ଜିଟିର ସହଜ ବିଜୟ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟୀ ହୋଇଛି।

ଧାର୍ଯ୍ୟ ୧୭୧ ରନ୍‌ ରପିଛା କରି ଜିଟି ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୭୪ ରନ୍‌ ହାସଲ କରିଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ପକ୍ଷରୁ ଅଧିନାୟକ ଫାଫ ଡୁ ପ୍ଲେସିସ ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିଟିର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିଲେ।
ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୨୨ ବଲ୍‌ରେ ୨୯ ରନ୍‌ କରିଥିବାବେଳେ ଶୁବନାମ୍‌ ଗିଲ୍‌ ୨୮ ବଲ୍‌ରେ ୩୧ ରନ୍‌ କରିଥିଲେ। ସେହିପରି ଶାଇ ସୁଦର୍ଶନ ୧୪ ବଲ୍‌ରେ ୨୦ ରନ୍‌ କରିଥିଲେ। ଡେଭିଡ୍‌ ମିଲର ୨୪ ବଲ୍‌ରେ ୩୯ ରନ୍‌ ଏବଂ ରାହୁଲ ତଓ୍ବୋତିଆ ୨୫ ବଲ୍‌ରେ ୪୩ ରନ୍‌ କରିଥିଲେ।

ନିର୍ଦ୍ଧାରିତ ୨୦ ଓଭରରେ ଆର୍‌ସିବି ୬ ଓ୍ବିକେଟ ହରାଇ ୧୭୦ ରନ୍‌ କରିଥିଲା। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍‌ ରହିଥିଲା।
ଆର୍‌ସିବି ପକ୍ଷରୁ ବିରାଟ କୋହଲି ୫୩ ବଲ୍‌ରେ ୫୮ ରନ୍‌ କରିଥିବାବେଳେ ଅଧିନାୟକ ଫାଫ ଡୁ ପ୍ଲେସିସ୍‌ ଖାତା ଖୋଲି ପାରି ନ ଥିଲେ। ରଜତ ପଟିସାର ୩୨ ରନ୍‌ରେ ୫୨ ରନ୍‌ କରିଥିଲେ। ସେହିପରି ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୮ ବଲ୍‌ରେ ୩୩ ରନ୍‌ ଏବଂ ଦିନେଶ କାର୍ତ୍ତିକ ୩ ବଲ୍‌ରେ ୨ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୨ ରନ୍‌…

ସିଡନୀ,୫।୧୧ : ଶନିବାର ଦିନ ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିବାକୁ...

ସମର୍ଥନରେ ଓହ୍ଲାଇଲା ବିସିସିଆଇ

ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ...

ରୋହିତ-ଧାଓ୍ବନଙ୍କ ରେକର୍ଡ

ରାଜକୋଟ,୮।୧୧- ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଯୋଡ଼ି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଲାଂଦେଶ ବିପକ୍ଷ ଦ୍ୱିତୀୟ...

ବିସିସିଆଇର କ୍ଷତି ପହଞ୍ଚାଇଛନ୍ତି ମନୋହର

ରାଜକୋଟ୍‌, ୩ା୭ (ପି.ଟି.)-ବିଦାୟୀ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଭାରତୀୟ କ୍ରିକେଟର କେତେ ପରିମାଣରେ କ୍ଷତି ପହଞ୍ଚାଇଛନ୍ତି ତାହା ସେ ନିଜେ ତର୍ଜମା କରନ୍ତୁ ବୋଲି...

ସନ୍ତରଣରେ ଚମକିଲେ ଯମଜ ଭଗିନୀ

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦ୍‌ଘାଟନୀ ସଂସ୍କରଣ ଟୁଇନ୍‌ ସିଟିରେ ଚାଲିଥିବାବେଳେ ସନ୍ତରଣ ଇଭେଣ୍ଟର ପ୍ରଥମ ଦିବସରେ ଯମଜ...

ଇତିହାସ ରଚିଲେ ଅଶ୍ୱିନ

ମୁମ୍ବାଇ,୨୭।୪: ଟିମ ଇଣ୍ଡିଆର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର ଅନ୍ୟତମ ସଫଳ ବୋଲର ଅଟନ୍ତି। ଆର ଅଶ୍ୱିନ କେବଳ ଟେଷ୍ଟ କ୍ରିକେଟରେ ନୁହେଁ...

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ...

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୫।୮: ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ...

Advertisement
Archives

Model This Week