Posted inଫୁରସତ

ସେଣ୍ଟ୍ରାଲ୍‌ ଏକ୍ସାଇଜ ଡେ’

୧୯୪୪ ଫେବୃୟାରୀ ୨୪ରେ ଲାଗୁ ହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ୍‌ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡେ ଭାବେ ପାଳନ କରାଯାଉଛି। ଦେଶ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ(ସିବିଆଇସି)ର ସେବାକୁ ସମ୍ମାନ ଜଣାଇବା ପାଇଁ ଏହି ଦିବସରେ ଭଲ କାମ କରିଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥାଏ। ବିଶେଷ କରି ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଦୁର୍ନୀତିକୁ ରୋକିବା ସହ ସ୍ବଚ୍ଛତା ବଜାୟ ରଖିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହି ଦିବସରେ ଦେଶରେ ବିଭିନ୍ନ ସ୍ଥାନରେ ସେମିନାର, କର୍ମଶାଳା, ଶିକ୍ଷାଗତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥାଏ। ଏହା ବ୍ୟତୀତ ସମ୍ପୃକ୍ତ ବିଭାଗ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ସେବା ପ୍ରଦାନକାରୀ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥାଏ।
ସିବିଆଇସି ପୂର୍ବରୁ ସେଣ୍ଟ୍ରାଲ ଏକ୍ସାଇଜ ଆଣ୍ଡ କଷ୍ଟମ୍ସ ଭାବରେ ଜଣାଶୁଣା ଥିଲା। କଷ୍ଟମ୍ସ ଆଇନ ପରିଚାଳନା ପାଇଁ କଷ୍ଟମ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ/କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରତିଷ୍ଠା କରାଯାଇଛି। ୨୦୧୭ ଜୁଲାଇ ୧ରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରଠାରୁ ଏହା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କର ପରିସୀମା ହ୍ରାସ ପାଇଛି। ଏହା ଏବେ କେବଳ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଏବଂ ଟବାକୋ(ମାଦକ ଦ୍ରବ୍ୟ ସଂକ୍ରାନ୍ତୀୟ) ସାମଗ୍ରୀ ଉପରେ ଲାଗୁ ହେଉଛି।
ବର୍ତ୍ତମାନ ଏହି ବିଭାଗ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଅଧୀନରେ ଅଛି, ଯାହା କଷ୍ଟମ୍ସ ଆଦାୟ, କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି, କେନ୍ଦ୍ରୀୟ ଜିଏସ୍‌ଟି ଏବଂ ଆଇଜିଏସ୍‌ଟି, ଚୋରା ଚାଲାଣ ରୋକିବା ଏବଂ ନାର୍କୋଟିକ୍ସ(ନିଶା କାରବାର)ଜଡ଼ିତ ବିଷୟଗୁଡ଼ିକର ଟିକସ ପ୍ରଶାସନ ସମ୍ବନ୍ଧୀୟ ନୀତି ପ୍ରଣୟନ ସହିତ କାର୍ଯ୍ୟ କରୁଛି। ସିବିଆଇସି ଅଧୀନରେ କଷ୍ଟମ୍ସ, ସେଣ୍ଟ୍ରାଲ ଏକ୍ସାଇଜ, ସେଣ୍ଟ୍ରାଲ ଦ୍ରବ୍ୟ ଓ ସେବା କର, ଆଇଜିଏସ୍‌ଟି, ନାର୍କୋଟିକ୍ସ,
କଷ୍ଟମ ହାଉସ, ସେଣ୍ଟ୍ରାଲ ଏକ୍ସାଇଜ ଏବଂ ସେଣ୍ଟ୍ରାଲ ଜିଏସ୍‌ଟି କମିଶନର, କେନ୍ଦ୍ରୀୟ ରାଜସ୍ବ ନିୟନ୍ତ୍ରଣ ଲାବରେଟୋରି ସମେତ ଅନ୍ୟାନ୍ୟ ବୋର୍ଡ ଏହାର ଅଧୀନ ସଂଗଠନଗୁଡ଼ିକ ପାଇଁ ପ୍ରଶାସନିକ ପ୍ରାଧିକରଣ ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri