ଅପାରଗ ବଢ଼ନ୍ତୁ

ପୃଥିବୀ ବ୍ୟାପୀ ସବୁ ଧର୍ମରେ ସବୁ ସଭ୍ୟତାରେ ବିବାହର ଏକ ସ୍ବତନ୍ତ୍ରତା ରହିଥାଏ। ଭାରତରେ ମଧ୍ୟ ହିନ୍ଦୁ ବିବାହରେ ଏକ ବିଶେଷତ୍ୱ ରହିଛି। ନିକଟରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଗଣ ବିବାହରେ ଯେଉଁ କେଳେଙ୍କାରି ଘଟିଯାଇଛି ତାହା ଏକ କୌତୂହଳପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ଗତ ମାସ ୨୫ରେ ଉତ୍ତରପ୍ରଦେଶ ବଲିଆରେ ଆୟୋଜିତ ଏକ ଗଣ ବିବାହ ଉତ୍ସବରେ ମିଛ ବରକନ୍ୟାଙ୍କୁ ଆଣି ବିବାହ କରାଯାଇଥିଲା। ହୋଇଥିବା ଜାଲିଆତିର ପର୍ଦ୍ଦାଫାଶ ହେବା ପରେ ୨ ସରକାରୀ ଅଧିକାରୀଙ୍କ ସହ ୧୫ ଜଣଙ୍କୁ ଗିରଫ କରାଯାଇଛି। କନ୍ୟା ଓ ବର ଭାବେ ଗଣବିବାହରେ ଅଭିନୟ କରିବା ଲାଗି ୨୦୦ ଯୋଡ଼ିଙ୍କୁ ୫୦୦ରୁ ୨୦୦୦ ଟଙ୍କା ଯାଏ ଦିଆଯାଇଥିଲା ବୋଲି ଜଣାପଡ଼ିଛି। ଏଭଳି ଗଣବିବାହରେ ଭାଗନେଇଥିବା ପ୍ରତ୍ୟେକ କନ୍ୟା ପାଇଁ ମୋଟ୍‌ ୫୧ ହଜାର ଟଙ୍କା ସରକାରୀ ସ୍ତରରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ସରକାରୀ ସହାୟତା ଯେତେବେଳେ ଅନେକ ଶହ ମହିଳାଙ୍କ ନାମରେ ରାଜକୋଷରୁ ଦିଆଯାଉଛି, ସେତେବେଳେ ସେହି ପରିମାଣ ଏକ ବିରାଟ ରୂପ ଧାରଣ କରୁଛି। ସମ୍ଭବତଃ ଏହିଭଳି ବିବାହ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ହୋଇ ଆସୁଛି। କିନ୍ତୁ କୌଣସି ଗଣମାଧ୍ୟମ ଏଭଳି ଘଟଣାକୁ ପୂର୍ବରୁ ଲୋକଲୋଚନକୁ ଆଣି ନ ଥିଲା। ୨୫ ଜାନୁଆରୀ ବଲିଆ ଘଟଣାକୁ ଆଶ୍ଚର୍ଯ୍ୟଜନକ ଭାବେ ଆଦାନୀ କମ୍ପାନୀର ଏନ୍‌ଡିଟିଭି ମାଧ୍ୟମରେ ଦେଶବାସୀ ଜାଣିବାକୁ ପାଇଲେ। ପରବର୍ତ୍ତୀ ସମୟରେ ଅନ୍ୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ବହୁଳ ପ୍ରସାରିତ ହୋଇଥିଲା। କେତେକ ସୂତ୍ରରୁ କୁହାଗଲା ଯେ, ଗୁଜରାଟୀ ବ୍ୟବସାୟୀ ଆଦାନୀଙ୍କ ଚାନେଲ ମାଧ୍ୟମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବଦ୍‌ନାମ କରିବା ପାଇଁ ଏହା ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଆରମ୍ଭ ମାତ୍ର। ଆସନ୍ତା ଦିନମାନଙ୍କରେ ଆଉ କେତେକେ ଏହିଭଳି ଦୋଷାରୋପ ଆଣି ଆଦିତ୍ୟନାଥଙ୍କୁ ବଦ୍‌ନାମ କରିବା ପାଇଁ ଚେଷ୍ଟା କରାଯାଇପାରେ। ସମସ୍ତେ ଜାଣନ୍ତି ଯେ, କଂଗ୍ରେସ, ସମାଜବାଦୀ ପାର୍ଟି କିମ୍ବା ଅନ୍ୟ କୌଣସି ଅଣ ଭାଜପା ଦଳର ଇଙ୍ଗିତରେ ଏନ୍‌ଡିଟିଭି କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ନାହିଁ। ସେଥିପାଇଁ ଅନ୍ୟ କ୍ଷମତାର ପ୍ରଭାବ ପଡ଼ିଥାଇପାରେ। ତେବେ କେବଳ ରାଜନୀତିରେ ଏହି ଘଟଣାକୁ ସୀମିତ କରିଦେବା ଅନୁଚିତ ହେବ।
ବଲିଆର ଗଣବିବାହ ବହୁଭାବରେ ସାଧାରଣ ଭାରତୀୟଙ୍କ ଏବକାର ଚରିତ୍ର ଦର୍ଶାଉଛି। ପୂର୍ବରୁ ସିନେମାରେ ମିଛିମିଛିକା ବିବାହର ଦୃଶ୍ୟରେ ଭାଗନେବାକୁ ଭାରତୀୟ ତାରକାମାନେ ଅନିଚ୍ଛୁକ ହେଉଥିଲେ। ତାହାର କାରଣ ହେଲା ଏହି ସଂସ୍କୃତିରେ ନାରୀର ହାତ ଧରି ସାତଫେରା କରିଲେ ଅନେକ ଦାୟିତ୍ୱ ଉଭୟଙ୍କ ଉପରେ ଆସିଯାଏ, ଯାହା କି ଏକ ପବିତ୍ର ବନ୍ଧନ ବୋଲି ବିବେଚିତ ହେଉଥିଲା। ଅର୍ଥାତ୍‌ ବିବାହର ଅଭିନୟ କରିବାକୁ ଅନେକେ ଭୟ କରୁଥିଲେ। ଆଜିର ସାମାଜିକ ପରିସ୍ଥିତିରେ ସେଭଳି ଭୟ କାହାରି ମନରେ ଦିଶୁନାହିଁ। ଯେକୌଣସି ମତେ ଏବଂ ଯେଉଁ ପ୍ରକାରର ଆବଶ୍ୟକତା ଉପୁଜୁଛି ତାହାର ଲାଭ ଉଠାଇବାକୁ ଯାଇ ଅସତ୍ୟ କିମ୍ବା ଜାଲିଆତି ମାଧ୍ୟମରେ ଅର୍ଥ ଲାଭ କରିବା କାହାରିକୁ ବିଚଳିତ କରୁନାହିଁ। ଯଦି କୌଣସି ଅର୍ଥ ପକେଟରେ ପଶିଲା ତେବେ ସବୁ ପ୍ରକାର ଅନୈତିକ କାର୍ଯ୍ୟ କରିବା ପାଇଁ ଆଜିର ଅଧିକାଂଶ ଭାରତୀୟ ଯୁବତୀଯୁବକ ପ୍ରସ୍ତୁତ ହୋଇଯାଉଛନ୍ତି। ଏହି ରୋଗ କେବଳ ଯୁବପିଢ଼ିରେ ସୀମିତ ରହୁନାହିଁ। ଅର୍ଥ ଅର୍ଜନ କରୁଥିବା ପିଲାଙ୍କୁ ତାଙ୍କର ମାତାପିତା ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ରହୁଛନ୍ତି। ଆପତ୍ତି କରିବାର ସୁଯୋଗ ଉପୁଜୁ ନାହିଁ।
ଉତ୍ତର ପ୍ରଦେଶର ଗଣବିବାହର ଭିଡିଓ ଦେଖିଲେ ସେଠାରେ ଥିବା ଯୁବତୀମାନେ ଯେଉଁଭଳି ନିଜ ବେକରେ ନିଜେ ଫୁଲମାଳ ପକାଉଥିଲେ ସେଥିରୁ ସ୍ପଷ୍ଟ ବୁଝାପଡୁଥିଲା ଯେ, ଏହି ଦେଶର ଆଜିର ସମାଜରେ ନରନାରୀ ଭିତରେ କୌଣସି ତଫାତ୍‌ ରହିଲା ନାହିଁ। ଯଦି ଏହି ବିଷୟଟି ପଦାକୁ ଆସିପାରିଲା ତାହାର ଏକମାତ୍ର କାରଣ ହେଲା ଅର୍ଥ ପାଇବା ପ୍ରତିଶ୍ରୁତି ମିଳିଥିବା କେତେଜଣ ଯୁବକଙ୍କୁ ସନ୍ତୋଷଜନକ ଟଙ୍କା ମିଳିଲା ନାହିଁ। ଚୋର ଗୋଷ୍ଠୀ ଭଳି ଅର୍ଥ ଦେବାନେବାରେ ବୁଝାମଣା ହୋଇପାରୁ ନ ଥିବା ହେତୁ ଜାଲିଆତିଟି ଧରାପଡ଼ିଲା। ଏହା କେବଳ ଉତ୍ତର ପ୍ରଦେଶ କିମ୍ବା ଗଣବିବାହରେ ଆଜିର ଭାରତୀୟ ଚରିତ୍ରର ଉଦାହରଣ ନୁହେଁ। ଏଭଳି ଅସତ୍ୟ ଉପରେ ଆଧାରିତ ଦୁର୍ନୀତିରେ ସମସ୍ତେ ସବୁଆଡ଼େ ଲିପ୍ତ ଅଛନ୍ତି। ଯେଉଁମାନେ କୌଣସି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ହୋଇପାରି ନାହାନ୍ତି, ସେମାନେ ଏହିଭଳି ଭିଡିଓ କିମ୍ବା ଲେଖା ପ୍ରସ୍ତୁତ କରି ନିଜର ଅପାରଗତା ପ୍ରଦର୍ଶନ କରୁଛନ୍ତି। ଆଜିର ଭାରତରେ ଏହିଭଳି ଅପାରଗ ନାଗରିକ ବାସ୍ତବ ରାମ ରାଜ୍ୟ ସୃଷ୍ଟି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?