ଭାରତର ମୁଦ୍ରାସ୍ଫୀତି ୫%କୁ ଖସିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧।୨: ଭାରତର ମୁଦ୍ରାସ୍ଫୀତି ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିବ ବୋଲି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କହିଛି। ଆଇଏମ୍‌ଏଫ୍‌ ପକ୍ଷରୁ ଜାରି ଓ୍ବାଲର୍‌ଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ରେ ଦର୍ଶାଯାଇଛି ଯେ, ପ୍ରାୟ ୮୪% ଦେଶରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ) ୨୦୨୨ ତୁଳନାରେ ୨୦୨୩ରେ ହ୍ରାସ ପାଇପାରେ। ଭାରତରେ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୮%କୁ ଖସିପାରେ। କେବଳ ଏତିକି ନୁହେଁ, ଏହି ହାର ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିପାରେ ବୋଲି ଆଇଏମ୍‌ଏଫ୍‌ ଅଧୀନ ରିସର୍ଚ୍ଚ ଡିପାର୍ଟମେଣ୍ଟର ଡିଭିଜନ୍‌ ଚିଫ୍‌ ଡାନିଏଲ୍‌ ଲେଇଘ ଗଣମାଧ୍ୟମକୁ କହିଛନ୍ତି।
ଆକଳନ ଅନୁସାରେ ବୈଶ୍ୱିକ ଅଭିବୃଦ୍ଧି ୨୦୨୨ରେ ୩.୪% ରହିବା ଅନୁମାନ କରାଯାଇଥିଲା। ୨୦୨୩ରେ ଏହା ୨.୯% ରହିବ ଏବଂ ୨୦୨୪ରେ ପୁଣି ୩.୧ ପ୍ରତିଶତକୁ ବୃଦ୍ଧି ପାଇବ। ତେବେ ଭାରତକୁ ନେଇ ଅଭିବୃଦ୍ଧି ଆକଳନ ଅପରିବର୍ତ୍ତିତ ରହିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୬.୮% ରହିବା ନେଇ ଅନୁମାନ କରାଯାଇଥିଲା। ଆଗାମୀ ଆର୍ଥିକ ବର୍ଷରେ ଏହା ୬.୧% ରହିପାରେ।

ବଢ଼ିପାରେ କରେଣ୍ଟ ଆକାଉଣ୍ଟ୍‌ ଡେଫିସିଟ୍‌

ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ, ଗ୍ଲୋବାଲ୍‌ କୋମୋଡିଟି ପ୍ରାଇସ୍‌ ବହୁ ଉଚ୍ଚକୁ ଛୁଇଁଛି। ଏଥିଯୋଗୁ ଆଗକୁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିପାରେ। କିନ୍ତୁ ଆର୍ଥିକ ଅଭିବୃଦ୍ଧିର ଗତି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ସିଏଡି ବଢ଼ିଲେ ଟଙ୍କା ଉପରେ ଡେପ୍ରିସିଏଶନ୍‌ ଚାପ ସୃଷ୍ଟି ହୋଇପାରେ।

ପିପିପିରେ ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ, ପର୍‌ଚେଜିଂ ପାଓ୍ବାର୍‌ ପ୍ୟାରିଟି (ପିପିପି) କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି। ଏକ୍ସଚେଞ୍ଜ ରେଟ୍‌ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ଭାରତ ରହିଛି। ଅଧିକାଂଶ ଅର୍ଥ ବ୍ୟବସ୍ଥା ତୁଳନାରେ ଆମ ଦେଶ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ଅଧିକ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?