ଖସୁଛି ଭୂତଳ ଜଳସ୍ତର

ଯାଜପୁର ଅଫିସ,୧୫ା୩: ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ କେହି ମାନୁନାହାନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଫଳରେ ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ଏହିକ୍ରମରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ମୌସୁମୀ ପୂର୍ବରୁ ସର୍ବାଧିକ ଭୂତଳ ଜଳସ୍ତର ହ୍ରାସ ପାଉଥିବା ହାଇଡ୍ରୋ ମେଟ୍ରିକ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୧୨ ତାରିଖରେ ଗ୍ଲୋବାଲ ୱାର୍ମିଂ ସଂକ୍ରାନ୍ତରେ ଲୋକ ସଭା ପ୍ରଶ୍ନସଂଖ୍ୟା ୭୪୫୭ର ଉତ୍ତରରେ ହାଇଡ୍ରୋମେଟ୍ରି ନିର୍ଦ୍ଦେଶକ ଗତ ୩ ବର୍ଷର ଭୂତଳ ଜଳସ୍ତରର ତଥ୍ୟ ଦାଖଲ କରିଛନ୍ତି। ଉକ୍ତ ତଥ୍ୟରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ଓ ଖଇରପୁଟ ବ୍ଲକ ସମେତ ଅନୁଗୋଳ ଜିଲା ଛେଣ୍ଡିପଦା, ବାଲେଶ୍ୱର ଜିଲା ବାଳିଆପାଳ, ବୌଦ୍ଧ ଜିଲା ହରଭଙ୍ଗା, ଗଜପତି ଜିଲା ଗୁମ୍ମା, ଗଞ୍ଜାମ ଜିଲା ସୋରଡ଼ା, କୋରାପୁଟ ଜିଲା କୁନ୍ଦ୍ରା, ନାରାୟଣପାଟଣା ଓ ପଟାଙ୍ଗୀ, ମୟୂରଭଞ୍ଜ ଜିଲା ଯଶିପୁର, ନବରଙ୍ଗପୁର ଜିଲା ଡାବୁୁଗଁା ଓ ଝରିଗଁା, ନୂଆପଡ଼ା ଜିଲା ବୋଡେନ ଓ ଖରିଆର, ରାୟଗଡା ଜିଲା ରାୟଗଡ଼ା, ସୁନ୍ଦରଗଡ଼ ଜିଲା କୁଟୁରା ଓ ସୁନ୍ଦରଗଡ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୧୦ ଏମ୍‌ବିଜିଏଲ୍‌(ମିଟର ବିଲୋ ଗ୍ରାଉଣ୍ଡ ଲେଭଲ)ରୁ ତଳକୁ ରହିଥିବା ଦର୍ଶାଯାଇଛି। ଏହା ସାଧାରଣ ଜଳସ୍ତରଠାରୁ ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟର ପ୍ରାୟ ୯୦% ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୫ ଏମ୍‌ବିଜିଏଲ୍‌ ରହିଥିବା ଉକ୍ତ ତଥ୍ୟରୁ ଜଣାପଡ଼ିଛି।
କ୍ରମାଗତ ଭାବରେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ରାଜ୍ୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ପ୍ରତିବର୍ଷ ଗ୍ରୀଷ୍ମ ମାସରେ ଜଳ ସମସ୍ୟା ଦୁର୍ବିଷହ ସ୍ଥିତିରେ ପହଞ୍ଚିଛି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ, ଭୂତଳକୁ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ପ୍ରବାହିତ ବିଭିନ୍ନ ପ୍ରାକୃତିକ ଜଳଉତ୍ସ, ଝରଣା, ନଦୀ, ନାଳ ଶୁଷ୍କ ହୋଇ ପଡୁଛି। ଫଳରେ ମଣିଷଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଭାବେ ବୃକ୍ଷଲତା କଟାଯାଉଛି। ତା’ ବଦଳରେ ବୃକ୍ଷରୋପଣ କରା ନ ଯିବା କାରଣରୁ ପ୍ରବହମାନ ଜଳଉତ୍ସଗୁଡିକର ଜଳ ନିର୍ଗମନ କ୍ଷମତା ହ୍ରାସପାଉଛି। ଜଳଧାର ଦିନକୁ ଦିନ ଶୁଷ୍କ ହେବା ସହ ତାହା ସ୍ଥାଣୁ ତଥା ମୃତ ପାଲଟୁଛି। ଏହାସହ ଶିଳ୍ପ କମ୍ପାନୀଗୁଡିକ ଖରାଦିନରେ ଆଖିବୁଜା ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏହା ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ହୋଇଛି। ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ଅଧିକାଂଶ ଲଣ୍ଡା ପାହାଡ଼ ରହିଛି। ଏହାସହ ସେପରି କିଛି ବୃହତ୍‌ ନଦୀନାଳ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହୋଇନାହିଁ। ଜଳ ସଂରକ୍ଷଣ ଓ ପୁନଃଭରଣ ବ୍ୟବସ୍ଥା ହୋଇ ପାରି ନ ଥିବାରୁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଜଣାପଡ଼ିଛି।
ହାଇଡ୍ରୋମେଟ୍ରି ନିର୍ଦ୍ଦେଶକଙ୍କ ତଥ୍ୟକୁ ଆଧାର କରି ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଡେପୁଟି ସେକ୍ରେଟାରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକଙ୍କୁ ୧୨ା୩ା୨୦୨୧ରେ ପତ୍ର ଲେଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ ଗତ ୩ ବର୍ଷର ଜଳସ୍ତର ଏମ୍‌ବିଜିଏଲ୍‌କୁ ଅବଲୋକନ କଲେ ରାଜ୍ୟରେ ତାହା ଉଦବେଗଜନକ ବୋଲି କୁହାଯାଉଛି। ବେଳହୁଁ ରାଜ୍ୟରେ ଜଳସଂରକ୍ଷଣ ଓ ଭୂତଳକୁ ଜଳ ପୁନଃଭରଣ ପାଇଁ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ପ୍ରଣୀତ ଯୋଜନାଗୁଡିକ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?