ଜିଏସ୍‌ଟି ଫାଙ୍କୁଛନ୍ତି କ୍ରିପ୍ଟୋ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୯।୩ ଭାରତରେ ଡିଜିଟାଲ କରେନ୍ସି ଓ କ୍ରିପ୍ଟୋକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କେବେ ଏହାର ପ୍ରଚଳନ ନିଷିଦ୍ଧକୁ ନେଇ ତ ଆଉ କେତେବେଳେ କ୍ରିପ୍ଟୋ ସମ୍ପର୍କରେ ସଂସଦରେ ବିଲ୍‌ ଆଣିବାକୁ ନେଇ। ଗତ ୨ ବର୍ଷ ମଧ୍ୟରେ ଡିଜିଟାଲ ମୁଦ୍ରାଗୁଡିକ ବାବଦରେ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି। ବିଶେଷ କରି ଏହି ମୁଦ୍ରା କାରବାର ସହ ଜଡିତ ଥିବା ସଂସ୍ଥାଗୁଡିକଠାରୁ ସରକାର ଟିକସ (ଜିଏସଟି) ଆକାରରେ କେତେ ପରିମାଣର ଅର୍ଥ ଏକାଠି କରିଛନ୍ତି ସେ ନେଇ ସଂସଦରେ ସରକାର ମତ ରଖନ୍ତୁ ବୋଲି ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ମଧ୍ୟ ସରକାରଠାରୁ ହସ୍ତଗତ ହୋଇଥିବା ସୂଚନାକୁ ସୋମବାର ସଂସଦ ଦ୍ୱାରା ପ୍ରକାଶିତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ରାୟ ୧୧ଟି କ୍ରିପ୍ଟୋ ଏକ୍ସଚେଞ୍ଜରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆକାରରେ ପ୍ରାୟ ୯୬ (୯୫.୮୬) କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ବିଶେଷ କରି ଜିଏସଟି ପକ୍ଷରୁ ତନାଘନା କରିବା ସହ ଏହାର ଏକ ତଦନ୍ତ ୟୁନିଟ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ ଚଢ଼ାଉ କରିବା ଫଳରେ ମୋଟ ୮୨ (୮୧.୫୪) କୋଟି ଟଙ୍କାର ଟିକସ ଓ ଜରିମାନା ବାବଦକୁ ଅର୍ଥ ଦେଇନଥିବା ଜଣାପଡିଥିଲା। ଜିଏସଟିର ତଦନ୍ତକାରୀ ୟୁନିଟ ପକ୍ଷରୁ ଚିହ୍ନଟ କରାଯାଇଥିବା ସଂସ୍ଥା ମଧ୍ୟରେ ୱାଜିରକ୍ସ, ମୁଦ୍ରା ଡିସିଏକ୍ସ ଏବଂ କଏନ୍‌ ସ୍ବିଚ୍‌ କୁବେର ଭଳି ପ୍ରମୁଖ ଏକ୍ସଚେଞ୍ଚ ପଏଣ୍ଟ ଅନ୍ତର୍ଭୁକ୍ତ ରହିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏଭଳି କିଛି ସୂଚନା ପ୍ରଦାନ କରିଛନ୍ତି। ସେହିଭଳି ଜିଏସଟି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟକୁ ଆଧାର କରି ମନ୍ତ୍ରୀ କହିଛନ୍ତି ଯେ ୱାଜିରକ୍ସ ବ୍ରାଣ୍ଡ ଭାବରେ କାର୍ଯ୍ୟ କରୁଥିବା ଜାନମାଇ ଲାବ ୪୦.୫ କୋଟି ଟଙ୍କା ପାଙ୍କିଥିବା ବେଳେ ୱାଜିରକ୍ସ ଏକ୍ସଚେଞ୍ଜ ଜାନମାଇ ଲାବ ଦ୍ୱାରା ପରିଚାଳିତ ଏବଂ କ୍ରିପ୍ଟୋକରେନ୍ସି ଡବ୍ଲୁଆରଏକ୍ସ ବିନାନ୍ସ ଇନଭେଷ୍ଟମେଣ୍ଟ କୋ ଲିମିଟେଡ୍‌, ସେଚେଲସ୍‌ ବିନିମୟରୁ ମୋଟ ଉପରେ ୫୦ କୋଟି ଟଙ୍କା ଟିକସ ଆକାରରେ ପୁନରୁଦ୍ଧାର କରାଯାଇଥିଲା, ଯେଉଁଥିରେ ସୁଧ ଏବଂ ଜରିମାନା ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ବିଭାଗ ଅଭିଯୋଗ କରିଛି ଯେ ଅନୁସନ୍ଧାନ ବେଳେ ଟିକସଦାତା ଆୟକରରୁ ବାଣିଜ୍ୟ ଶୁଳ୍କ, ଜମା ଶୁଳ୍କ ଏବଂ ପ୍ରତ୍ୟାହାର ଶୁଳ୍କ ସଂଗ୍ରହ କରୁଥିବା ବେଳେ ଉକ୍ତ
ଘଟଣା ଅଧିକାରୀଙ୍କ ନଜରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri