ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୦ା୯:ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ତେବେ ବିଭିନ୍ନ ରାଜନୈତିକ ଦଳର ସଙ୍ଗଠନ ମଜଭୁତ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି ା ବିଜେଡି ସଙ୍ଗଠନ ମଜଭୁତ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ା ସେହିପରି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ନିକଟରେ ଜିଲା ଗସ୍ତ କରି ଫେରିଛନ୍ତି ା ଏହା ବ୍ୟତୀତ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସମସ୍ୟା ଉଠାଇ ଲୋକଙ୍କ ନିକଟତର ହେଉଥିବା ବେଳେ ଏଏପି ପକ୍ଷରୁ ଜିଲା କର୍ମକର୍ତ୍ତାଙ୍କ ସମ୍ମିଳନୀ କରିଛି ା ତେବେ ଏହି ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୁରିଥିଲେ ମଧ୍ୟ ଖରିଫ ଚାଷ ଜୀବନ ଜୀବିକା ହୋଇଛି ା ମାନବ ସମ୍ବଳର ଉପଯୋଗ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ ା କର୍ମ ନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡୁଛି ା ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ ବୋଲି ସାଧାରଣ ମତ ପ୍ରକାଶ ପାଇଛି ା
୧୭ ପଞ୍ଚାୟତକୁ ସଡ଼କ ସଂଯୋଗ ନାହିଁ
ପ୍ରତିଗ୍ରାମକୁ ସୁଗମ ପଥ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାର ପୂରଣ ସହ ଲୋକ ସମ୍ଭଳକୁ ଉପଯୋଗ କରିବା ଦ୍ୱାରା ଆର୍ଥିକ ବିକାଶର ଅଗ୍ରଗତି ହୁଏ ା ତେବେ ଏହି ଜିଲାର ୧୭ ପଞ୍ଚାୟତକୁ ଅଦ୍ୟାବଧି ସଡ଼କ ଯୋଗାଯୋଗ ପଥ ହୋଇନାହିଁ ା ଜଳ ପରିଚାଳନା ସମସ୍ୟାରେ ଚାଷୀ ଅଛନ୍ତି ା ଜଳ ସେଚନ ସହ ଜଳ ନିଷ୍କାସନ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇଛି ା ଜିଲାର ଦୁଇ ପୌରାଞ୍ଚଳରେ ଜନ ସଂଖ୍ୟାର ବୃଦ୍ଧି ସହ ତାଳ ଦେଇ ଜବରଦଖଲ ବଢ଼ୁଛି ା ସହରର ଶ୍ୟାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରିତା ଅନିଶ୍ଚିତତାରେ ଅଛି ା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ ା ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ସମନ୍ବୟ ଅଭାବରୁ ପ୍ରଶାସକ ଓ ରାଜନେତାଙ୍କ ଭିଜନ ଡକ୍ୟୁମେଣ୍ଟରେ ଏହା ସ୍ଥାନ ପାଉନାହିଁ ା
– ସୁନିଲ କୁମାର ଗନ୍ତାୟତ,
ସାମାଜିକ କର୍ମୀ, ମହାକାଳପଡ଼ା ା
ଅନୁଦାନ ଅର୍ଥ ଆତ୍ମସାତ୍‌ ମୂଳ ଲକ୍ଷ୍ୟ
ରାଶନ କାର୍ଡ, ବାସଗୃହ ଯୋଜନାରେ ବହୁ ବ୍ୟତିକ୍ରମ ରହିଛି ା ଯାହା ଆସନ୍ତା ସାଧାରଣ ନିର୍ବାଚନରେ ରାଜନେତାଙ୍କ ପାଇଁ ବୁମେରାଂ ହେବ। କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଛି। ତେବେ ଏହାର ସୁରକ୍ଷା ଓ ପରିଚାଳନା ପ୍ରତି ରାଜନେତା ଓ ପ୍ରଶାସକଙ୍କ ଆଗ୍ରହ ନାହିଁ। ସାମୁଦ୍ରିକ ଝଡ଼, ବନ୍ୟା ସମୟରେ ସ୍ଥାନାନ୍ତରଙ୍କ ସଂଖ୍ୟା ଓ ବିଭିନ୍ନ କ୍ଷତିକୁ ଅଧିକ ଦେଖାଇ ଅନୁଦାନ ଅର୍ଥ ଆତ୍ମସାତ୍‌ କରିବା ପ୍ରଶାସକ ଓ ରାଜନେତାଙ୍କ ମୂଳ ଲକ୍ଷ୍ୟ ହୋଇଛି ା ଚାଷ ଏଠାରେ ଅର୍ଥନୀତିକୁ ପରିଚାଳନା କରୁଥିବା ବେଳେ ଜଳ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଆଦିର ଜିଲା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିଲେ ମଧ୍ୟ ରାଜନେତା ନୀରବ ରହୁଛନ୍ତି ା
-ସଚ୍ଚିକାନ୍ତ ବେହେରା,ବୃଦ୍ଧିଜୀବୀ, କେନ୍ଦ୍ରାପଡ଼ା ା
ଶିକ୍ଷା,ସ୍ବାସ୍ଥ୍ୟସେବା ନାହିଁ
ରାଜନଗର ଓ ମହାକାଳପଡ଼ା ଏହି ଜିଲାର ବଙ୍ଗୋପସାଗର କୂଳରେ ଅଛି ା ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି ା ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହିତ ତଟକ୍ଷୟ ଏହି ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ହୋଇଛି ା ତଟ କ୍ଷୟ ପାଇଁ ସାତଭାୟାବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଥଇଥାନସ୍ଥଳର ଉନ୍ନତିକରଣ ଅଦ୍ୟାବଧି ହୋଇନାହିଁ ା ଦୁଇ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ସଡ଼କପଥ ନାହିଁ ା ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ ା ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ା
-କରୁଣାକର ବେହେରା, ରାଜନଗର ।
ବାଂଲାଦେଶୀ,ରୋହିଁଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି
ଶିକ୍ଷକ, ଡାକ୍ତର ପଦବୀ ପୂରଣ ପାଇଁ ବହୁବାର ଦାବି ହୋଇଛି ା କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ଯୁବବର୍ଗ ଏବେ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ବାଂଲାଦେଶୀ ଓ ରୋହିଁଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି ା ଅପରାଧିକ କାର୍ଯ୍ୟକଳାପ ରୋକିବାରେ ଜିଲା ପୋଲିସ ବିଫଳ ହୋଇଛି ା ଏବେ ଜିଲାରେ ଖରସ୍ରୋତା ପାଣି ବିବାଦ ଦେଖାଦେଇଛି ା ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏନେଇ ଜନ ସଚେତନତା କରିବା କଥା ା ସେହିପରି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ ହେବା କଥା ା ତେବେ ପ୍ରଶାସକ ଓ ରାଜନେତା ଜିଲାବାସୀଙ୍କ ହିତ ଅପେକ୍ଷା ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ କରିବା ପରିଣାମ ଆସନ୍ତା ନିର୍ବାଚନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡିବ ା
– ଅମରବର ବିଶ୍ୱାଳ,
ସାମାଜିକ କର୍ମୀ କେନ୍ଦ୍ରାପଡ଼ା ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri