ଅଭିବୃଦ୍ଧିଶୀଳ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ

 

ମତ୍ସ୍ୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ଆୟ ଏବଂ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର ଭାବରେ ମାନ୍ୟତା ଦିଆଯାଇଛି। ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୧୦୦ କୋଟିରୁ ଊର୍ଦ୍ଧ୍ୱ ଓ ବାର୍ଷିକ ପ୍ରାୟ ୧୦୦ ନିୟୁତ ଟନ୍‌ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ବିଶ୍ୱରେ ଆବଶ୍ୟକ ପଡୁଥିବା ପ୍ରାଣୀଜ ପ୍ରୋଟିନ୍‌ର ୨୫% କେବଳ ମାଛ ହିଁ ଭରଣା କରିଥାଏ। ମତ୍ସ୍ୟଚାଷ ହେଉଛି ଭାରତର ଏକ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର, ଯାହା ଦେଶର ୨୮ ନିୟୁତରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବା ବ୍ୟତୀତ ଦେଶକୁ ପୁଷ୍ଟିକର ଖାଦ୍ୟ ଏବଂ ଖାଦ୍ୟ ସୁରକ୍ଷା ପ୍ରଦାନ କରୁଛି। ବିଶ୍ୱ ମତ୍ସ୍ୟ ଉତ୍ପାଦନର ୭.୫୬% ଉତ୍ପାଦନ ହିସାବରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଷ୍ଟ୍ର। ସେହିପରି ଭାରତର ଅନ୍ୟତମ ଉପକୂଳ ରାଜ୍ୟ ଭାବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ୬.୮୮ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର କ୍ଷାରିଜଳ କ୍ଷେତ୍ର, ୪୮୦ କିଲୋମିଟର ଉପକୂଳ କ୍ଷେତ୍ରର ଜଳ ସମ୍ପଦରୁ ବାର୍ଷିକ ୯.୯୧ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ କରି ଚତୁର୍ଥ ସ୍ଥାନରେ ରହିଛି ଓ ବିଶ୍ୱସ୍ତରରେ ବ୍ୟକ୍ତି ପ୍ରତି ୨୦.୨୦ କିଗ୍ରା ମାଛ ଖାଦ୍ୟ ରୂପେ ଆହରଣ ହେଉଥିବା ବେଳେ ଭାରତରେ ଏହା ୯.୫ କିଗ୍ରା ଓ ଓଡ଼ିଶା ୧୭.୧୫ କିଗ୍ରା ପ୍ରମାଣଦିଏ ଓ ମାଛର ଲୋକପ୍ରିୟତା।
କୋଟି କୋଟି ବିଶ୍ୱବାସୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉ ଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ନିମନ୍ତେ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ରେ ପାଳନ କରାଯାଏ। ବିଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ଏହି ଦିବସର ପାଳନ ଏକ ଯଥାର୍ଥ ପଦକ୍ଷେପ । ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶ୍ୱରେ ଥିବା ପ୍ରାକୃତିକ ଜଳଉତ୍ସ ଯଥା ସମୁଦ୍ର, ମଧୁର ଜଳ ଓ କ୍ଷାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଳଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଳଉତ୍ସଗୁଡ଼ିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀମୁହାଣ, ଆର୍ଦ୍ର ଭୂମି, କୋରାଲ ରିଫ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହାରି ଉପରେ ହିଁ ନିୟୁତ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନା ସହ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକାକୁ ବିଚାର କରିବାକୁ ପଡ଼ିଥାଏ। ପ୍ରାକୃତିକ ଜଳଉତ୍ସର ମତ୍ସ୍ୟ ସମ୍ପଦର ସୁପରିଚାଳନା ତଥା ଏହାର ବଂଶ ବୃଦ୍ଧି ଏବଂ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ବର୍ତ୍ତମାନ ବିଶ୍ୱ ମତ୍ସ୍ୟ ନୀତିର ବ୍ୟାପକ ପରିବର୍ତ୍ତନ ଆବଶ୍ୟକ ଓ ଏହାହିଁ ବିଶ୍ୱ ମତ୍ସ୍ୟ ଦିବସର ମୁଖ୍ୟ ଆହ୍ବାନ।
ବିଶ୍ୱ ମତ୍ସ୍ୟ ଦିବସ ପାଳନ କେବଳ ମତ୍ସ୍ୟ ଉତ୍ସ, ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଆଲୋକପାତ କରିବାରେ ସୀମିତ ନୁହେଁ, ମତ୍ସ୍ୟ ବିବିଧତାର ପରିମାଣ ଦ୍ୱାରା ଜଳଉତ୍ସର ମାନ ବି ନିର୍ଦ୍ଧାରଣ କରାଯିବା ଉଚିତ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛି ବର୍ଷ ହେବ ସୂଚିତ କରେ ଯେ ମାଛବସତି ଅଞ୍ଚଳଗୁଡିକର ମାନ ଠିକ୍‌ ନାହିଁ। ଯଦି ଏହାପ୍ରତି ଗୁରୁତ୍ୱ ଦିଆ ନ ଯାଏ, ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହଁାଇବ। ବିଶେଷକରି ଶିଳ୍ପ କ୍ଷେତ୍ର, କୃଷିକ୍ଷେତ୍ର, ଘରୋଇ ତଥା ସହରର ବର୍ଜ୍ୟଜଳ ନିଷ୍କାସନ ତଥା ତୈଳ ଓ ପ୍ଲାଷ୍ଟିକ ଯୋଗୁ ଉପକୂଳ ସମୁଦ୍ରର ଜଳ ବହୁମାତ୍ରରେ ପ୍ରଦୂଷିତ ହେଉଛି ଓ ମାଛବଂଶ ପ୍ରତି ଏହା ସଙ୍କଟ ସୃଷ୍ଟି କରୁଛି। ମାଛ ଉତ୍ପାଦନ ବାଧାପ୍ରପ୍ତ ହେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ବି ଏହା ଦ୍ୱାରା ପ୍ରଭାବିତ ହେଉଛି।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢୁଛି। ମିଳିତ ଜାତିସଂଘ ତଥ୍ୟ ଅନୁଯାୟୀ ସମୁଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଜଳଉତ୍ସଗୁଡିକର ଦୁଇ ତୃତୀୟାଂଶରେ ମାତ୍ରାଧିକ ମାଛ ଧାରାଯାଉଛି। ଏକ ତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଅସ୍ବାସ୍ଥ୍ୟକର ମାଛବସତି ଅଞ୍ଚଳ ଯୋଗୁ ମାଛବଂଶ ବୃଦ୍ଧି ଆଶାନୁରୂପ ହୋଇ ପାରୁନାହିଁ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଏସବୁ ଉପରେ ଗୁରୁତ୍ୱ ପ୍ରଦାନ ସହ ମତ୍ସ୍ୟ ବିବିଧତା, ମାଛବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ସହ ପ୍ରାକୃତିକ ଜଳଉତ୍ସଗୁଡିକୁ ଉତ୍ପାଦନକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ ଆବଶ୍ୟକ। ପ୍ରାକୃତିକ ଜଳଉତ୍ସରେ ଜୈବ ବିବିଧତାର ସୁରକ୍ଷା ସହ ସମୁଦ୍ରରେ ମାଛବଂଶର ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣାର ଆବଶ୍ୟକତା ରହିଛି। ଓଡ଼ିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓ ମାଛବଂଶ ବୃଦ୍ଧିପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଛଧରା ନିଷିଦ୍ଧାଞ୍ଚଳ ତଥା ମତ୍ସ୍ୟ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଓ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ମୋବାଇଲ ଆପ୍‌ ଏଫ୍‌ଏଫ୍‌ଏମ୍‌ଏ ଓ ଅନ୍ୟ ଏକ ମୋବାଇଲ ଆପ୍‌ ସିକ୍ୟୁଅର ଫିଶିଂ ପ୍ରସ୍ତୁତ ହୋଇଛି, ଯାହାକି ମତ୍ସ୍ୟଜୀବୀଙ୍କ ପାଇଁ ଅତି ଉପାଦେୟ ସାବ୍ୟସ୍ତ ହୋଇଛି। ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ମାଛ ଯାଁଆଳ ଛଡ଼ାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରମାନଙ୍କର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ସେହିପରି ମହାନଦୀ ସମେତ ଅନ୍ୟାନ୍ୟ ନଦୀରେ ମାଛ ଯାଆଁଳ ବୃଦ୍ଧି ସହ ଏହା ଉପରେ ନିର୍ଭର କରୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁନିଶ୍ଚିତ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳାମାନଙ୍କ ଆର୍ଥିକ ବିକାଶ ଘଟାଇବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ଗ୍ରାମପଞ୍ଚୟତ ପୋଖରୀଗୁଡିକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ୍‌ ଦିଆଯାଇ ମାଛଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡିକୁ ପୁନଃକ୍ଷମ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ତଥା ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ନୂତନ ପୋଖରୀ ଖନନ, ଭିତ୍ତିଭୂମିର ବିକାଶ, ଉନ୍ନତ ଜ୍ଞାନ କୌଶଳଯୁକ୍ତ ମାଛଚାଷ ପାଇଁ ପ୍ରୋତ୍ସାହନ ଓ ତାଲିମ ପ୍ରଦାନ, ମାଛଚାଷରେ ବ୍ୟବହୃତ ଉପକରଣ ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ମେଧାବୃତ୍ତି ପ୍ରଦାନ, ମତ୍ସ୍ୟଜୀବୀ ପରିବାରକୁ ବିମାଭୁକ୍ତ କରାଯାଉଛି। ବାୟୋଫ୍ଲକ, କେଜ କଲ୍ଚର ଭଳି ଉନ୍ନତ ଜ୍ଞାନ କୌଶଳଯୁକ୍ତ ମାଛଚାଷ କାର୍ଯ୍ୟକ୍ରମ ମାଛଚାଷ ପ୍ରତି ଶିକ୍ଷିତ ଯୁବଗୋଷ୍ଠୀଙ୍କ ଆଗ୍ରହ ସୃଷ୍ଟି କରୁଛି। ଜଳ ସମ୍ପଦ, ମତ୍ସ୍ୟ ସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଙ୍ଗଠନ, ଉଦ୍ୟୋଗୀଙ୍କ ବିକାଶକୁ ମଧ୍ୟ ଦୃଷ୍ଟି ଦିଆଯାଇ ପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri