ଅତିଥି ପରିଚୟ

ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା ସମ୍ପର୍କିତ ସୂଚନା ପ୍ରଦାନ ପରେ ସଭାମଣ୍ଡନ କରୁଥିବା ଆମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯିବା ବିଧି ରହିଛି। କାରଣ ଶାସ୍ତ୍ର କହୁଛି,‘ଅତିଥି ଦେବୋ ଭବ’। ଅତିଥି ଦେବତା କିମ୍ବା ଦେବତା ସମାନ। ତେଣୁ ଅତିଥି ଅର୍ଚ୍ଚନା ଓ ଅତିଥି ପରିଚୟ ପ୍ରଦାନ ଶାସ୍ତ୍ରାନୁମୋଦିତ।
ସ୍ବନାମଧନ୍ୟ ସାହିତି୍ୟକ (ଯିଏ ନିଜ ଅନୁଷ୍ଠାନର ପ୍ରାୟ ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନକୁ ନିଜର ଜାଗିରିଦାରି ବୋଲି ମନେକରନ୍ତି) ଡ. ବାବୁଲାଲ ସୁବୁଦ୍ଧି ଓରଫ ବାବୁଲିବାବୁଙ୍କ ମତରେ, ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ, ସଭାର ଶୋଭାବର୍ଦ୍ଧନକାରୀ ଅଳଙ୍କାର,ପ୍ରଚଳିତ ବ୍ୟବସ୍ଥା ଓ ଚଳନ୍ତି ସମ୍ବିଧାନ! ଅତିଥି ପରିଚୟ ପ୍ରଦାନ ବିନା ସଭା ଶୁଷ୍କ ଓ ଶ୍ରୀହୀନ ଲାଗେ!
ବାବୁଲିବାବୁଙ୍କର ଏ ଉକ୍ତିକୁ ଅବଶ୍ୟ ନୋଟ୍‌ କରାଯାଇପାରେ। କାରଣ ସେ ଏ କାର୍ଯ୍ୟରେ ବେଶ୍‌ ଧୁରୀଣ। ଦୀର୍ଘବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ଏ କାର୍ଯ୍ୟରେ ନିଜକୁ ନିୟୋଜିତକରି ଆସୁଛନ୍ତି ଏବଂ ଜଣେ ପେସାଦାର ଅତିଥି ପରିଚୟ ପ୍ରଦାନକାରୀ ଭାବରେ ସବୁ ମହଲରେ ପ୍ରଶଂସିତ ହୋଇଆସୁଛନ୍ତି। ଅବଶ୍ୟ ଏକଥା ନିରାଟ ସତ୍ୟ ଯେ, ସଭାରେ କେତେଜଣ ଶ୍ରୋତା, ଅତିଥି ପରିଚୟ ପ୍ରଦାନ ସମ୍ପର୍କିତ ଭାଷଣକୁ ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି। କାରଣ, ସେମାନେ ଆମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ ଆଗରୁ ସେତେଟା ଜାଣି ନ ଥାନ୍ତି। ଅତିଥି ପରିଚୟ ପ୍ରଦାନକାରୀ ଯେତେବେଳେ ଅତିଥିଙ୍କ ପରିଚୟ ପ୍ରଦାନ କରନ୍ତି, ସେତେବେଳେ ସେମାନେ ବୁଝନ୍ତି ଓ ଜାଣନ୍ତି; କିଏ କ’ଣ ବୋଲି !
ତେବେ ଅତିଥି ପରିଚୟ ପ୍ରଦାନକୁ ଏକ ନିରୋଳା ପ୍ରହସନ ବୋଲି ବିବେଚନା କରୁଥିବା ବିଶିଷ୍ଟ ସ୍ତମ୍ଭକାର ନିଧିନାରାୟଣ ପଶାୟତ କହନ୍ତି, ”ହେଃ ହେଃ, ଇଏ ତ ଆରମ୍ଭରୁ ତୈଳମର୍ଦ୍ଦନ!“ ନିଧିନାରାୟଣବାବୁଙ୍କର ଏ ମତ ଆଦୌ ଅମୂଳକ କି ଅବାସ୍ତବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ହାସ୍ୟାସ୍ପଦର ବିଷୟ ଯେ, ଆମନ୍ତ୍ରିତ ଅତିଥିମାନେ ନିଜ ନିଜର କୃତି ଓ ବ୍ୟକ୍ତିତ୍ୱ କ୍ଷେତ୍ରରେ ଯାହା ନୁହନ୍ତି, ସେମାନଙ୍କ ସମ୍ପର୍କରେ ଅତିରଞ୍ଜିତ ଓ କପୋଳକଳ୍ପିତ ପରିଚୟ ପ୍ରଦାନକୁ ସେମାନେ ମନଧ୍ୟାନର ସହ ଶୁଣି କିଛି ସମୟ ପାଇଁ ଆତ୍ମତୃପ୍ତିରେ ଫୁଲିଯାଉଥିବାର ସଚିତ୍ର ପ୍ରମାଣ ସେମାନଙ୍କର ଆଭାମଣ୍ଡିତ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇପଡ଼େ।
ଏକ ସାହିତ୍ୟ ସଭାରେ ମୁଁ ଥିଲି ସମ୍ମାନନୀୟ ଅତିଥି। ମୋ ପରିଚୟ ପ୍ରଦାନ ଦେବାକୁ ଯାଇ ପରିଚୟ ପ୍ରଦାନକାରୀ ମହାଶୟ କହିଲେ, ଆଜିର ଏ ମନୋଜ୍ଞ ସାହିତ୍ୟ ସଭାରେ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଛନ୍ତି ଡ. ରାଧାଶ୍ୟାମ ରାଉଳ। ଡ. ରାଉଳ ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ପରିଚିତ। ଏଥିସହ ଆଉ କିଛି ଅନାବନା,ଏଣୁତେଣୁ ଶବ୍ଦାବଳୀ ମୋ ପରିଚୟ ସହ ଯୋଡ଼ି ସେ ତାଙ୍କର ଅନର୍ଗଳ ବକ୍ତବ୍ୟ ପ୍ରଦାନକଲେ। ସେ ମହାଶୟଙ୍କ ଦ୍ୱାରା ମୋ ପରିଚୟ ପ୍ରଦାନ ମୋତେ ବେଖାପ ଓ ଅତିଶୟୋକ୍ତି ଲାଗିଲା। ମୋତେ ଲାଗୁଥିଲା,ମୁଁ ନିଜକୁ ନିଜେ ହୁଏତ ଚିହ୍ନିପାରୁ ନ ଥିଲି କି ଜାଣିପାରୁ ନ ଥିଲି ସେବେଳରେ। ଆଶ୍ଚର୍ଯ୍ୟ ହେଉଥିଲି; ମୁଁ କ’ଣ ସତରେ ୟା’ଭିତରେ ଡକ୍ଟରେଟ ଲାଭକରି ସାଧାରଣ ରାଧାଶ୍ୟାମରୁ ଡକ୍ଟର ରାଧାଶ୍ୟାମ ହୋଇଯାଇଥିଲି! ବୟସ ପଞ୍ଚାବନ ଟପିଥିଲେ ବି ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ମୋ ପରିଚୟ ପ୍ରଦାନକୁ ମୁଁ ସହଜରେ ହଜମ କରିପାରୁ ନ ଥିଲି। ମୋ ନିରଳସ ସୃଜନକର୍ମ ବିରୋଧରେ ଏହା ରୀତିମତ ଷଡ଼ଯନ୍ତ୍ର ବୋଲି ସେବେଳରେ ମନେକରି ପ୍ରମାଦ ଗଣୁଥିଲି। ଅତିଥି ପରିଚୟ ପ୍ରଦାନ ନାଁରେ ଅତିଶୟୋକ୍ତି, ଅତିରଞ୍ଜିତ,ଅବାସ୍ତବ ପ୍ରଶଂସାଗାନ ନିହାତି ଭାବରେ ବନ୍ଦହେବା ଉଚିତ। ଅତିଥି ପରିଚୟ ପ୍ରଦାନ କେମିତି ହେବା ଉଚିତ, କେଉଁ ଶବ୍ଦାବଳୀ ସେମାନଙ୍କ ପାଇଁ ପ୍ରଯୁଜ୍ୟ,ସେନେଇ ଏକ କର୍ମଶାଳାର ଆବଶ୍ୟକତା ରହିଛି।
ମର୍କତନଗର, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri