ଜିଏସ୍‌ଟି ଫାଙ୍କୁଛନ୍ତି କ୍ରିପ୍ଟୋ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୯।୩ ଭାରତରେ ଡିଜିଟାଲ କରେନ୍ସି ଓ କ୍ରିପ୍ଟୋକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। କେବେ ଏହାର ପ୍ରଚଳନ ନିଷିଦ୍ଧକୁ ନେଇ ତ ଆଉ କେତେବେଳେ କ୍ରିପ୍ଟୋ ସମ୍ପର୍କରେ ସଂସଦରେ ବିଲ୍‌ ଆଣିବାକୁ ନେଇ। ଗତ ୨ ବର୍ଷ ମଧ୍ୟରେ ଡିଜିଟାଲ ମୁଦ୍ରାଗୁଡିକ ବାବଦରେ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି। ବିଶେଷ କରି ଏହି ମୁଦ୍ରା କାରବାର ସହ ଜଡିତ ଥିବା ସଂସ୍ଥାଗୁଡିକଠାରୁ ସରକାର ଟିକସ (ଜିଏସଟି) ଆକାରରେ କେତେ ପରିମାଣର ଅର୍ଥ ଏକାଠି କରିଛନ୍ତି ସେ ନେଇ ସଂସଦରେ ସରକାର ମତ ରଖନ୍ତୁ ବୋଲି ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ମଧ୍ୟ ସରକାରଠାରୁ ହସ୍ତଗତ ହୋଇଥିବା ସୂଚନାକୁ ସୋମବାର ସଂସଦ ଦ୍ୱାରା ପ୍ରକାଶିତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ରାୟ ୧୧ଟି କ୍ରିପ୍ଟୋ ଏକ୍ସଚେଞ୍ଜରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆକାରରେ ପ୍ରାୟ ୯୬ (୯୫.୮୬) କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ବିଶେଷ କରି ଜିଏସଟି ପକ୍ଷରୁ ତନାଘନା କରିବା ସହ ଏହାର ଏକ ତଦନ୍ତ ୟୁନିଟ କ୍ରିପ୍ଟୋ ଏକ୍ସଚେଞ୍ଜଗୁଡିକ ଉପରେ ଚଢ଼ାଉ କରିବା ଫଳରେ ମୋଟ ୮୨ (୮୧.୫୪) କୋଟି ଟଙ୍କାର ଟିକସ ଓ ଜରିମାନା ବାବଦକୁ ଅର୍ଥ ଦେଇନଥିବା ଜଣାପଡିଥିଲା। ଜିଏସଟିର ତଦନ୍ତକାରୀ ୟୁନିଟ ପକ୍ଷରୁ ଚିହ୍ନଟ କରାଯାଇଥିବା ସଂସ୍ଥା ମଧ୍ୟରେ ୱାଜିରକ୍ସ, ମୁଦ୍ରା ଡିସିଏକ୍ସ ଏବଂ କଏନ୍‌ ସ୍ବିଚ୍‌ କୁବେର ଭଳି ପ୍ରମୁଖ ଏକ୍ସଚେଞ୍ଚ ପଏଣ୍ଟ ଅନ୍ତର୍ଭୁକ୍ତ ରହିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏଭଳି କିଛି ସୂଚନା ପ୍ରଦାନ କରିଛନ୍ତି। ସେହିଭଳି ଜିଏସଟି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟକୁ ଆଧାର କରି ମନ୍ତ୍ରୀ କହିଛନ୍ତି ଯେ ୱାଜିରକ୍ସ ବ୍ରାଣ୍ଡ ଭାବରେ କାର୍ଯ୍ୟ କରୁଥିବା ଜାନମାଇ ଲାବ ୪୦.୫ କୋଟି ଟଙ୍କା ପାଙ୍କିଥିବା ବେଳେ ୱାଜିରକ୍ସ ଏକ୍ସଚେଞ୍ଜ ଜାନମାଇ ଲାବ ଦ୍ୱାରା ପରିଚାଳିତ ଏବଂ କ୍ରିପ୍ଟୋକରେନ୍ସି ଡବ୍ଲୁଆରଏକ୍ସ ବିନାନ୍ସ ଇନଭେଷ୍ଟମେଣ୍ଟ କୋ ଲିମିଟେଡ୍‌, ସେଚେଲସ୍‌ ବିନିମୟରୁ ମୋଟ ଉପରେ ୫୦ କୋଟି ଟଙ୍କା ଟିକସ ଆକାରରେ ପୁନରୁଦ୍ଧାର କରାଯାଇଥିଲା, ଯେଉଁଥିରେ ସୁଧ ଏବଂ ଜରିମାନା ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ବିଭାଗ ଅଭିଯୋଗ କରିଛି ଯେ ଅନୁସନ୍ଧାନ ବେଳେ ଟିକସଦାତା ଆୟକରରୁ ବାଣିଜ୍ୟ ଶୁଳ୍କ, ଜମା ଶୁଳ୍କ ଏବଂ ପ୍ରତ୍ୟାହାର ଶୁଳ୍କ ସଂଗ୍ରହ କରୁଥିବା ବେଳେ ଉକ୍ତ
ଘଟଣା ଅଧିକାରୀଙ୍କ ନଜରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri