ଇକୋନୋମିକ୍‌ ସର୍ଭେରେ ଅଭିବୃଦ୍ଧି ଆଶା

ନୂଆଦିଲ୍ଲୀ, ୧।୨: କୋଭିଡ୍‌-୧୯ ମହାମାରୀର କଷାଘାତରୁ ବୈଶ୍ୱିକ ଅର୍ଥନୀତି ଏଯାଏଁ ମୁକୁଳିପାରି ନ ଥିବାବେଳେ ଭୂ-ରାଜନୈତିକ ସଂଘର୍ଷ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥନୀତି ନଇଁ ପଡ଼ିନାହିଁ। ଦେଶର ମଜଭୁତ ଆର୍ଥିକ ଭିତ୍ତିଭୂମି ଏହାର ମୁଖ୍ୟ କାରଣ ବୋଲି ମଙ୍ଗଳବାର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ ପ୍ରକାଶ କରିଛନ୍ତି। ନାଗେଶ୍ୱରନ୍‌ଙ୍କ ମତରେ ଏପ୍ରିଲ ୧ରେ ଆରମ୍ଭ ହେବାକୁ ଥିବା ଆଗାମୀ ଆର୍ଥିକ ବର୍ଷରେ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିବ। ସାରା ବିଶ୍ୱ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ଦ୍ରୁତତମ ବିକାଶଶୀଳ ରାଷ୍ଟ୍ର ଭାରତ ସେସବୁର ମୁକାବିଲା ସଫଳ ହୋଇଛି।
କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନର ୨୪ ଘଣ୍ଟା ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷର ଇକୋନୋମିକ୍‌ ସର୍ଭେ ରିପୋର୍ଟ ଜାରି କରାଯାଇଛି। ସିଇଏ ଭି. ଅନନ୍ତ ନାଗେଶ୍ୱରନ୍‌ ମଙ୍ଗଳବାର ଅପରାହ୍ନ ୨ଟାରେ ସର୍ଭେ ରିପୋର୍ଟ ସମ୍ପର୍କରେ ଗଣମାଧ୍ୟମ ଆଗରେ ବିସ୍ତୃତ ବିବରଣୀ ରଖିଛନ୍ତି। ଏହି ଅବସରରେ ଡ. ନାଗେଶ୍ୱରନ୍‌ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ମନ୍ଥରତାକୁ ନେଇ ଭାରତ ଚିନ୍ତିତ ହେବା ଅନାବଶ୍ୟକ। ସରକାର ୬.୪% ବିତ୍ତୀୟ ନିଅଣ୍ଟ ଦିଗରେ ଅଗ୍ରସର ହେଉଛନ୍ତି। ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସକଳ ଟିକସ ରାଜସ୍ୟରେ ୧୫.୫% ଅଭିବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ ଆର୍ଥିକ ବର୍ଷର ପ୍ରଥମ ୩ଟି ତ୍ରୈମାସିକରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧୩.୪୦ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ୨୦୨୨ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପ୍ରବାହ ୨୧. ୩ ବିଲିୟନ୍‌ ଡଲାର ଥିଲା, ଯାହାକି ପୂର୍ବବର୍ଷ ତୁଳନାରେ ୭୬% ଅଧିକ। ଭାରତୀୟ ଫାର୍ମାସ୍ୟୁଟିକାଲ୍‌ ରପ୍ତାନି ୨୦୨୧ରେ ୨୪% ବୃଦ୍ଧି ହୋଇଥିବାବେଳେ ୨୦୨୨ ପର୍ଯ୍ୟନ୍ତ ଫାର୍ମା ସେକ୍ଟର ୨୦ ବିଲିୟନ୍‌ ଡଲାରରୁ ଅଧିକ ବିଦେଶୀ ନିବେଶ ପାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ୍‌ ପିଛା ୧୦୦ ଡଲାର ତଳେ ରହିଥିବା ପର୍ଯ୍ୟନ୍ତ ଆକଳନ କରାଯାଇଥିବା ଅଭିବୃଦ୍ଧି ପ୍ରତି କୌଣସି ସଙ୍କଟ ଦେଖାଯାଉ ନାହିଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ମୁଦ୍ରାସ୍ଫୀତି ବଡ଼ ଚିନ୍ତାର କାରଣ ପାଳଟି ନ ପାରେ।

ଓଡ଼ିଶାରେ ୧୦୦% ହୋଇ ନାହିଁ ଟେଲି ସଂଯୋଗ

ଓଡ଼ିଶା ଅଦ୍ୟାବଧି ୧୦୦% ଟେଲି ସାନ୍ଧ୍ରତା ହାସଲ କରିପାରି ନାହିଁ। ତେଣୁ ରାଜ୍ୟରେ ଟେଲି ଯୋଗାଯୋଗ କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଛି। ଦେଶରେ ଟେଲି-ସାନ୍ଧ୍ରତା ହାରାହାରି ୮୪.୮% ଥିବାବେଳେ ଓଡ଼ିଶାରେ ଜାତୀୟ ହାରଠାରୁ ବହୁ ତଳେ ରହିଛି ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ଉପସ୍ଥାପିତ ଇକୋନୋମିକ୍‌ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସର୍ଭେ ରିପୋର୍ଟ ଉପସ୍ଥାପନ ବେଳେ କହିଛନ୍ତି, ୨୦୧୯ରେ ଓଡ଼ିଶାର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ୫୦%ରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ସର୍ଭେ ଅନୁଯାୟୀ ୨୦୨୨ ନଭେମ୍ବର ସୁଦ୍ଧା ଭାରତରେ ଟେଲିଫୋନ୍‌ ବ୍ୟବହାରକାରୀଙ୍କ ମୋଟ ସଂଖ୍ୟା ୧୧୭ କୋଟି ଥିଲା। ସେମାନଙ୍କ ମଧ୍ୟରୁ ୯୭% ବା ୧୧୪.୩ କୋଟି ଓ୍ବେରଲେସ୍‌ ଜରିଆରେ ଯୋଗାଯୋଗ କରିଥାନ୍ତି। ୨୦୨୨ ଜୁନ୍‌ ସୁଦ୍ଧା ଦେଶର ୮୩.୭ କୋଟି ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ସଂଯୋଗ ବ୍ୟବସ୍ଥା ରହିଥିଲା। ଦେଶର ମୋଟ ଟେଲି ଡେନ୍‌ସିଟି ୮୪.୮%। ବିଭିନ୍ନ ରାଜ୍ୟରେ ଏହି ହାରରେ ବଡ଼ ବ୍ୟବଧାନ ଦେଖିବାକୁ ମିଳିଛି। ବିହାରରେ ଟେଲି-ଡେନ୍‌ସିଟି ୫୫.୪% ଥିବାବେଳେ ଦିଲ୍ଲୀରେ ୨୭୦.୬% ରହିଛି। ୮ ଲାଇସେନ୍ସ ଏରିଆ ସର୍ଭିସ୍‌ ରାଜ୍ୟରେ ଟେଲି-ସାନ୍ଧ୍ରତା ୧୦୦%ରୁ ଅଧିକ ରହିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ଓଡ଼ିଶାର ଗ୍ରାମାଞ୍ଚଳରେ ସହରାଞ୍ଚଳ ତୁଳନାରେ ଖାଦ୍ୟର ଦରଦାମ୍‌ ସାଙ୍ଗକୁ ମୁଦ୍ରାସ୍ଫୀତି ଅଧିକ ରହିଛି। ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୨୦୨୩ ଆର୍ଥିକ ବର୍ଷରେ ୭% ରହିଥିବା ସର୍ବେକ୍ଷଣରେ ରେଖାଙ୍କିତ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ ୨୦୧୭ରେ ଓଡ଼ିଶାକୁ ୨୨୨% ସୁବିଧା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri