ନିଶ୍ଚିତ ରୋଜଗାର ଯୋଜନା

ସହଦେବ ସାହୁ

 

ଗତ ଲେଖା ‘ବଜେଟ- ମୁଣ୍ଡପିଛା ୬୦ ହଜାର ଟଙ୍କା’ରେ ମୁଁ ଧାରଣା ଦେଇଥିଲି- ବର୍ତ୍ତମାନ ବିପିଏଲ୍‌ ଓ ଏପିଏଲ୍‌ ତାଲିକାରେ ଥିବା ଆମ ରାଜ୍ୟର ପ୍ରାୟ ୨ କୋଟି ୨୦ ଲକ୍ଷ ଗରିବ (ପ୍ରାୟ ୫୫ ଲକ୍ଷ ପରିବାର)ଙ୍କୁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଦେଲେ ଗରିବୀ ହଟିଯିବ ଓ ‘ଓଡ଼ିଶା ରାଜ୍ୟ ପ୍ରଶାସନ’ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିପାରିବ। ଏ ଏକ ୟୁଟୋପିଆ (ପରୀରାଇଜ କାହାଣୀ) ବୋଲି କେତେକ ପ୍ରଶ୍ନ କରିଛନ୍ତି ତ ନବନିର୍ମାଣ କୃଷକ ମଞ୍ଚ ପ୍ରଶ୍ନ କରିଛି ରାଜ୍ୟର ବିକାଶ ବିଶେଷତଃ ଜଳକଷ୍ଟ (ଉଭୟ ଚାଷ ଓ ପାନୀୟ)ପାଇଁ ଯଥେଷ୍ଟ ପଇସା ବଳିବ ତ! ବର୍ତ୍ତମାନର ‘ଫ୍ରିବି’ ସରକାର ତ ମହାନଦୀକୁ ଶୁଖାଇଦେଲେଣି! ମୁଁ ଯେଉଁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ବ୍ୟବସ୍ଥାର ଅବତାରଣା କରିଛି, ତାହା ରାଜ୍ୟ ସରକାରଙ୍କ ବର୍ତ୍ତମାନର ୨ ଲକ୍ଷ ୩୦ ହଜାର କୋଟି ବଜେଟ ଏବଂ ଏଣିକି ପ୍ରତିବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୬.୫%ରୁ କମ୍‌ ହେବନି ବୋଲି ତାଙ୍କ ଇକୋନୋମିକ୍‌ ସର୍ଭେରେ କହିଥିବା ପରିପ୍ରେକ୍ଷୀରେ କହିଛି। ଯୋଜନାର ନାମକରଣରେ ଯେଉଁ ପ୍ରହେଳିକା ଆମ ‘ଫାଇଭ୍‌ ଟି’ ସରକାର ଗ୍ରହଣ କରିଛନ୍ତି ସେହି କ୍ରମରେ ଏହାକୁ ”ନୀର“(NiR-Nischita Rojagar) ବା ”ନୀରୋଗ“ (ନିର୍ସ ରୋଜଗାର ଗ୍ୟାରେଣ୍ଟି) ନାମ ଦେଇପାରନ୍ତି।
ବିପିଏଲ୍‌ ଓ ଏପିଏଲ୍‌ କାର୍ଡଧାରୀମାନଙ୍କୁ ଗରିବ ଧରିଲେ ଉପଭୋକ୍ତା ସଂଖ୍ୟା ପ୍ରାୟ ୫୫ ଲକ୍ଷ ପରିବାର ବା ୨ କୋଟି ୨୦ ଲକ୍ଷ ଲୋକ। ଆରମ୍ଭ ବର୍ଷରେ ୧୮ ବର୍ଷରୁ ବଡ଼କୁ ୪୫୦୦ ଓ ସାନକୁ ୧୫୦୦ ଟଙ୍କା ଲେଖାଏ ଦେଲେ ୨ ବଡ଼, ୨ ସାନ ଥିବା ୪ ଜଣିଆ ପରିବାରକୁ ମାସିକ ୧୨ ହଜାର ଟଙ୍କା ବା ୩ ବଡ଼, ୧ ସାନ ଥିବା ପରିବାରକୁ ମାସିକ ୧୫ ହଜାର ମିଳିବ। ପରେ ତିନିବର୍ଷ ଯାଏ ପ୍ରତିବର୍ଷ ୬.୫% ଅଭିବୃଦ୍ଧି କରିବାକୁ ପଡ଼ିବ, ତାହା ହିଁ ସୀମା ରହିବ। ଏ ବର୍ଷ ପ୍ରତି ପରିବାରକୁ ମାସିକ ହାରାହାରି ୧୨,୦୦୦ରୁ ୧୫,୦୦୦ ଯାଏ ଦେଲେ ବର୍ଷକୁ ୫୫ ଲକ୍ଷ ପରିବାରକୁ ୭,୯୨୦ ଲକ୍ଷ କୋଟିରୁ ୯,୯୦୦ ଲକ୍ଷ କୋଟି ଟଙ୍କା ଭିତରେ ବା ହାରାହାରି ୮,୯୦୦ ଲକ୍ଷ କୋଟି ବଣ୍ଟାଯିବ- ଅନ୍ୟ ଖର୍ଚ୍ଚ ପାଇଁ ବଳିବ ୨,୨୧,୦୦୦ ଲକ୍ଷ କୋଟି। ତହିଁରୁ ଦରମା ଓ ଭତ୍ତା ବାବଦ ବ୍ୟୟ ଅଟକଳ ୯୮,୦୦୦ କୋଟି ବା ଅତିବେଶିରେ ୧ ଲକ୍ଷ କୋଟି ଛାଡ଼ିଦେଲେ ବିକାଶ କାର୍ଯ୍ୟ ପାଇଁ ରହିବ ୧,୧୧,୦୦୦ଲକ୍ଷ କୋଟି। ନିଶ୍ଚିତ ଆୟ ଏକ ପବ୍ଲିକ୍‌ ପଲିସି ହୋଇଯିବ, ଶାସକ ଦଳର ଦାନ(ଫ୍ରିବି) ବୋଲି ଧରାଯିବନାହିଁ। ୧୯୬୭ରେ ଡ. ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ ବି ଆମେରିକାରେ କହିଥିଲେ, ସବୁ ଗରିବଙ୍କୁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଦେଲେ କଳାଲୋକଙ୍କ ଉପରେ ଜୁଲମ୍‌ କରିବାର ପରିସ୍ଥିତି ରହିବ ନାହିଁ ଏବଂ ବର୍ଣ୍ଣଗତ ଘୃଣା ଓ ତଜ୍ଜନିତ ଆନ୍ଦୋଳନ ସବୁ ବନ୍ଦ ହୋଇଯିବ। ପୋଲିସ ବୃଟାଲିଟି (ବର୍ବରତା) କଥା ଉଠୁଛି ଗରିବ ପ୍ରତି ବ୍ୟବସ୍ଥାଗତ ହିଂସା ଯୋଗୁ। ଆମର ପୂରା ଦୃଷ୍ଟି ରହିବା କଥା ଗରିବୀ ହଟାଇବାରେ: ତେଣୁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ର ଅୟମାରମ୍ଭ କରିବାର ମାହେନ୍ଦ୍ର ବେଳା ଏବେ ଆସିଯାଇଛି। ସାଧାରଣ ପରିମାଣର ଧନ ଯୋଗାଇଥିବା ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଜୀବନଧାରା ବଦଳାଇବା ଲାଗି ଯଥେଷ୍ଟ ନୁହେଁ। କିନ୍ତୁ ତିନିବର୍ଷ ଯାଏ ଏହାକୁ ୬.୫% କରି ବଢ଼ାଇବାକୁ ପଡ଼ିବ, ତା’ ପରେ ସ୍ଥିର ରଖାଯିବ। ବର୍ତ୍ତମାନର ସରକାରଙ୍କ ଅର୍ଥନୀତି ସର୍ଭେ ଦର୍ଶାଉଛି ଯେ, ଆସନ୍ତା ବର୍ଷଗୁଡ଼ିକରେ ରାଜ୍ୟର ଆୟ ସେହି ବା ଅଧିକ ହାରରେ ବଢ଼ିବ- ଅଣଟିକସ, ଟିକସ ଓ କେନ୍ଦ୍ରୀୟ ଟିକସର ଅଂଶ ଆଦିକୁ ମିଶାଇ।
କାଳିଆ ଯୋଜନାରେ ବର୍ଷକୁ କୃଷକ ପରିବାରକୁ ୪ ହଜାର, କୃଷି ବୀମାରେ ଅନିଶ୍ଚିତ ରିଲିଫ୍‌, ବୃଦ୍ଧାବୃଦ୍ଧ ବିଧବା ଅକର୍ମଣ୍ୟ ଭତ୍ତା ଆଦି ମାତ୍ର ଶହେ ଦୁଇଶହ ଟଙ୍କା ଭଳି ଶାସକ ଦଳର ଭୋଟ୍‌ କ୍ରିୟାଭିମୁଖୀ ଦାନ ଆଉ ଦରକାର ହେବନାହିଁ। ସବୁ ପ୍ରକାରର ସାମାଜିକ ନିରାପତ୍ତା ବ୍ୟବସ୍ଥା ରହିବ ନାହିଁ, ଟଙ୍କିକିଆ ଚାଉଳ ଯୋଗାଇବାରେ ଅଯଥା ଖର୍ଚ୍ଚ, ଭିକାରି ବୃତ୍ତି ଓ ଚାଷୀ ଆତ୍ମହତ୍ୟା, ଧାନକିଣା(ଏପରି କି ରାଜ୍ୟରେ ଏଫ୍‌ସିଆଇର ଆବଶ୍ୟକତା ରହିବ ନାହିଁ) ସବ୍‌ସିଡି ଦରକାର ନାହିଁ। ଖୋଲା ବଜାର ସ୍ବଚ୍ଛ ହେବ। ଲୋକେ ରାଇଟ୍‌ ଟୁ ଏଜୁକେଶନ ଜାହିର କରିପାରିବେ। ରାଜସ୍ଥାନ ସରକାର ଯେପରି କଲେଣି ସେପରି ରାଇଟ୍‌ ଟୁ ହେଲ୍‌ଥ ଆଇନ ଆଣିଲେ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ପାଉଥିବା ଲୋକେ ଅଲବତ୍‌ ଚିକିତ୍ସା ଦାବି କରିବେ। ଲୋକେ ରାଜନୈତିକ ଦଳର ବିକାଶମୁଖୀ ନିର୍ବାଚନ ଇସ୍ତାହାର ଉପରେ ହିଁ ଭୋଟ୍‌ ଦେବେ। ରାଜ୍ୟର ଅଭିବୃଦ୍ଧି ଓ ମାନବିକ ସମ୍ବଳର ବିକାଶରେ ଆଶାର ସଞ୍ଚାର କରୁଥିବା ଦଳକୁ ହିଁ ଭୋଟ୍‌ ଦେବେ। ବଳଦିଆ ହିସାବରେ ରାଜନୀତି ଜୀବନରେ ସ୍ବଚ୍ଛତା ଆସିଯିବ।
ଖାଲିପାଦରେ ଚାଲି ଚାଲି ବାଙ୍ଗାଲୋରରୁ ମାର୍ଚ୍ଚ ୨୬ରେ ବାହାରି ଏପ୍ରିଲ ୩ରେ ପଟ୍ଟାଙ୍ଗୀରେ ପହଞ୍ଚିଥିବା କଳାହାଣ୍ଡି ଜୟପାଟଣାର ଟିଙ୍ଗଲକଣ ଗାଁର ତିନିଜଣ- କତାର ମାଝି, ବୁଡୁ ମାଝି ଓ ଭିକାରୀ ମାଝି – ଭଳି ମାଇଗ୍ରାଣ୍ଟ ଲେବରର୍‌ (ଦାଦନ ଶ୍ରମିକ)ଙ୍କ କାହାଣୀ ପାଠକମାନେ ଶୁଣିଥିବେ- କମ୍ପାନୀକୁ ମଜୁରି ମାଗିଲାରୁ କମ୍ପାନୀ ଲୋକେ ଏତେ ପିଟିଲେ ଯେ ସହି ନ ପାରି ସେମାନେ ପଳାଇ ଆସିଛନ୍ତି ଖାଲିପାଦରେ ଦେଢ଼ହଜାର କିଲୋମିଟର। ଏଭଳି ପରିସ୍ଥିତି କାଳକ୍ରମେ ଉଭେଇଯିବ। ସରକାର ବଜେଟର ବାକି ଟଙ୍କାତକ ପାଣି ଅଭାବ ସମସ୍ୟା ଓ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ କରିବାରେ ଲଗାଇହେବ। ସମୁଦ୍ରକୁ ବୋହିଯାଉଥିବା ୬୦% ମହାନଦୀର ପାଣିକୁ ଓଡ଼ିଶାରେ ନଦୀପାର୍ଶ୍ୱ ଖାଲୁଆ ପାହାଡ଼ଘେରା ଅଞ୍ଚଳରେ କୃତ୍ରିମ ହ୍ରଦ ବା ଜଳଭଣ୍ଡାର ତିଆରି କରିହେବ, ଦରକାର ପଡ଼ିଲେ କୃତ୍ରିମ ହ୍ରଦର ଜଳହ୍ରାସ ପରିମାଣ କମାଇବା ଲାଗି ହ୍ରଦ ବା ପୁଷ୍କରିଣୀ ଭୂଇଁକୁ ଓ କାନ୍ଥକୁ ରାସାୟନିକ ଟ୍ରିଟ୍‌ମେଣ୍ଟ କରାଯାଇପାରିବ, ଯେପରି ଜଳ ଭୂତଳଗାମୀ ହେବନାହିଁ। ଜଳଭଣ୍ଡାର ଉପରେ ସୋଲାର ପ୍ୟାନେଲ୍‌ ଲଗାଇ ସବୁଜ ବିଜୁଳି ଉପତ୍ାଦନ କରିହେବ, ଯାହାର ପରିଚାଳନା ଓ ଲାଭ ନିକଟ ପଞ୍ଚାୟତ ବା ପଞ୍ଚାୟତ ସମିତିର ଦାୟିତ୍ୱ ହୋଇପାରିବ। ଏପରି ଜଳାଶୟ ନିର୍ମାଣରେ ଚାଷୀକୁଳକୁ ଜମି ହରାଇବାକୁ ପଡ଼ିବନାହିଁ। ତେଣୁ ନିର୍ମାଣରେ ବାଧା ଆସିବନାହିଁ। ଏବର ଆଡ଼ିବନ୍ଧ ନୁହେଁ, ଆନିକଟ୍‌ କରିବାକୁ ପଡ଼ିବ ସବୁ ନଦୀରେ, ପାଣି ମହଜୁଦ ରଖିବାର ପରିମାଣ ଅନୁସାରେ ଆନିକଟ-ଉଚ୍ଚତା ରଖାଗଲେ ସମସ୍ତଙ୍କୁ ଲାଭହେବ। ପାଖ ଭୂଇଁରେ ଗଛଲତା ବିଶେଷତଃ ଫଳବୃକ୍ଷ ଲଗାଗଲେ ଖାଦ୍ୟର ବିବିଧତା ସଙ୍ଗେସଙ୍ଗେ ସ୍ବାସ୍ଥ୍ୟ ବୃଦ୍ଧି ଘଟିବାର ସୁଯୋଗ ମିଳିବ। ୟୁଟୋପିଆ ଭଳି ଲାଗିପାରେ କାରଣ ଆମର ବର୍ତ୍ତମାନର ହଠାତ୍‌ ଲାଭବାନ୍‌ ହେବାର ଇଚ୍ଛା ରାଜନେତାମାନଙ୍କ ଆଚରଣରୁ ହଟାଇବାକୁ କିଛି ସମୟ ଲାଗିପାରେ। କିନ୍ତୁ ପାଠପଢ଼ା ସୁଯୋଗ ପାଇ ଭବିଷ୍ୟତ ପିଲାମାନେ ଆପେଆପେ ‘ଫାଇଭ୍‌ ଟି’ ମନ୍ତ୍ରରେ ନିଜ ଚରିତ୍ରକୁ ପଖାଳିନେବେ। ସରକାର କହୁଛନ୍ତି, ପ୍ରତିବର୍ଷ ରାଜସ୍ବ ବୃଦ୍ଧି ୬ରୁ ୭% ହେଉଛି। ତେଣୁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ୭% ଲେଖାଏ ଆସନ୍ତା ଦୁଇବର୍ଷ ଯାଏ ବଢ଼ାଯାଇପାରିବ।
କମ୍‌ ଦରମା ପାଉଥିବା ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଆଉ ଆଶାକର୍ମୀ ବା ଅଙ୍ଗନଓ୍ବାଡିରେ ନିଯୁକ୍ତ ଭଉଣୀମାନେ ଏପରି କି ସେଲ୍ଫ ହେଲ୍ପ ଗ୍ରୁପ୍‌(ଏସ୍‌ଏଚ୍‌ଜି)ର ଭଉଣୀମାନେ ନିଜ ଦରମା ସହ ଗ୍ୟାରେଣ୍ଟିଡ୍‌ ଆୟ ପାଇଲେ ଓଡ଼ିଶାରେ ମାନବ ସମ୍ବଳର ଅଭିବୃଦ୍ଧିକୁ ବିଶ୍ୱରେ ଅତୁଳନୀୟ କରିଦେବ ଓ ହାପିନେସ୍‌ ଇଣ୍ଡେକ୍ସରେ ଓଡ଼ିଶା ରାଜ୍ୟକୁ ଫିନ୍‌ଲାଣ୍ଡ (ଜନସଂଖ୍ୟା ୫୬ ଲକ୍ଷ)ସହ ତୁଳନୀୟ କରିଦେବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri