ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ‘ସୱାଲିଆ’ ଅଭିଯାନ

ନୂଆଦିଲ୍ଲୀ,୨୯।୩ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ଏକ ଭିନ୍ନ ଧରଣର ମାର୍କେଟିଂ କ୍ୟାମ୍ପେନ ବଳିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ‘ସୱାଲିଆ’କୁ ୨୦୨୨ ଆଇପିଏଲ୍‌ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ସୱାଲିଆ ହେଉଛି ପ୍ରାସଙ୍ଗିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମାର୍କେଟିଂ ଅଭିଯାନ। ସାଧାରଣତଃ ସାରା ଭାରତରେ ଅନ୍ୟ ପେଣ୍ଟ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ କଲର ପାଇଁ ଅତିରିକ୍ତ ମୂଲ୍ୟ ଚାର୍ଜ କରିଥାନ୍ତି। କଲର ଯେତେ ଗାଢ଼ ହେବ ମୂଲ୍ୟ ସେତେ ଅଧିକ ହୋଇଥାଏ। ଏ ସମ୍ପର୍କରେ ଜେଏସଡବ୍ଲ୍ୟୁ ପେଣ୍ଟସର ସିଏମଓ ଅନୁରାଧା ବୋଷ କହିଛନ୍ତି, ଜେଏସଡବ୍ଲ୍ୟୁ ପେଣ୍ଟସ ଏହାର ଗ୍ରାହକମାନଙ୍କୁ ନିଜର ପ୍ରିୟ କଲରକୁ ବାଛିବାର ସ୍ବାଧୀନତା ପ୍ରଦାନ କରୁଛି ଏବଂ ଏହା ଯେକୌଣସି କଲରକୁ ଗୋଟିଏ ମୂଲ୍ୟରେ ପ୍ରଦାନ କରୁଛି। ଆମର ନୂତନ ମାର୍କେଟିଂ କ୍ୟାମ୍ପେନରେ ସୱାଲିଆ ହେଉଛି ଆଲିଆ ଭଟ୍ଟଙ୍କର ଆଉ ଏକ ରୂପ ଯିଏକି ଲୋକଙ୍କୁ ଠିକ୍‌ ପ୍ରଶ୍ନ ପଚାରିବା ପାଇଁ ପ୍ରୋତ୍ସାହିତ କରୁଛି। ଏହି ଫିଲ୍ମରେ ଦର୍ଶାଯାଇଛି ଯେ ଆଲିଆ କଣ୍ଟ୍ରାକ୍ଟରଙ୍କୁ ତାଙ୍କର ପସନ୍ଦର ଗାଢ଼ ରଙ୍ଗ ପେଣ୍ଟ କରିବାକୁ କହୁଛନ୍ତି ଓ ଅଧିକ ପ୍ରଦାନ କରିବା ପାଇଁ ରାଜି ମଧ୍ୟ ହୋଇ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri