଡକ୍ଟରେଟ ଲାଭକରି ସାଧାରଣ ରାଧାଶ୍ୟାମରୁ ଡକ୍ଟର ରାଧାଶ୍ୟାମ ହୋଇଯାଇଥିଲି! ବୟସ ପଞ୍ଚାବନ ଟପିଥିଲେ ବି ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ମୋ ପରିଚୟ ପ୍ରଦାନକୁ ମୁଁ ସହଜରେ ହଜମ କରିପାରୁ ନ ଥିଲି। ମୋ ନିରଳସ ସୃଜନକର୍ମ ବିରୋଧରେ ଏହା ରୀତିମତ ଷଡ଼ଯନ୍ତ୍ର ବୋଲି ସେବେଳରେ ମନେକରି ପ୍ରମାଦ ଗଣୁଥିଲି। ଅତିଥି ପରିଚୟ ପ୍ରଦାନ ନାଁରେ ଅତିଶୟୋକ୍ତି, ଅତିରଞ୍ଜିତ,ଅବାସ୍ତବ ପ୍ରଶଂସାଗାନ ନିହାତି ଭାବରେ ବନ୍ଦହେବା ଉଚିତ। ଅତିଥି ପରିଚୟ ପ୍ରଦାନ କେମିତି ହେବା ଉଚିତ, କେଉଁ ଶବ୍ଦାବଳୀ ସେମାନଙ୍କ ପାଇଁ ପ୍ରଯୁଜ୍ୟ,ସେନେଇ ଏକ କର୍ମଶାଳାର ଆବଶ୍ୟକତା ରହିଛି।
ମର୍କତନଗର, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?