ବାର୍ଦ୍ଧକ୍ୟରେ ବଢୁଛି ବ୍ୟଥା

ଢେଙ୍କାନାଳ ଅଫିସ, ୨୨।୮: ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର ବିଶ୍ୱବ୍ୟାପୀ ପାଳିତ ହୋଇଛି ବରିଷ୍ଠ ନାଗରିକ ଦିବସ। ସେମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ସଭାସମିତି ଏବଂ ସଚେତନତା କାର୍ଯ୍ୟକ୍ରମ। ‘ବୟସ୍କଙ୍କ ସୁରକ୍ଷା, ଆମର ଦାୟିତ୍ୱ’ ବୋଲି ଭାଷଣବାଜି ମଧ୍ୟ କରାଯାଇଛି। ହେଲେ ଥାନା ହେଉ କି ଡାକ୍ତରଖାନା, ଘର ହେଉ କି ଦପ୍ତର ସବୁଠି ସେମାନେ ଏବେ ବି ଅବହେଳିତ। ପ୍ରଶାସନର ନୀରବତା ଆଗରେ ବୟୋଜ୍ୟେଷ୍ଠଙ୍କ ଦାବି ନିଷ୍ପ୍ରଭ ହୋଇପଡୁଥିବାବେଳେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଦୁଇବର୍ଷ ତଳେ ଢେଙ୍କାନାଳ ଜିଲା ପ୍ରଶାସନ, ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏହି ପରିଚୟପତ୍ର ଦେଖାଇଲେ ବିଭିନ୍ନ କାର୍ଯ୍ୟରେ ଅଗ୍ରାଧିକାର ଦିଆଯିବ ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଏଥିସହ ଥାନାରେ ଉପଯୁକ୍ତ ସମ୍ମାନ ପ୍ରଦାନ ଏବଂ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଶିବିର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ଅବସର ସମୟରେ ମନୋରଞ୍ଜନ ପାଇଁ ବିଭିନ୍ନ ସ୍ଥାନରେ ପାର୍କ, ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଚଲାପଥ ନିର୍ମାଣ କରାଯିବ ବୋଲି ଯୋଜନା ରହିଥିଲା। ହେଲେ ଏସବୁ ଆଜି ବି ସ୍ବପ୍ନ ପାଲଟିଛି। ସିନିୟର ସିଟିଜେନ୍‌ଙ୍କ ପାଇଁ ରେଳଯାତ୍ରା ସମୟରେ ଦିଆଯାଇଥିବା ରିହାତି ମଧ୍ୟ ବନ୍ଦ କରିଦିଆଯାଇଥିବା କେତେଜଣ ଅଭିଯୋଗ କରିଛନ୍ତି। ଭତ୍ତା ଯୋଜନାରୁ କୌଣସି ବୟସ୍କ ଯେପରି ବାଦ୍‌ ନ ପଡ଼ନ୍ତି, ତାହାକୁ ଗୁରୁତ୍ୱ ଦେବାକୁ ଜିଲାପାଳ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବାବେଳେ ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏବେ ବି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁର୍ଗମ ଗ୍ରାମାଞ୍ଚଳରୁ ଜିଲା କାର୍ଯ୍ୟାଳୟକୁ ବୃଦ୍ଧାବୃଦ୍ଧ ଧାଇଁ ଆସିବା, ସେମାନଙ୍କ ଅସହାୟତାକୁ ସ୍ପଷ୍ଟ କରିଛି।
ବିପିଏଲ୍‌ ତାଲିକାଭୁକ୍ତ ବୟସ୍କ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନ୍‌ସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଢେଙ୍କାନାଳ ଜିଲାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ୯୧,୦୭୧ଜଣ ୫୦୦ ଟଙ୍କା ଏବଂ ୮୦ରୁ ଊର୍ଦ୍ଧ୍ୱ ୭,୯୪୭ଜଣ ୭୦୦ଟଙ୍କା ଲେଖାଏ ଭତ୍ତା ପାଉଛନ୍ତି। ତେବେ ଏବେ ବି ଅନେକେ ଯୋଗ୍ୟତା ଥାଇ ସୁଦ୍ଧା ଏଥିରୁ ବଞ୍ଚତ୍ତ ହୋଇ ରହିଥିବା ଅଭିଯୋଗ ହେଉଛି। ସେହିପରି କାମାକ୍ଷାନଗର ଉପଖଣ୍ଡରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପସ୍‌ କରିବା ଲାଗି ୧୦ ଏକର ଜାଗା ଚିହ୍ନଟ ହୋଇଛି। ତେବେ ଅନୁଦାନ ପ୍ରଦାନ କରାଯାଉ ନ ଥିବାରୁ ଏହି ପ୍ରତୀକ୍ଷିତ ପ୍ରକଳ୍ପ ଆଗକୁ ବଢ଼ିପାରୁନାହିଁ।
ଏ ସଂକ୍ରାନ୍ତରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ କୁହନ୍ତି, ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କେତେ ଜଣଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ପରିବାରରୁ ଅଲଗା ହୋଇଥିବା ବୃଦ୍ଧାବୃଦ୍ଧଙ୍କ ଥଇଥାନ ପାଇଁ ଜରାଶ୍ରମ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଭରଣ ପୋଷଣ ଆଇନ-୨୦୦୭ ଅନୁଯାୟୀ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟ୍ରିବ୍ୟୁନାଲ ରହିଛି। କୋଭିଡ୍‌ ଯୋଗୁ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri