ଓଡ଼ିଶାରେ ଜିଏସ୍‌ଟି ଆଦାୟ ୫୦ ହଜାର କୋଟି ଛୁଇଁବ

ଭାରତରେ ୨୦୧୭ ଜୁଲାଇ ୧ ତାରିଖରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଦେଶରେ ପୂର୍ବରୁ ପ୍ରଚଳିତ ବହୁମୁଖୀ ଟିକସ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କେବଳ ପେଟ୍ରୋଲଜାତ ଦ୍ରବ୍ୟ ଓ ଟବାକୋ ଜାତୀୟ ସାମଗ୍ରୀରେ ଲାଗୁଛି। ଓଡ଼ିଶାରେ ପେଟ୍ରୋଲଜାତ ଦ୍ରବ୍ୟରୁ କେନ୍ଦ୍ରୀୟ ଶୁଳ୍କ ବାବଦରେ ବର୍ଷକୁ ପ୍ରାୟ ୨୪ ହଜାର କୋଟି ଟଙ୍କା ଆଦାୟ ହେଉଛି। ଏହାକୁ ବାଦ୍‌ ଦେଲେ ସମସ୍ତ ଉତ୍ପାଦ ଓ ବିକ୍ରି କ୍ଷେତ୍ରରେ ଜିଏସ୍‌ଟି ଲାଗୁ ହୋଇଛି। ସାଧାରଣତଃ ପ୍ରତ୍ୟେକ ବର୍ଷ ଫେବୃୟାରୀ ୨୪ ତାରିଖରେ ଦେଶରେ କେନ୍ଦ୍ରୀୟ ଉତ୍ପାଦ ଟିକସ ଦିବସ ପାଳନ କରାଯାଇଥାଏ। ଜିଏସ୍‌ଟି ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ଏହାର ଗୁରୁତ୍ୱ ହ୍ରାସ ପାଇଛି। ରାଜ୍ୟରେ ଜିଏସ୍‌ଟି ଆଦାୟ ବଢ଼ିଚାଲିଛି। ଚଳିତ ବର୍ଷ ଏହା ୫୦ ହଜାର କୋଟି ଟଙ୍କା ଟପିବା ସମ୍ଭାବନା ରହିଛି।
ରାଜ୍ୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଜିଏସ୍‌ଟି ସ୍ଥିତି ନେଇ ଧରିତ୍ରୀ ପକ୍ଷରୁ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଏବଂ କଷ୍ଟମ୍‌ ବିଭାଗ ଓଡ଼ିଶା ଶାଖାର ଅତିରିକ୍ତ ସଚିବ ଗୋପାଳ କୃଷ୍ଣ ପତିଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ ଆଲୋଚନା କରାଯାଇଛି।

ପ୍ରଶ୍ନ-ରାଜ୍ୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କେଉଁ ସାମଗ୍ରୀ ଉପରେ ଲାଗୁ କରାଯାଉଛି। ଏ ବାବଦରେ ରାଜ୍ୟକୁ କେତେ ଟିକସ ମିଳୁଛି। ଓଡ଼ିଶାରେ ଏହାର ସ୍ଥିତି କ’ଣ ।
ଉତ୍ତର- ସମସ୍ତ ଉତ୍ପାଦ ଓ ବିକ୍ରୟ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲାଗୁ କରାଯାଏ। ତେବେ ୨୦୧୭ ଜୁଲାଇ ପହିଲା ପରଠାରୁ କେବଳ ପେଟ୍ରୋଲଜାତ ଦ୍ରବ୍ୟ ଓ ଟବାକୋ ଉପରେ ଲାଗୁ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହାର ଟିକସ ପରିମାଣ ଭିନ୍ନ ଭିନ୍ନ ରହିଛି। ଓଡ଼ିଶାରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ପ୍ରାୟ ୨୪ ହଜାର କୋଟି ଟଙ୍କାର ଟିକସ ଆଦାୟ ହେଉଛି।
ପ୍ରଶ୍ନ- ପୂର୍ବରୁ ପ୍ରଚଳିତ ଟିକସ ବ୍ୟବସ୍ଥା ଓ ଜିଏସ୍‌ଟି ଲାଗୁ ହେବା ପରେ ଟିକସ ଆଦାୟ କ୍ଷେତ୍ରରେ କି ପରିବର୍ତ୍ତନ ଆସିଛି। ଓଡ଼ିଶା ରାଜସ୍ବ କ୍ଷେତ୍ରରେ ଏହାର କି ପ୍ରଭାବ ରହିଛି।
ଉତ୍ତର- ଦେଶରେ ପ୍ରଚଳିତ ଥିବା ୧୩ଟି ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଟିକସଦାତାଙ୍କ ପାଇଁ ଟିକସ ପ୍ରଦାନ ସରଳ ହୋଇଛି। ରାଜ୍ୟର ଟିକସ ଆଦାୟ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଓଡ଼ିଶାରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିକୁ ମିଶାଇ ବାର୍ଷିକ ପ୍ରାୟ ୪୫ ହଜାର କୋଟି ଟଙ୍କା ଆଦାୟ ହେଉଛି।
ପ୍ରଶ୍ନ – ଟିକସ ଫାଙ୍କି ଓ ଦୁର୍ନୀତିକୁ ରୋକିବା ପାଇଁ ବିଭାଗ ପକ୍ଷରୁ କି କି ପଦକ୍ଷେପ ଗ୍ରହଣ କରାଯାଇଛି।
ଉତ୍ତର-ଟିକସ ଆଦାୟ ପୂର୍ବଭଳି ମାନୁଆଲ ହେଉ ନାହିଁ। ଅନ୍‌ଲାଇନ ଜରିଆରେ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସବୁ ବ୍ୟବସ୍ଥା ଡାଟାବେସ୍‌ ହୋଇଛି। ଟିକସ ଫାଙ୍କିବା ସହଜ ନୁହେଁ। ସମସ୍ତ କାରବାର ଅନ୍‌ଲାଇନରେ ହେଉଥିବାରୁ ଦୁର୍ନୀତି ହ୍ରାସ ପାଇଛି। ବହୁ ସମୟରେ କେତେକ ଟିକସଦାତା ଆୟକର ଫାଇଲ କରୁଛନ୍ତି, ହେଲେ ଯାହାଙ୍କର ଜିଏସ୍‌ଟି ଦେବାର ଅଛି ସେଥିରୁ ଅଧିକାଂଶ ଫାଇଲ କରୁନାହାନ୍ତି। ଏହାକୁ ରୋକିବା ପାଇଁ ଆୟକର ଡାଟା କ୍ୟାପ୍‌ଚର ବ୍ୟବସ୍ଥା ହୋଇଛି। ଇ-ବିଲିଂ କରାଯିବା ସହ ଜମିବାଡ଼ି କିଣାବିକାର ଡାଟାବେସ୍‌ କରାଯାଉଛି।
ପ୍ରଶ୍ନ- ପେଟ୍ରୋଲ ଉପରେ ଜିଏସ୍‌ଟି ନ ଲଗାଇବା କାରଣ କ’ଣ। ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଯୋଜନା ଅଛି କି?
ଉତ୍ତର- ରାଜ୍ୟମାନେ ପେଟ୍ରୋଲରୁ ଅଧିକ ଟିକସ ପାଉଥିବାରୁ ସେମାନେ ଏହାକୁ ଜିଏସ୍‌ଟି ପରିସରକୁ ଆଣିବାକୁ ଚାହୁନାହାନ୍ତି। ତେବେ ଏ ସମ୍ପର୍କରେ ନିଷ୍ପତ୍ତି କେବଳ ଜିଏସ୍‌ଟି ପରିଷଦ ନେଇପାରିବ । ଏହି ପରିଷଦରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।
ପ୍ରଶ୍ନ- ଜିଏସ୍‌ଟି ଲାଗୁ ହେବାର ୬ ବର୍ଷ ବିତିବାକୁ ବସିଲାଣି। ରାଜ୍ୟକୁ ଆଶାନୁରୂପ ଟିକସ ମିଳିନାହିଁ। ଏବେ ବି ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଦେଉଛନ୍ତି। ଏହି ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟକୁ କି ଫାଇଦା ମିଳିଛି। ଜିଏସ୍‌ଟି କ୍ଷତିପୂରଣ କେବେ ସୁଦ୍ଧା ବନ୍ଦ ହେବ।
ଉତ୍ତର- ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସଂଗ୍ରହ ଆଧାରରେ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ମିଳୁଛି। ପ୍ରତିବର୍ଷ ଏଥିରେ ୧୪% ବୃଦ୍ଧି କରାଯାଉଛି। ଓଡ଼ିଶାରେ ଜିଏସ୍‌ଟି ଆଦାୟ ବୃଦ୍ଧି ପାଉଛି। ୨୦୨୧-୨୨ରେ ଜିଏସ୍‌ଟି ଆଦାୟ ୪୪,୨୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ ଜାନୁୟାରୀ ସୁଦ୍ଧା ୪୦, ୧୩୮ କୋଟି ଟଙ୍କା ଆଦାୟ ହୋଇଛି। ଆସନ୍ତା ୨୦୨୫-୨୬ ଯାଏ ଜିଏସ୍‌ଟି କ୍ଷତିପୂରଣ ଚାଲୁ ରହିବ।
ପ୍ରଶ୍ନ- ଦେଖାଯାଉଛି ଅନେକ ସମୟରେ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଦ୍ୱରା ଜିଏସ୍‌ଟି ଫାଙ୍କି ବଢ଼ିଚାଲିଛି। ସେଥିରେ ଅଫିସରମାନଙ୍କର ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି। ଦୁର୍ନୀତିକୁ ରୋକିବାକୁ କି ପଦକ୍ଷେପ ନିଆଯାଉଛି।
ଉତ୍ତର- ପୂର୍ବରୁ ଟିକସ ଆଦାୟ ମାନୁଆଲ ହେଉଥିଲା। ଅଫିସରମାନେ ଟିକସଦାତାଙ୍କଠାରୁ ସିଧାସଳଖ ଟିକସ ଆଦାୟ କରୁଥିଲେ। ଏବେ ସମସ୍ତ କାର୍ଯ୍ୟ ଅନ୍‌ଲାଇନରେ ହେଉଛି। ଅଫିସରମାନଙ୍କୁ ଟାର୍ଗେଟ ଦିଆଯାଉଛି। ସେମାନେ କେଉଁ ସ୍ଥାନରେ ଚଢାଉ କରୁଛନ୍ତି ସେ ସବୁର ସୂଚନା କର୍ତ୍ତୃପକ୍ଷଙ୍କ ନିକଟରେ ରହୁଛି। ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ବ୍ୟବସ୍ଥା ରହିଛି।
ପ୍ରଶ୍ନ- ଜଣେ ସାଧାରଣ ଟିକସଦାତା ଜିଏସ୍‌ଟି ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଟିକସଦାତା ନିଜେ ଟିକସ ଦେବା ପାଇଁ ବିଭାଗ ପକ୍ଷରୁ କି ବ୍ୟବସ୍ଥା କରାଯାଇଛି।
ଉତ୍ତର- ଜିଏସ୍‌ଟି ଆସିବା ପରେ ଟିକସ ଦେବା ସରଳ ହୋଇଛି। ଅନ୍‌ଲାଇନ ଜରିଆରେ ଘରେ ବସି ଟିକସ ଦେଇ ହେବ। ଏଥିପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ସବୁ ଟିକସ ପାଇଁ ଗୋଟିଏ ରିର୍ଟନ ଫାଇଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri